"ବିକଶିତ ଭାରତ ପାଇଁ ପର୍ଯ୍ୟଟନର ବିକାଶ ଗୁରୁତ୍ବପୂର୍ଣ୍ଣ"
by Argus News
Sun, Mar 10 | 12:11 p.m.

ଅର୍ଗସ ବ୍ୟୁରୋ :  ଭୁବନେଶ୍ବରରେ ଆୟୋଜିତ ହୋଇଛି ଅର୍ଗସର ଚଲୋ ଦେଖେଁ ଅପନା ଦେଶ୍ `ଟୁରିଜିମ୍ କନକ୍ଲେଭ୍' ସିଜିନ୍-3 । ଏଥର ଥିମ୍ ରହିଛି- "GROWTH IN TOURISM FOR A RISING INDIA "। ଅର୍ଥାତ ବିକଶିତ ଭାରତ ପାଇଁ ପର୍ଯ୍ୟଟନର ସମୃଦ୍ଧି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ପଦ୍ମଶ୍ରୀ ଶ୍ରୀ ଗୋପୀନାଥ ସ୍ବାଇଁ । 3ଟି ସେକସନରେ ଚାଲିବ ଏହି କନକ୍ଲେଭ୍ । ପ୍ରଥମ ସେକ୍ସନରେ ବିଷୟ ରହିଛି "ସ୍ଥାୟୀ ପର୍ଯ୍ୟଟନ ଅଭ୍ୟାସ ଏବଂ ଏହାକୁ ନେଇ ଭାରତର ବିଶ୍ବ ସ୍ତରୀୟ ଆବେଦନ ପାଇଁ ସହଯୋଗ ବୃଦ୍ଧି" । ତେବେ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ପଣ୍ଡିଚେରୀ ବିଶ୍ବବିଦ୍ୟାଳୟର ପର୍ଯ୍ୟଟନ ବିଭାଗର ପ୍ରଫେସର ସମ୍ପଦ କୁମାର ସ୍ବାଇଁ , ଦ ଇଣ୍ଡିଆନ ହୋଟେଲ୍ସ କମ୍ପାନୀ ଲିମିଟେଡର ଜେନେରାଲ ମ୍ୟାନେଜର ଜଲପ୍ରିତ ସିଂ ସୋଢୀ ତଥା ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ।

ସେହିପରି ଦ୍ବିତୀୟ ସେକ୍ସନର ବିଷୟ ବସ୍ତୁ ରହିଛି "ସ୍ବାସ୍ଥ୍ୟ ଏବଂ କଲ୍ୟାଣକାରୀ ସ୍ଥାନ ଭାବରେ ଭାରତର  ଦକ୍ଷତା ଓ ପାରଦର୍ଶିତା ଅପର୍ଯ୍ୟାପ୍ତ" । ଏଥିରେ ଆଲୋଚନା ପାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଆସୋସିଏସନ ଅଫ ଡୋମେଷ୍ଟିକ ଟୁର ଅପରେଟରସ ଅଫ ଇଣ୍ଡିଆ (ADTOI)ର ଆକ୍ଟିଭ ମେମ୍ବର ମିଷ୍ଟର ପି.ପି ଖାନ୍ନା , ମେଡିକୋ ସ୍ପେସାଲିଷ୍ଟ ଡକ୍ଟର ଶିବାଶିଷ ଗିରି । ତୃତୀୟ ସେକ୍ସନର ବିଷୟ ବସ୍ତୁ ରହିଛି , "ଆଗାମୀ ଦିନରେ ୱେଡିଂ ଡେସଟିନେସନ ହେବ ଭାରତ । ଯେଉଁଥିବା ପାଇଁ ଆମକୁ ଆଜିର ଦିନରେ ସେତିକି ପ୍ରସୋସନ୍ ଓ ବିଭିନ୍ନ ଦିଗ ଉପରେ ଆଲୋଚନା କରିବାର ରହିଛି ।" ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଭାରତ ପର୍ଯ୍ୟଟନ ମନ୍ତ୍ରଣାଳୟର ପୂର୍ବତନ ସହ ନିର୍ଦ୍ଦେଶକ ଡକ୍ଟର ରତିକାନ୍ତ ପଟ୍ଟନାୟକ ତଥା ଅନ୍ୟ ପ୍ରମୁଖ ବ୍ୟକ୍ତି ବିଶେଷମାନେ । 

ଅଧିକ ପଢନ୍ତୁ : ଅର୍ଗସ ଓଡିଶା ହେଲ୍‍ଥ କନେକ୍ଟ ସିଜିନ-2, ଯୋଗ ଦେବେ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ

ଭାରତର ପର୍ଯ୍ୟଟନର ବିକାଶ ତଥା ବିକଶିତ ଭାରତରେ ପର୍ଯ୍ୟଟନ ବ୍ୟବସ୍ଥାକୁ ଆହୁରି ସମୃଦ୍ଧ ଏବଂ ବିଶ୍ବସ୍ତରରେ ପରିଚିତ କରାଇବା ପ୍ରୟାସରେ ଅର୍ଗସ ତରଫରୁ ଏପରି କନକ୍ଲେଭ ଆୟଜନ କରାଯାଇଛି । ଏଥିରେ ଅର୍ଗସର ମୁଖ୍ୟ ସମ୍ପାଦକ ଶ୍ରୀ ସଞ୍ଜୟ ଜେନା, ସିଇଓ ଶ୍ରୀ ପ୍ରକାଶ ସାହୁ ତଥା ଅର୍ଗସର କର୍ମୀମାନେ ଯୋଗ ଦେଇଛନ୍ତି ।

ଟର୍ଣ୍ଣିଂ ପଏଣ୍ଟ
ଭୁବନେଶ୍ୱରରେ ରୋଡ ସୋ' ପରେ ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ
ଅର୍ଗସ ବ୍ୟୁରୋ: ଓଡିଶାରେ ବଡ ଟର୍ଣ୍ଣିଂ ପଏଣ୍ଟ ଆସୁଛି । ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ପରେ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏଭଳି ମନ୍ତବ୍ୟ ଦେଇଛନ୍ତ
ROAD SHOW
ମୋଦିଙ୍କ ରୋଡ ସୋ'ରେ ବିପୁଳ ସମର୍ଥନ
ଭୁବନେଶ୍ୱର: ସରିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶାଳ ରୋଡ ସୋ । ହାତ ହଲାଇ ପଦ୍ମ ଫୁଲ ଦେଖାଇଲେ, ଲୋକଙ୍କ ଆଶୀର୍ବାଦ ମାଗିଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ଝଲକ ପାଇ
ଗୋଲାପି ଛବି
ବିକାଶର ଗୋଲାପି ଛବି ଦେଖାଇ ରାଜ୍ୟବାସୀଙ୍କୁ ଧୋକ୍କା
ଭୁବନେଶ୍ୱର: 2024 ଇସ୍ତାହାରରେ ପୁରୁଣା ପ୍ରତିଶ୍ରୁତି ଦୋହରାଇଲେ ନବୀନ । ବିକାଶର ଗୋଲାପି ଛବି ଦେଖାଇ ପୁଣି ରାଜ୍ୟବାସୀଙ୍କୁ ଧୋକା ଦେବାକୁ ପ୍ରୟାସ । କୁଆଡେ ଗଲା ବିଜେଡିର 2014 ଓ 2019