ବିକାଶର ଗୋଲାପି ଛବି ଦେଖାଇ ରାଜ୍ୟବାସୀଙ୍କୁ ଧୋକ୍କା
by Argus News
Fri, May 10 | 9:49 p.m.

ଭୁବନେଶ୍ୱର: 2024 ଇସ୍ତାହାରରେ ପୁରୁଣା ପ୍ରତିଶ୍ରୁତି ଦୋହରାଇଲେ ନବୀନ । ବିକାଶର ଗୋଲାପି ଛବି ଦେଖାଇ ପୁଣି ରାଜ୍ୟବାସୀଙ୍କୁ ଧୋକା ଦେବାକୁ ପ୍ରୟାସ । କୁଆଡେ ଗଲା ବିଜେଡିର 2014 ଓ 2019 ପ୍ରତିଶ୍ରୁତି । ପକ୍କାଘର, ଜଳସେଚନ, ଶୀତଳ ଭଣ୍ଡାର, ନିଯୁକ୍ତି ସହ ଶୂନ ପ୍ରତିଶତ କୃଷି ଋଣ ସାଜିଛି ପ୍ରତାରଣା । ବିଜେଡି ଇସ୍ତାହାରକୁ କାଗଜ ଦସ୍ତାବିଜ କହି ବର୍ଷିଲେ କେନ୍ଦ୍ରମନ୍ତ୍ରୀ ।..
 2024 ଇସ୍ତାହାରରେ ଓଡ଼ିଶାବାସୀଙ୍କୁ ନୂଆ ସ୍ବପ୍ନ ଦେଖାଇଛି ବିଜେଡି। ସ୍ବତନ୍ତ୍ର ଓଡିଶା ଗଠନର ଶହେ ବର୍ଷ ପାଳନ କରିବାର 2 ବର୍ଷ ପୂର୍ବରୁ 2034 ସୁଦ୍ଧା ଓଡିଶାକୁ ଦେଶର 1 ନମ୍ବର ରାଜ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛି ଶାସକ ଦଳ। 
ଏଥିସହ ସ୍ବତନ୍ତ୍ର ବଜେଟ ଆଣିବ କହି ଯୁବକଙ୍କୁ ଧରାଇଛି ଲଲିପପ୍। ପୁଣି ଦେଖାଇଛି ରୋଜଗାର ଦେବାକୁ ସ୍ବପ୍ନ। ସେପଟେ ବିରୋଧୀଙ୍କ ଅଭିଯୋଗ 2014 ଓ 2019 ଇସ୍ତାହାରରେ ବିଜେଡିର ଗ୍ୟାରେଣ୍ଟି ପାଲଟିଛି ପ୍ରତାରଣା । ବିଜେଡି ନିର୍ବାଚନୀ ଇସ୍ତାହାର ପାଲଟିଛି ମିଛ ପ୍ରତିଶ୍ରୁତିର ପାହାଡ଼।
ବିଜେଡି ଇସ୍ତାହାର କେବଳ କାଗଜର ଦସ୍ତାବିଜ୍ କହି କଟାକ୍ଷ କରିବା ସହ 2019 ଭଳି ଏଥର ମଧ୍ୟ ବିଜେଡି ଲୋକଙ୍କ ସହ ପ୍ରତାରଣା କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 
ପୁରୁଣା ପ୍ରତିଶ୍ରୁତି ପୂରଣ ହବ କହି ବର୍ଷ ପରେ ବର୍ଷ ଗଡ଼ାଇବା ଛଡ଼ା ବିଜେଡି ପାଖରେ ଅନ୍ୟ ଉତ୍ତର ନାହିଁ। ଏବେ ଆସନ୍ତୁ ନଜର ପକାଇବା ବିଜେଡିର ପୁରୁଣା ପ୍ରତିଶ୍ରୁତି କିପରି ପାଲଟିଛି ପ୍ରତାରଣା।
14 ଓ 19 ଇସ୍ତାହାରରେ ବିଜେଡିର କୃଷକ କଲ୍ୟାଣ ପ୍ରତିଶ୍ରୁତି ପାଲଟିଛି ପ୍ରତାରଣା।  କାଳିଆ ଯୋଜନାରେ 1 କୋଟି     ଚାଷୀ ବଦଳରେ 44 ଲକ୍ଷ ଦେଇ ଭଣ୍ଡେଇଦେଇଛି ବିଜେଡି । ଶୂନ ପ୍ରତିଶତ କୃଷି ଋଣ ସାଜିଛି ପ୍ରବଞ୍ଛନା । 

ପ୍ରତାରଣା-ନମ୍ବର-2-  ଶୀତଳ ଭଣ୍ଡାର

314 ବ୍ଲକରେ ଶୀତଳ ଭଣ୍ଡାର ଓ ସବୁ ପଂଚାୟତରେ ୱେୟାରହାଉସର ପ୍ରତିଶ୍ରୁତି ଦେଇଥିଲା ବିଜେଡି। ହେଲେ ଏବେ କାମ କରୁଛି ମାତ୍ର 36 ଶୀତଳ ଭଣ୍ଡାର। 

ପ୍ରତାରଣା-ନମ୍ବର-3- ଜମିକୁ ଜଳସେଚନ

ଜଳସେଚନକୁ ନେଇ ରାଜ୍ୟବାସଙ୍କୁ ଧୋକା ଦେଇଛନ୍ତି ରାଜ୍ୟ ସରକାର। ରାଜ୍ୟର ସମସ୍ତ 314 ବ୍ଲକର 35 ପ୍ରତିଶତ ଜମିରେ ଜଳସେଚନ ସୁବିଧା କରିବାକୁ ଠକି ଦେଇଛି ବିଜେଡି ସରକାର । ଜଳସେଚନ ପ୍ରତିଶ୍ରୁତି ପାଲଟିଛି ପାଣିର ଗାର

ପ୍ରତାରଣା-ନମ୍ବର-4 - ଶୁଦ୍ଧ ପାନୀୟ ଜଳ ଯୋଗାଣ

ଉଭୟ 2014 ଓ 2019ରେ ଓଡ଼ିଶାବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣର ପ୍ରତିଶ୍ରୁତି ଦେଇଥିଲା ବିଜେଡି ସରକାର। ଏବେ ବି ରାଜ୍ୟର ପ୍ରାୟ 24 ଲକ୍ଷ ପରିବାର ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଂଚିତ । ରାଜ୍ୟରେ ଫେଲ ମାରିଛି ବସୁଧା ଯୋଜନା । ଉପାନ୍ତରୁ ଉପକୂଳ ରାଜ୍ୟର ସବୁଠି ବଢିଛି ଜଳକଷ୍ଟ ।

ପ୍ରତାରଣା-ନମ୍ବର-5 - ମୁଣ୍ଡ ଉପରେ ପକ୍କା ଘର

2014 ଇସ୍ତାହାରରେ ସମସ୍ତଙ୍କ ମୁଣ୍ଡ ଉପରେ ପକ୍କା ଘରର ପ୍ରତିଶ୍ରୁତି ଦେଇଥିଲା ବିଜେଡି। ହେଲେ 2024 ଯାଏ ପ୍ରତିଶ୍ରୁତି ପୂରଣରେ ବିଫଳ ହୋଇଛି ଦଳ । ବିଜେଡ଼ି ନିର୍ବାଚନୀ ଇସ୍ତାହାରରେ ଓଡ଼ିଶା ଲୋକଙ୍କ ପାଇଁ କଣ ଅଛି ? 2009, 2014, 2019 ପ୍ରତିଶ୍ରୁତି କେତେ ପୂରଣ କରିଛି ବିଜେଡ଼ି ? ଉତ୍ତର ମାଗିଲା ବିଜେପି ।  24 ନିର୍ବାଚନରେ ବିଜେପିର 21 ସଂକଳ୍ପ ବନାମ ବିଜେଡିର 24 ଗ୍ୟାରେଣ୍ଟି ମଧ୍ୟରେ ଲଢେଇ । ନିର୍ବାଚନୀ ଇସ୍ତାହାରକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି । 

ଅଧିକ ପଢନ୍ତୁ ଓଡିଶା ଖବର 

ପୋଲିସ
ପୋଲିସର ବର୍ରରତା, ମହିଳାଙ୍କ ଉପରେ ଲାଠିଚାର୍ଜ ସହ ଗୁଳିମାଡ
ବୌଦ୍ଧ : ଭୋଟ୍ ବିବାଦ । ପୋଲିସ ଜନତା ମୁହାଁମୁହିଁ । ବୌଦ୍ଧ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ମହେଶ୍ବରପିଣ୍ଡାରେ ପୋଲିସର ବର୍ବର ଗୁଳି ଚାଳନା । ଗାଁ ଲୋକ କଲେ ପୋଲିସ ଉପରକୁ ପଥରମାଡ଼
ସମ୍ବିଧାନ ମୁଖବନ୍ଧରେ
ସମ୍ବିଧାନ ମୁଖବନ୍ଧରେ ଅହିଂସା ଦାବି କରୁଥିବା ଦଳ, ଘଟାଉଛି ରାଜରାସ୍ତାରେ ହିଂସା
ଅର୍ଗସ ବ୍ୟୁରୋ: ବିଜେଡି ସାଜିଛି ରକ୍ତମୁଖା। ନିର୍ବାଚନକୁ ନେଇ ଗଡିଲା ମୁଣ୍ଡ। ରାଜନୈତିକ ହିଂସାର ଶିକାର ନିରୀହ ଲୋକ । ବରଗଡ଼ରେ ବିଜେଡି ଗୁଣ୍ଡାଙ୍କ ଶିକାର ହୋଇଛନ୍ତି ଜଣେ ଅଟୋ ଚାଳକ
ସମ୍ଭାବ୍ୟ ବାତ୍ୟାକୁ
ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସଜୀବୀଙ୍କ ପାଇଁ ଜାରି ହେଲା ସତର୍କ ସୂଚନା
ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସତର୍କ ସୂଚନା ଜାରି କରିଛନ୍ତି । ଆଜି ପୂର୍ବାହ୍