ଶାହଙ୍କ ଦମ୍ଭୋକ୍ତି : କୌଣସି ପରିସ୍ଥିତିରେ ବି ୩୭୦ ହଟିବନି
by Argus News
Sat, Sep 07 | 7:28 p.m.

ଅର୍ଗସ ବ୍ୟୁରୋ : ଜମ୍ମୁ ଓ କାଶ୍ମୀରକୁ ସ୍ଵତନ୍ତ୍ର ମାନ୍ୟତା ଦେଇଥିବା ଧାରା ୩୭୦ ଏବେ ଇତିହାସ ପାଲଟି ଯାଇଛି । ଆଗାମୀ ଦିନରେ ବି କେବଳ ଇତିହାସ ହୋଇ ରହିବ । ଧାରା ଫେରିବାର କୌଣସି ପ୍ରଶ୍ନ ଉଠୁନି । ଜମ୍ମୁ ଓ କଶ୍ମୀର ନିର୍ବାଚନ ପାଇଁ ଦଳୀୟ ଇସ୍ତାହାର ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏମିତି ଦମ୍ଭୋକ୍ତି ଦେଖାଇଛନ୍ତି । ଶାହଙ୍କ ଏମିତି ଟିପ୍ପଣୀ ପରେ ଜୋର ଧରିଛି ରାଜନୀତି ।

କାଶ୍ମୀର ବିଧାନସଭାକୁ ନେଇ ଏବେ ପୁରା ଦେଶରେ ଚର୍ଚ୍ଚା ଜୋର ଧରିଛି । କାରଣ ପ୍ରାୟ ଏକ ଦଶନ୍ଧି ପରେ ହିଁ ଜମ୍ମୁରେ ହେଉଛି ନିର୍ବାଚନ । ଏହାରି ଭିତରେ କଂଗ୍ରେସ ଓ ଏନସି ମେଣ୍ଟ ହୋଇ ନିର୍ବାଚନ ଲଢିବାକୁ ଯାଉଛନ୍ତି । ନିର୍ବାଚନ ବୈତରଣୀ ପାର ହେବା ପୂର୍ବରୁ ବିରୋଧୀ ମେଣ୍ଟ କହିଛି, ଆମେ ବିଜୟୀ ହେଲେ ପୁଣି ଥରେ କାଶ୍ମୀରକୁ ଫେରିବ ଧାରା ୩୭୦ ।  ତେଣୁ ଏହାର ଦୃଢ଼ ଜବାବ ଦେଇ କେନ୍ଦ୍ରମନ୍ତ୍ରୀ ଶାହ କହିଛନ୍ତି, ମୁଁ ପୁରା ଦେଶବାସୀଙ୍କୁ ସ୍ପଷ୍ଟତାର ସହ କହିବାକୁ ଚାହୁଁଛି କି, ଧାରା ୩୭୦ ଇତିହାସ ପାଲଟିଯାଇଛି । ଏହା ଆଉ ଫେରିପାରିବ ନାହିଁ । ଜମ୍ମୁ-କଶ୍ମୀରରେ ଗତ ୧୦ ବର୍ଷ ମଧ୍ୟରେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରି ଶାହ କହିଛନ୍ତି ଯେତେବେଳେ ମଧ୍ୟ ଭାରତ ଓ ଜମ୍ମୁ-କଶ୍ମୀରର ଇତିହାସ ଲେଖାଯିବ ସେ‌ତେବେଳେ ୨୦୧୪ରୁ ୨୦୨୪ ପର୍ଯ୍ୟନ୍ତ କାଳଖଣ୍ଡକୁ ସ୍ବର୍ଣ୍ଣାକ୍ଷରରେ ଲେଖାଯିବ । 

ନିର୍ବାଚନ ପୂର୍ବରୁ ବିକାଶ ନେଇ ବଡ଼ ବୟାନ ଦେଇଛନ୍ତି ଶାହ । କହିଛନ୍ତି, ରଜୌରିରେ ଏକ ପର୍ଯ୍ୟଟନ ହବ୍‌ କରାଯିବ ଏବଂ ୫ ଲକ୍ଷ ନିଯୁକ୍ତି ସୃଷ୍ଟି କରାଯିବ । କଶ୍ମୀର ପଣ୍ଡିତଙ୍କ ପ୍ରତ୍ୟାବର୍ତ୍ତନ ଓ ଥଇଥାନ ପାଇଁ ବିସ୍ଥାପିତ ସମାଜ ପୁନର୍ବାସ ଯୋଜନା ଆରମ୍ଭ କରାଯିବ । ଜମ୍ମୁ ଓ କଶ୍ମୀର ସର୍ବଦା ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ୧୯୪୭ରୁ ଆମର ହୃଦୟର ନିକଟରେ ରହି । କାଶ୍ମୀରକୁ ନେଇ ସବୁବେଳେ ଚର୍ଚ୍ଚା ରହେ । ଖାସ କରି ଭାରତର ଅବଚ୍ଛେଦ ଅଙ୍ଗ ହୋଇଥିବାରୁ ଆଲୋଚନା ବି ହୁଏ । ହେଲେ ଏବେ ଯେଉଁପରି ଭାବରେ କଶ୍ମୀରରୁ ଧାରା ଉଠାଯିବ ବୋଲି ଯେଉଁପରି ଭାବରେ ବିରୋଧୀ କହିଲେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
 

ପ୍ରଥମ ଟେଷ୍ଟ
ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟର ଟକ୍କର । ରୋହିତ ଶର୍ମାଙ୍କ ନେତୃତ୍ବର
ମଙ୍କିପକ୍ସ
ଭାରତରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଭାରତରେ ଆଉଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଘର କେରଳରେ । ସେ କିଛି ଦିନତଳେ ୟୁଏଇରୁ ଫେରିଛନ୍ତି । ତାଙ୍କୁ ଆଇସୋଲେସନରେ ରଖ
ଚନ୍ଦ୍ରଯାନ
ଚନ୍ଦ୍ରଯାନ ୪ର ମିଶନ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ମଂଜୁରୀ
ନୂଆଦିଲ୍ଲୀ: ମହାକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ । ଚନ୍ଦ୍ରଯାନ ୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମିଳିଛି ମଂଜୁରୀ । ବହୁ ପ୍ରତିକ୍ଷୀତ ଏହି ମିଶନ ପାଇଁ ୨୧୦୪କୋଟି ଟଙ୍କା ବ୍ୟ