ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
by Argus News
Fri, Oct 18 | 10:39 a.m.

ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡା ଜଙ୍ଗଲରୁ ୫୫ଟି ହାତୀ ନିକଟସ୍ଥ କେନ୍ଦୁଖୁଣ୍ଟା ଗ୍ରାମ ସହିତ ଆଖପାଖ ଗ୍ରାମର ଚାଷ ଜମିରେ ପଶି ଫସଲ ନଷ୍ଟ କରିଛନ୍ତି,ଖବର ପାଇ ବନ ବିଭାଗର କର୍ମଚାରୀମାନେ ପହଞ୍ଚି ହାତୀ ମାନଙ୍କୁ  ପଶ୍ଚିମବଙ୍ଗ ଆଡ଼କୁ ଘଉଡାଇଛନ୍ତି। 

ତେବେ କିଛି ମାସ ହେବ ଝାଡ଼ଖଣ୍ଡ ଏବଂ ଶିମିଳିପାଳ ଅଞ୍ଚଳରୁ ପାଖାପାଖି ୭୦ ଟି ହାତୀ ରାଇବଣିଆ ଏବଂ ପଶ୍ଚିମବଙ୍ଗ ସିମାନ୍ତ ଅଞ୍ଚଳରେ ଡେରା ପକାଇଛନ୍ତି, ହାତୀ ମାନେ ଦିନ ତମାମ ଜଙ୍ଗଲରେ ରହୁଥିବା ବେଳେ ରାତିରେ ଜଙ୍ଗଲରୁ ବାହାରି ଗାଁ ରେ ପଶି ଉପଦ୍ରବ କରୁଛନ୍ତି, ଅନେକ ସମୟରେ ଲୋକଙ୍କୁ ଆକ୍ରମଣ କରି ଜୀବନ ନେଉଛନ୍ତି,ଏହା ଘର ଭାଙ୍ଗିବା ସହିତ ବାଡି ବଗିଚା ଏବଂ ଚାଷ ଜମିରେ ପଶି ଫସଲ ନଷ୍ଟ କରୁଥିବା ଅଭିଯୋଗ ହେଉଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

OSSSC
15m ago
OSSSC ପରୀକ୍ଷା ବିବାଦ। ଏହାର ଖୁବଶୀଘ୍ର ସମାଧାନ କରିବେ ରାଜ୍ୟ ସରକାର
ଅର୍ଗସ ବ୍ୟୁରୋ: OSSSC ପରିଚାଳିତ ପରୀକ୍ଷା ବିବାଦ। ଏହାର ଖୁବଶୀଘ୍ର ସମାଧାନ କରିବେ ରାଜ୍ୟ ସରକାର। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି ବୋଲି ଏକ ପ୍ରେସ ବିଜ୍ଞପ୍ତିର
ଦିନ ବେଳର
16m ago
ଦିନ ବେଳର ଖବର ସଂକ୍ଷେପରେ...
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020... ପୁନଃ ଗଠିତ ହେଲା ଟାସ୍କ ଫୋର୍ସ.. ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଟାସ୍କ ଫୋର୍ସ ଗଠନ କଲେ ରାଜ୍
ହବିଷ୍ୟାଳି
17m ago
ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ରଖିବା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା
ଅର୍ଗସ ବ୍ୟୁରୋ: ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ରଖିବା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ବୃନ୍ଦାବତୀ ନିବାସର ବେସମେଣ୍ଟରେ ରହିବେ ୧୪୦ ହବିଶ୍ୟାଳି। ତେବେ ଆଜି ସୁଦ୍ଧା ସମସ୍ତ ତାଲିକ