ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ଜାରି ହୋଇଛି ଗିରଫ ପରୱାନା
by Argus News
Thu, Oct 17 | 9:26 p.m.

ଅର୍ଗସ ବ୍ୟୁରୋ:  ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ଜାରି ହୋଇଛି ଗିରଫ ପରୱାନା। ବାଂଲାଦେଶର ଗୋଟିଏ କୋର୍ଟ ତାଙ୍କ ବିରୋଧରେ ଏପରି ୱାରେଣ୍ଟ ଜାରି କରିଛନ୍ତି।ଛାତ୍ର ଆନ୍ଦୋଳନ ଯୋଗୁ ଅଗଷ୍ଟ ମାସରେ ହସିନା ଦେଶ ଛାଡ଼ି ଭାରତ ଚାଲି ଆସିଥିଲେ। ଏବେ ସେ ଅଜ୍ଞାତ ସ୍ଥାନରେ ଆଶ୍ରୟ ନେଇଛନ୍ତି। ସେ ଭାରତରେ ଥିବା ବେଳେ ତାଙ୍କ ନାଁରେ ଏକାଧିକ ମାମଲା ବାଂଲାଦେଶରେ ରୁଜୁ କରାଯାଇଥିଲା। ଏବେ କୋର୍ଟ ତାଙ୍କୁ ନଭେମ୍ବର ୧୮ ସୁଦ୍ଧା ଗିରଫ କରି ହାଜର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବାଂଲାଦେଶ ଛାଡ଼ିବା ପରେ ଶେଖ ହସିନାଙ୍କୁ ଶେଷଥର ପାଇଁ ନୂଆଦିଲ୍ଲୀ ସ୍ଥିତ ମିଲାଟାରୀ ଏୟାରବେସ ନିକଟରେ ଦେଖିବାକୁ ମିଳିଥିଲା। ଭାରତରେ ତାଙ୍କ ଉପସ୍ଥିତି କୁ ନେଇ ବିବାଦିୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ  ବାଂଲାଦେଶର ଅନ୍ତରୀଣ ସରକାର ହସିନାଙ୍କ କୂଟନୀତିକ ପାସପୋର୍ଟକୁ ମଧ୍ୟ ରଦ୍ଦ କରିଦେଇଛନ୍ତି।

ଅଧିକ ପଢ଼ନ୍ତୁ ବିଦେଶ ଖବର:

ମାଓ ପ୍ରବଣ ଅଞ୍ଚଳରେ
12m ago
ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ
ଅର୍ଗସ ବ୍ୟୁରୋ: ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ। ଗଞ୍ଜେଇ ଚାଷ ଉପରେ ଅଙ୍କୁଶ ଲଗାଇ ମାଓବାଦୀଙ୍କ ଆୟ ଉପରେ ଲାଗିବ କଟକଣା। ଗଞ୍ଜେଇ ଚାଷ ବନ୍ଦ ହେଲ
ଉଚ୍ଚ ଜୁଆର
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ