ଜେଲରେ କେଜ୍ରିୱାଲଙ୍କ ୪.୫ କିଲୋ ଓଜନ ହ୍ରାସ
by Argus News
Wed, Apr 03 | 1:32 p.m.

ଅର୍ଗସ ବ୍ୟୁରୋ : ଜେଲରେ ହ୍ରାସ ପାଇଲା କେଜ୍ରିୱାଲଙ୍କ ଓଜନ ।  ଦିଲ୍ଲୀ ସରକାରୀ ମନ୍ତ୍ରୀ ତଥା ଆପ ନେତା ଆତିଶ ଏପରି ନିଜ ଟ୍ବିଟର ହ୍ୟାଣ୍ଡେଲରେ ଶେୟାର କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅବକାରୀ ଦୁର୍ନୀତି ମାମଲାରେ ଏପ୍ରିଲ ୧ ତାରିଖ ସୋମବାର ଦିନ ଗିରଫ ହୋଇଥିଲେ । ଏପ୍ରିଲ ୧୫ ତାରିଖ ଯାଏଁ ସେ ତିହାର ଜେଲରେ ରହିବା ସୂଚନା ରହିଛି । ତେବେ ଆପ ନେତା ଆତିଶ ଏହାକୁ ନେଇ କହିଛନ୍ତି, " କେଜ୍ରିୱାଲ ଜଣେ ଡାଇବେଟିସ ରୋଗୀ ଅଟନ୍ତି । ସେ ୨୪ ଘଣ୍ଟା ଦେଶପାଇଁ କାମ କରନ୍ତି । ସେ ଅସୁସ୍ଥ ହେବା ପରଠାରୁ ତାଙ୍କର ୪.୫ କେଜି ଓଜନ ହ୍ରାସ ପାଇଛି । ଯାହା ଖୁବ ଚିନ୍ତାଜନକ ବିଷୟ । ଏପରି କହି ସେ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିଛନ୍ତି । 

 

ଏହାକୁ ନେଇ ତିହାର ଜେଲ କର୍ତ୍ତୃପକ୍ଷଙ୍କ ପାଖରୁ ସୂଚନା ମିଳିଛି ଯେ, କେଜ୍ରିୱାଲ ସମ୍ପୁର୍ଣ୍ଣ ସୁସ୍ଥ ଅଛନ୍ତି । ତାଙ୍କର କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ହୋଇନାହିଁ  କି ତାଙ୍କ ଓଜନ ହ୍ରାସ ପାଇନାହିଁ । ତାଙ୍କ ବ୍ଲଡ ସୁଗାର ଲେବଲ ମଧ୍ୟ ସମ୍ପୁର୍ଣ୍ଣ ଠିକ ଅଛି ବୋଲି ସୂଚନା ରହିଛି । ଏବଂ ସେ ଏହା ମଧ୍ୟ କହିଛନ୍ତି ଯେ ସେ ପ୍ରତିଦିନ ସକାଳୁ ଯୋଗ ମେଡିଟେସନ ମଧ୍ୟ କରୁଛନ୍ତି । ତାଙ୍କର ସ୍ବାସ୍ଥ୍ୟ ଉପରେ ସମ୍ପୁର୍ଣ୍ଣ ଧ୍ୟାନ ରଖାଯାଉଛି ଏଥିସହ ତାଙ୍କୁ ତାଙ୍କ ସ୍ବାସ୍ଥ୍ୟଜନିତ ରୋଗର ଔଷଧ ମଧ୍ୟ ଯୋଗାଇ ଦିଆଯାଇଛି । 

କେଜ୍ରିୱାଲ ତିହାର ଜେଲର ବାରାକ୍ ନମ୍ବର ୨ରେ ରହୁଥିବା ବେଳେ ପୂର୍ବରୁ ଆପ୍ ନେତା ସଞ୍ଜୟ ସିଂ ୫ ନମ୍ବର ଜେଲ, ମନିଷ ସିସୋଦିଆ ୧ ନମ୍ବର ଜେଲ , ସତ୍ୟନ୍ଦ୍ର ଜେନ ୭ ନମ୍ବର ଜେଲରେ ରହୁଛନ୍ତି । 

ରାଜ୍ୟରେ ଲାଗୁ ହେବ
16m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର