ଘରର ଛାତ ଉପରେ ବୁଲୁଛି ବାଘ
by Argus News
Tue, Apr 02 | 2:57 p.m.

ନୂଆଦିଲ୍ଲୀ: ଆଜିକାଲି ଜଙ୍ଗଲି ପଶୁ  ସହରକୁ ପଶି ଆସି ବୁଲିବା ଘଟଣା ଅନେକ ନଜିର ଥିବ। କିନ୍ତୁ  ଜଙ୍ଗଲର ସବୁଠାରୁ ହିଂସ୍ର ଜନ୍ତୁ ବାଘ ଘରେ ବୁଲିବାର କଥା ବୋଧ୍‌ ହୁଏ ଶୁଣି ନଥିବେ । ହଁ ବାଘ ବୁଲୁଛି ଘରେ।  ଏପରି ଏକ ଘଟଣା ଘଟିଛି  ଦିଲ୍ଲୀର ରିହାୟଶୀ ଅଞ୍ଚଳରେ। ଏଠାରେ ଜଣଙ୍କ ଘରର ଛାତ ଉପରେ ବାଘ ବୁଲୁଥିବାର ନଜର ଆସିଛି। ଏଥିସହି ପାଖାପାଖି ୫ ଜଣ ବାଘ ଆକ୍ରମଣରେ ଗୁରୁତର ହୋଇଛନ୍ତି।  ଯାହାଦ୍ୱାରା ସେଠାକାର ଲୋକମାନଙ୍କ ମଧ୍ୟରେ ଭାଳେଣି ପଡିଛି। ବାଘ ପାଇଁ ଆତଙ୍କିତ ଅବସ୍ଥାରେ ଅଞ୍ଚଳବାସୀ। 

ସୂଚନାମୁତାବକ,  ଯେତେବେଳେ ବାଘଟି ଛାତରେ ବୁଲୁଥିଲା  ସେହି ସମୟରେ ଅନ୍ୟ ଛାତମାନଙ୍କରେ ଛିଡା ହୋଇ  ଲୋକମାନେ ବାଘର ଭିଡିଓ କରିଥିଲେ।  ମିଳିଥିବା ସୂଚନାନୁସାରେ  ବାଘଟି  ସହରର ୪/୫ ଜଣଙ୍କୁ ମଧ୍ୟ ଆକ୍ରମଣ କରିସାରିଛି। ଗୁରୁତରମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ତେବେ ଏ ସମ୍ପର୍କରେ ବନ ବିଭାଗକୁ ଖବର ଦିଆଯାଇଛି।  ଖୁବ ଶୀଘ୍ର ବାଘକୁ ଉକ୍ତ ସହରରୁ ଉଦ୍ଧାର କରାଯିବ ବୋଲି ବନ ବିଭାଗ କହିଛି। 

ଅଧିକ ପଢନ୍ତୁ ଭାରତ ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ