ଢ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଅଡୁଆ
by Argus News
Thu, Mar 28 | 8:33 p.m.

ଅର୍ଗସ ବ୍ୟୁରୋ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି ଦ୍ବାରା ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ମିଳିଲାନି ଆଶ୍ବସ୍ତି। ଅରବିନ୍ଦ କେଜ୍ରିୱାଲଙ୍କ ରିମାଣ୍ଡ ଅବଧିକୁ ଏପ୍ରିଲ ଏକ ଯାଏଁ ବୃଦ୍ଧି କରିଛନ୍ତି ଦିଲ୍ଲୀର ରାଉସ ଆଭିନିଉ କୋର୍ଟ । 7 ଦିନର ପ୍ରଥମ ପର୍ଯ୍ୟାୟ ଇଡି ରିମାଣ୍ଡ ଶେଷ ହେବା ପରେ ଆଜି କେଜରିୱାଲଙ୍କୁ ଅଦାଲତରେ ହାଜର କରାଯାଇଥିଲା। କେଜ୍ରିଓ୍ବାଲ ନିଜ ପାଇଁ ନିଜେ ଓକିଲାତି କରିଥିଲେ। କଣ ପାଇଁ ଓ କାହିଁକି ତାଙ୍କୁ ଗିରଫ କରାଯାଇଛି, ସେ ନେଇ ପ୍ରଶ୍ନ କରିଥିଲେ। ମଦ ମାମଲାକୁ ଏକ ରାଜନୈତିକ ଷଡ଼ଯନ୍ତ୍ର ବୋଲି କୋର୍ଟରେ କହିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ। କିନ୍ତୁ କିଛି ଲାଭ ହେଲାନି। ସେପଟେ କୋର୍ଟରେ ଇଡି କହିଛି, ରିମାଣ୍ଡ ସମୟରେ କେଜ୍ରିୱାଲଙ୍କ ବିବୃତ୍ତି ରେକର୍ଡ କରାଯାଇଥିଲା।

କିନ୍ତୁ ସେ ସହଯୋଗ କରୁନାହାନ୍ତି, କୌଣସି ସଠିକ୍ ଉତ୍ତର ଦେଇନାହାନ୍ତି। କେଜରିୱାଲଙ୍କ ମୋବାଇଲରୁ ତଥ୍ୟ ବାହାର କରାଯାଇଛି ଓ ଏହାର ବିଶ୍ଳେଷଣ କରାଯାଉଛି ବୋଲି କହିଛି ଇଡି। ଆଉ କେଜରିୱାଲ ଆଉ 4 ଦିନ ଇଡି ରିମାଣ୍ଡରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। 

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ପଦରୁ କେଜ୍ରିଓ୍ବାଲଙ୍କ ଇସ୍ତଫା ଦାବିକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଛି। ହାଇକୋର୍ଟ ଏ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି। ୟା ଭିତରେ ଦିଲ୍ଲୀ ଉପ-ରାଜ୍ୟପାଳ ବି କେ. ସକସେନା କହିଛନ୍ତି ଜେଲ ଭିତରୁ ଚାଲିବ ନାହିଁ ଦିଲ୍ଲୀ ସରକାର। କିନ୍ତୁ ଆପ୍ ପୁଣି ଦୋହରାଇଛି, କେଜ୍ରିଓ୍ବାଲ ହିଁ ରହିବେ ମୁଖ୍ୟମନ୍ତ୍ରୀ। 
ଅନ୍ୟପଟେ ନୈତକତା ଦୃଷ୍ଟିରୁ କେଜରିୱାଲଙ୍କ ଇସ୍ତଫା ଦାବି କରିଛି ବିଜେପି। 

ମାର୍ଚ୍ଚ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା ଇଡି। ୨୨ ତାରିଖରୁ ୭ ଦିନ ଯାଏଁ ଥିଲା ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ଅବଧି। ଅନ୍ୟପଟେ  ଜାମିନ ପାଇଁ ଦିଲ୍ଲୀ ହାଇକୋର୍ଟରେ କେଜରିୱାଲ କରିଥିବା ଆବେଦନ ଉପରେ ହୋଇନାହିଁ ଶୁଣାଣି। ଇଡିର ଗିରଫଦାରୀ ଓ ରିମାଣ୍ଡକୁ ବେଆଇନ ଦର୍ଶାଇ ଦିଲ୍ଲୀ ହାଇକୋର୍ଟରେ ହୋଇଥିବା ମାମଲା ଉପରେ ଏପ୍ରିଲ ୩ ତାରିଖରେ ହେବ ଶୁଣାଣି। 

ଆହୁରି ପଢନ୍ତୁ ଭାରତ ଖବର...

ମୁଖ୍ୟମନ୍ତ୍ରୀ
ବିଜେଡି ନିର୍ବାଚନୀ ଇସ୍ତାହାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ : ବିଜେଡି ଜାରି କଲା ନିର୍ବାଚନୀ ଇସ୍ତାହାର । ଇସ୍ତାହାର ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶା ନମ୍ବର ୱାନ ଘୋଷଣା ପତ୍ର ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତ
ପ୍ରଧାନମନ୍ତ୍ରୀ
ଆସନ୍ତା କାଲି ଦୁଇ ଦିନିଆ ନିର୍ବାଚନ ପ୍ରଚାରରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ
ଆସନ୍ତା କାଲି ଭୁବନେଶ୍ୱରରେ ରୋଡ ସୋରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ସନ୍ଧ୍ୟା ୬ ଟାରେ ରାଜ୍ୟ କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ ସୋ କରିବେ ମୋଦି ଆସନ୍ତ
ଧର୍ମେନ୍ଦ୍ର
" ଲୋକଙ୍କୁ ଠକିଲେ ଲୋକମାନେ ହିଁ ଭାଙ୍ଗି ଦିଅନ୍ତି ସରକାର " - ଧର୍ମେନ୍ଦ୍ର
ଅର୍ଗସ ବ୍ୟୁରୋ : ନିର୍ବାଚନ ଫଳ ଆସିବା ପରେ ବିଜେଡିକୁ ଭାଙ୍ଗି ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ପରି ସରକାର ଗଠନ ଲାଗି ରଣନୀତି କରିଛି ବିଜେପି। ବରାଦି ସାମ୍ବାଦିକ ସମ୍ମିଳନୀରେ ବିଜେଡ