ଅର୍ଗସ ଓଡିଶା ହେଲ୍‍ଥ କନେକ୍ଟ ସିଜିନ-2; ଯୋଗ ଦେବେ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ
by Argus News
Wed, Jan 17 | 5:22 p.m.

ଅର୍ଗସ ବ୍ୟୁରୋ: ସୁସ୍ଥ ଓଡିଶା, ସୁନ୍ଦର ଓଡିଶା । ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବାକୁ ହେଲେ ଉତ୍ତମ ସ୍ୱାସ୍ଥ୍ୟ ହିଁ ଏହାର ମାପକାଠି । ଗତ କିଛି ବର୍ଷ ଧରି ରାଜ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ପରିବର୍ତ୍ତନ ହୋଇଛି । ତଥାପି ଆଜି ଏମିତି ଅନକେ ଅଞ୍ଚଳ ରହିଛି ଯେଉଁଠି ଲୋକମାନେ ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ପାଇବାରୁ ବଞ୍ଚିତ । ସେହି ଲୋକମାନଙ୍କୁ କିପରି ସ୍ୱାସ୍ଥ୍ୟ ସୁବିଧା ମିଳିବ । ଲୋକଙ୍କ ଉଚିତ ଚିକିତ୍ସା ସୁବିଧା ଯୋଗାଇବା ଦିଗରେ କ'ଣ ପ୍ରତିବନ୍ଧକ ରହୁଛି । କଣ ପଦକ୍ଷେପ ନିଆଗଲେ କିପରି ଜଣେ ସାଧାରଣ ଲୋକଟିଏ ମୌଳିକ ଅଧିକାର ପାଇପାରିବ । ଓଡିଶାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ କଣ ରହିଛି ଆହ୍ୱାନ । ସ୍ୱାସ୍ଥ୍ୟକ୍ଷେତ୍ରରେ ରାଜ୍ୟବାସୀ କେତେ ଖୁସି ଅଛନ୍ତି । ଏହି ଉଦ୍ଦେଶ୍ୟରେ ଜାନୁଆରୀ 20, ପୂର୍ବାହ୍ନ 10 ଟାରେ ଅର୍ଗସ ପକ୍ଷରୁ ଭୁବନେଶ୍ୱରରେ  ଆୟୋଜିତ ହେବ ‘ଅର୍ଗସ ହେଲ୍ଥ କନେକ୍ଟ ସିଜିନ -2 । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ କେନ୍ଦ୍ର ଆୟୂଷ, ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ । ଏହାସହ ବିଶିଷ୍ଟ ଡାକ୍ତର, ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଯେଉଁଠାରେ ନିମ୍ନ ଲିଖିତ ବିଷୟ ବସ୍ତୁ ଉପରେ ଆଲୋଚନା ହେବ । 

ଓଡ଼ିଶାରେ ସୁଲଭ, ସୁବିଧାଜନକ ଏବଂ ସମନ୍ୱିତ ସ୍ୱାସ୍ଥ୍ୟସେବା 

ସର୍ବଭାରତୀୟ ସ୍ତରରେ ସୁଲଭ ମୂଲ୍ୟରେ ଚିକିତ୍ସା ସୁବିଧା ଉପଲବ୍ଧ କରାଇବାକୁ ଏବଂ ଓଡିଶାରେ ସ୍ୱାସ୍ଥ୍ୟସେବାକୁ ପରବର୍ତ୍ତୀ ସ୍ତରକୁ ନେବାକୁ ଏକ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରାଯାଇଛି । 

ସ୍ୱାସ୍ଥ୍ୟସେବା - ଆବଶ୍ୟକତା ଏବଂ ପରିସର 

ରଣନୀତି ପ୍ରସ୍ତୁତ କରିବା ପାଇଁ ପ୍ରୟାସ, ପରବର୍ତ୍ତୀ ପିଢି ପାଇଁ ରୋଡମ୍ୟାପ୍, ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ବୀମା କ୍ଷେତ୍ରକୁ ନିୟୋଜିତ କରିବା, ପ୍ରତ୍ୟେକ ବ୍ୟକ୍ତିଙ୍କ ଦ୍ୱାରରେ ସୁଲଭ, ଉପଲବ୍ଧ, ଗ୍ରହଣୀୟ ସ୍ୱାସ୍ଥ୍ୟ ହାସଲ କରିବାକୁ ପ୍ରୟାସ । 

ହୋଲିଷ୍ଟିକ୍ ଏବଂ ପ୍ରତିଷେଧକ ସ୍ୱାସ୍ଥ୍ୟ 

ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବା, ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ସ୍ଥାପିତ ସ୍ୱାସ୍ଥ୍ୟସେବାକୁ ଏକୀକୃତ କରିବା । 

ଟେକ୍ନୋଲୋଜି ଏକକୀକରଣ ଏବଂ ଜୀବିକା ସୃଷ୍ଟି 

ଆବଶ୍ୟକତା ଭିତ୍ତିକ ସମାଧାନ, ଅଧିକ ବୈଜ୍ଞାନିକ ଉପାୟ, ସ୍ୱାସ୍ଥ୍ୟ କ୍ଷେତ୍ରରେ କୃତ୍ରିମ ବୁଦ୍ଧି ଗ୍ରହଣ, ଟେଲି-ସ୍ୱାସ୍ଥ୍ୟ, ସ୍ୱାସ୍ଥ୍ୟର ପ୍ରକୃତ ସମୟ ମନିଟରିଂ, ସ୍ୱାସ୍ଥ୍ୟସେବାରେ ସାଇବର ଅପରାଧକୁ ରୋକିବା, ଚିକିତ୍ସା କ୍ଷେତ୍ରରେ ନୂତନତ୍ୱ ଗ୍ରହଣ କରିବା ପାଇଁ ସ୍ୱାସ୍ଥ୍ୟ ପ୍ରଯୁକ୍ତିକୁ ବ୍ୟବହାର କରିବା । ଯେପରି ରୋବୋଟିକ୍ ସର୍ଜରୀ, ଇଲେକ୍ଟ୍ରୋନିକ୍ ସ୍ୱାସ୍ଥ୍ୟ ରେକର୍ଡ ଏବଂ ଚାକିରିର ସୁଯୋଗ ସୃଷ୍ଟି କରିବା । 
 

ମାଓ ପ୍ରବଣ ଅଞ୍ଚଳରେ
58m ago
ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ
ଅର୍ଗସ ବ୍ୟୁରୋ: ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ। ଗଞ୍ଜେଇ ଚାଷ ଉପରେ ଅଙ୍କୁଶ ଲଗାଇ ମାଓବାଦୀଙ୍କ ଆୟ ଉପରେ ଲାଗିବ କଟକଣା। ଗଞ୍ଜେଇ ଚାଷ ବନ୍ଦ ହେଲ
ଉଚ୍ଚ ଜୁଆର
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ