ପରୀକ୍ଷା ସମୟରେ ନୂଆ "ଓ" କାର୍ଯ୍ୟକ୍ରମ କରି କ'ଣ ସାବ୍ୟସ୍ତ କରିବାକୁ ଚାହୁଁଛନ୍ତି ରାଜ୍ୟ ସରକାର ?
by Argus News
Wed, Feb 07 | 8:07 a.m.

ଅର୍ଗସ ବ୍ୟୁରୋ: ଓଡିଆ ଭାଷାର ପ୍ରସାର ପାଇଁ ଗୋଟେ ପଟେ ଓଡିଆ ଭାଷା ବିଶ୍ୱ ସମ୍ମିଳନୀ କରୁଛନ୍ତି ରାଜ୍ୟ ସରକାର । ଭାଷାବିତ୍‌, ବୁଦ୍ଧିଜୀବୀ ଓ ବିଦ୍ବାନଙ୍କ ଉପସ୍ଥିତିରେ  ଓଡିଆ ଭାଷାର ସୁରକ୍ଷା ପାଇଁ ଆଲୋଚନା ହେଉଛି । ଆଉ ଆରପଟେ ନୂଆ ଓ କାର୍ଯ୍ୟକ୍ରମ କରି ତେଲୁଗୁ ଗୀତରେ ନାଚୁଛନ୍ତି ଓଡିଆ କଳାକାର ।

ସରକାର ଏକ । ଉଦ୍ଦେଶ୍ୟ ବି ଏକ । କେମିତି ଛାତ୍ରଛାତ୍ରୀ ନିଜ ମାତୃଭାଷାକୁ ନେଇ ଗର୍ବ କରିବେ...ମାତୃ ଭାଷାକୁ ଆଗକୁ ନେବାକୁ ସାରଥୀ ସାଜିବେ ସେଥିପାଇଁ ଏତେ ବଡ ଭବ୍ୟ ଆୟୋଜନ । ଗୋଟେ ପଟେ ସଂସ୍କୃତିକୁ ସଜାଡିବାକୁ ପ୍ରୟାସ ହେଉଥିବାବେଳେ ଆରପଟେ ସଂସ୍କୃତି ବିଗାଡୁଛି ନୂଆ ଓ କାର୍ଯ୍ୟକ୍ରମ ।

କଲେଜ, ବ୍ଲକ , ଜିଲ୍ଲା ଓ ରାଜ୍ୟ ସ୍ତରରେ ଆୟୋଜନ ହେଉଛି ନୂଆ ଓ କାର୍ଯ୍ୟକ୍ରମ । ଏହାର ଉଦ୍ଦେଶ୍ୟ କଣ । କାହିଁକି ପରୀକ୍ଷା ସମୟରେ ଏହା ଆୟୋଜନ ହେଉଛି । ଠିକ୍ ନିର୍ବାଚନ ପୂର୍ବରୁ ଏସବୁ ମାନେ କଣ ବୋଲି ବାରମ୍ବାର ବିରୋଧର ସ୍ୱର ଉଛୁଠି । 

ଓଡିଆ ଭାଷା ବିଶ୍ୱ ସମ୍ମିଳନୀରେ ଦଦରା ଖଣ୍ଡିଆ ଓଡିଆ ପଢି ଓଡିଆ ଭାଷାକୁ ତ ଯାହା ବିକୃତ କଲେ, ଏବେ ନୂଆ ଓ ରେ ଏ ତେଲୁଗୁ ଗୀତକୁ ନେଇ ଚର୍ଚ୍ଚା ଜୋର୍ ଧରିଛି...
ରାଜ୍ୟ ଓଡିଶା...ଦର୍ଶକ ସାଜିଥିବା ପିଲା ବି ଓଡିଆ...କଳାକାର ବି ଓଡିଆ...ହେଲେ ତେଲୁଗୁ ଗୀତ ବାଜି କଣ ସାବ୍ୟସ୍ତ କରିବାକୁ ପ୍ରୟାସ କରାଯାଉଛି ତାକୁ ନେଇ ଉଠୁଛି ନାନା ପ୍ରଶ୍ନ । ପରୀକ୍ଷା ସମୟରେ ଏହି ନୂଆ ଓ କାର୍ଯ୍ୟକ୍ରମକୁ ନେଇ ସବୁଠି ଅସନ୍ତୋଷ । 

ସେପଟେ ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ନେଇ ସବୁବେଳେ ଚିନ୍ତିତ କେନ୍ଦ୍ର ସରକାର । ସମ୍ବଲପୁରରେ ଆଇଆଇଏମକୁ ମିଳିଛି ସ୍ଥାୟୀ କ୍ୟାମ୍ପସ । ୪୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ କ୍ୟାମ୍ପସର ଲୋକପର୍ଣ କରିଛନ୍ତି ପ୍ରଧାନମନ୍ତ୍ରୀ । ଏବଂ ଓଡ଼ିଶାର ବିକାଶ ଯାତ୍ରାରେ ଏହି ଦିନ ବେଶ ମହତ୍ତ୍ଵପୂର୍ଣ୍ଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । 

 

ଗୋଟେ ପଟେ କେନ୍ଦ୍ର ସରକାର ଶିକ୍ଷାକୁ ଗୁରୁତ୍ୱ ଦେଉଥିବାବେଳେ ଆର ପଟେ ରାଜ୍ୟ ସରକାର ନୂଆ ଓ କାର୍ଯ୍ୟକ୍ରମ କରି ଶିକ୍ଷାକୁ ବିଗାଡିବାରେ ଲାଗିଛନ୍ତି । ଯାହା ଖୁବ ବିଡମ୍ବନାର ବିଷୟ ...
 

ରାଜ୍ୟରେ ଲାଗୁ ହେବ
26m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର