ନବୀନଙ୍କ କଥା ଶୁଣୁନାହାନ୍ତି ବିଜେଡି ନେତା
by Argus News
Mon, Apr 01 | 8:11 p.m.

ଅର୍ଗସ ବ୍ୟୁରୋ : ନବୀନଙ୍କ କଥା ଶୁଣୁନାହାନ୍ତି ବିଜେଡି ନେତା । ଯେତେ ବୁଝାଇଲେ କି ଯେତେ ଆଶ୍ଵସନା ଦେଲେ କେହି ଶୁଣିବା ସ୍ଥିତିରେ ନାହାନ୍ତି । ସେଇଥି ଲାଗି ତ ନିଇତି ନେତାଏ ଛାଡୁଛନ୍ତି ଦଳ । ଜଣେ କି ଦୁଇଜଣ ନୁହେଁ ବରଂ ଅଧିକାଂଶ ନେତା ଏବେ ଛାଡିଲେଣି ଦଳ । ସାଧାରଣତଃ ନିର୍ବାଚନ ପୂର୍ବରୁ ଦଳ ଡିଆଁ ପର୍ବ ଆରମ୍ଭ ହୁଏ, ହେଲେ ଏସନ ଯେମିତି ମାତ୍ରାରେ ହେଲାଣି ତାହାକୁ ନେଇ ଚର୍ଚ୍ଚା ଜୋର ।

ନିଇତି ମିଶ୍ରଣ ପର୍ବ । ୨୪ ନିର୍ବାଚନ ପୂର୍ବରୁ ଏତେ ମାତ୍ରାରେ ନେତାଙ୍କ ଦଳ ଡିଆଁ ପୂର୍ବରୁ ଓଡ଼ିଶା କେବେ ଦେଖିନଥିଲା । କାରଣ ଏ ବର୍ଷ ସର୍ବାଧିକ ଶାସକ ଦଳର ହାତ ଛାଡୁଛନ୍ତି ନେତା । ଆଉ ମିଶୁଛନ୍ତି ମୁଖ୍ୟ ବିରୋଧୀ ଦଳ ବିଜେପିରେ । ସେଇଥି ଲାଗି ତ ଚିନ୍ତାରେ ନବୀନ ବାବୁ । ଏମିତି ସ୍ଥିତି ଲାଗି ରହିଲେ ଆଗାମୀ ନିର୍ବାଚନରେ ବିଜେଡି ପାଇଁ ନିର୍ବାଚନ ବୈତରଣୀ ପାର ହେବାକୁ ଯେ କେତେ କଷ୍ଟକର ତାହା ଏବେଠୁ ଜଳଜଳ ହୋଇ ଦିଶୁଛି ।

ଯେତେ ରଣକୌଶଳ ଆପଣାଇଲେ ବି ମ୍ୟାନେଜ ହେବା ମୁଡ୍‌ରେ ନାହାନ୍ତି ବିଦ୍ରୋହୀ ନେତା ।  ବିଜେଡି ଟ୍ରଷ୍ଟ ଦେଲେ ବି ବିଶ୍ଵାସ କରିବା ସ୍ଥିତିରେ କେହି ନାହାନ୍ତି । କୁହାଯାଉଛି କି,  ଗଲା କିଛି ଦିନ ଭିତରେ ବିଜେଡି ହାତ ଛାଡିଲେଣି ୨ ସାଂସଦ, ୪ ବିଧାୟକ ଆଉ ଗଣ୍ଡା ଗଣ୍ଡା ପୂର୍ବତନ ବିଧାୟକଙ୍କ ସହ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ।  

ମିଳିଥିବା ସୂଚନା ଅନୁସାରେ, ବିଜେପିରେ ଏବେ ସୁଦ୍ଧା କଟକ ସାଂସଦ ଭର୍ତ୍ତୃହରି ମହତାବ, ଆଉ ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ସହ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ପ୍ରଶାନ୍ତ ଜଗଦେବ, ଅରବିନ୍ଦ ଢାଲି, ପ୍ରେମାନନ୍ଦ ନାୟକ ବି ବିଜେଡି ଛାଡି ବିଜେପିରେ ମିଶିଛନ୍ତି । ବିଜେପିରେ ଯୋଗ ଦେଇଥିବା ବିଜେଡିର ପୂର୍ବତନ ବିଧାୟକଙ୍କ ଭିତରେ ଅଛନ୍ତି ନବୀନ ନନ୍ଦ, ଦେବାଶିଷ ନାୟକ, ଭାଦବ ହାଁସଦା, ରାଜୁ ଦାସ, ପୂର୍ଣ୍ଣଚନ୍ଦ୍ର ସେଠୀ, ମୁକୁନ୍ଦ ସୋଢି ପ୍ରମୁଖ । ଯାହା ସ୍ପଷ୍ଟ କରୁଛି ବିଜେଡି ଛିଡିବା ସହ ବଢୁଛି ବିଜେପି । ବିଜେପି ରାଜ୍ୟ ସଭାପତି କହିଛନ୍ତି ଏହା ବିଜେଡି ପାଇଁ ଟ୍ରାଞ୍ଜିଟ୍ ପିରିୟଡ୍ । 

କୁହାଯାଉଛି କି, କ୍ରାଇସିସ୍‌ ମ୍ୟାନେଜ କରିବାରେ ବିଫଳ ବିଜେଡି ନେତା । ପ୍ୟାରୀମୋହନ ଏବଂ କଳ୍ପତରୁଙ୍କ ପରେ ଆଉ ଅନୁଭବୀ କ୍ରାଇସିସ୍‌ ମ୍ୟାନେଜର ଦଳ ତିଆରି କରିପାରିନି । ଚର୍ଚ୍ଚା ହେଉଛି ବିଜେଡି ଛାଡ଼ିଥିବା ଆକାଶ ଦାସ ନାୟକ, ଅନୁଭବ ମହାନ୍ତି ମଧ୍ୟ ଖୁବଶୀଘ୍ର ବିଜେପିରେ ଯୋଗ ଦେଇପାରନ୍ତି । ଏବେ ସୁଦ୍ଧା ବିଜେଡି ୭୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ କୁହାଯାଇଛି ବାକି ଥିବା ୭୫ ଆସନ ଘୋଷଣା ପରେ ଆହୁରି ବିଦ୍ରୋହ ଦେଖା ଦେଇପାରେ । ତେବେ ସମୟ କହିବ ଆଗାମୀ ଦିନରେ କେଉଁ କେଉଁ ନେତା ଛାଡୁଛନ୍ତି ଦଳ ।


 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ