ଅପରାହ୍ନ ୩ଟା ୩୦ରେ ରଥ ଟଣା ଆରମ୍ଭ 
by Argus News
Tue, Apr 16 | 8:47 a.m.

ଭୁବନେଶ୍ୱର:  ଲିଙ୍ଗରାଜଙ୍କର ପ୍ରସିଦ୍ଧ ଅଶୋକାଷ୍ଟମୀ ରୁକୁଣା ରଥଯାତ୍ରା ନୀତିକାନ୍ତି ସକାଳ ୫ ଟାରୁ ଆରମ୍ଭ ହେବ । ଲିଙ୍ଗରାଜଙ୍କ ନୀତିକାନ୍ତି ‌ଶେଷ ପରେ ଅପରାହ୍ନ ୩ଟା ୩୦ରେ ରଥ ଟଣା ଆରମ୍ଭ ହେବ । ରଥଯାତ୍ରାକୁ ସୁରୁଖୁରୁରେ କରିବା ପାଇଁ କମିସନରେଟ ପୁଲିସର ପ୍ରସ୍ତୁତି ବୈଠକ ହୋଇଛି । ଏନେଇ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ ସ୍ଥାପନ କରାଯାଇଛି । ରଥ ରୋଡ଼ରେ କୌଣସି ଗାଡି ଯାଇପାରିବନି । ଦ୍ଵି-ପହରରେ ରଥ ସୁରକ୍ଷା ପାଇଁ ଦୁଇଟି କର୍ଡ଼ନ କରାଯିବ। 

ଗହଳିକୁ ମ୍ୟାନେଜ କରିବା ପାଇଁ କଣ୍ଟ୍ରୋଲ ରୁମ ମଧ୍ୟ ସେଟଅପ୍ ହୋଇଛି । କୌଣସି ଗାଡି ରଥ ରୋଡ଼କୁ ଛଡାଯିବ ନାହିଁ । ମାଉସୀ ମାଆ ଛକରୁ ଗାଡି ଡାଇଭର୍ଟ କରାଯିବ। ସୁରକ୍ଷା ବ୍ୟବସ୍ଥା ପାଇଁ ୧୨ ପ୍ଲାଟୁନ ଫୋର୍ସ, ୭୭ ହୋମଗାର୍ଡ, ୨ ଜଣ ଆଡିସନାଲ ଡିସିପି, ଏସିପି, ୫୦ ଜଣ ଏଏସଆଇ ନିୟୋଜିତ ହେବେ। ଟ୍ରାଫିକ ପାଇଁ ସ୍ୱତନ୍ତ୍ର ୨ ପ୍ଲାଟୁନ ଫୋର୍ସ ରହିବେ । ରଥଯାତ୍ରା ସମୟରେ ଖରା ଓ ହିଟୱେଭ୍ କୁ ଆଖି ଆଗରେ ରଖି ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭକ୍ତ ବହୁ ସଂଖ୍ୟାରେ ଆସିବେ ତେଣୁ ପାଣି ବ୍ୟବସ୍ଥା ଆମ୍ବୁଲାନ୍ସ ଏ ସବୁ ମଧ୍ୟ ବ୍ୟବସ୍ଥା ହୋଇଛି । ଭକ୍ତଙ୍କ ଉପରେ ପାଣି ସ୍ପ୍ରେ କରିବାର ମଧ୍ୟ ବ୍ୟବସ୍ଥା ହୋଇଛି ।

ଆହୁରି ପଢନ୍ତୁ ଓଡିଶା ଖବର...
 

PM
ମୁଁ ଏହି କୁନି ପିଲା ଦୁଇଜଣଙ୍କ ବଡ଼ ପ୍ରଶଂସକ ପାଲଟି ଯାଇଛି : ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ : ପୁଣି ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ । ସବୁବେଳେ ଚର୍ଚ୍ଚା ରହି ଆସିଛନ୍ତି ଆମ ପ୍ରଧାନମନ୍ତ୍ରୀ । ଆମେ ଆଜି କୋହୁଛି କୁନି ପ୍ରଧାନମନ୍ତ୍ରୀଙ୍କ କଥା । ଆଉ ଏହି କୁନ
MODI
ଆଜି ୟୁପିର ଲାଲଗଞ୍ଜ, ଭଦହୀ, ଜୈନପୁର ଓ ଆଜମଗଡ଼ରେ ମୋଦିଙ୍କ ମାରାଥନ ପ୍ରଚାର
ଅର୍ଗସ ବ୍ୟୁରୋ : ଉତ୍ତର ପ୍ରଦେଶର ମୋଦିଙ୍କ ମାରାଥନ ପ୍ରଚାର । ଆଜି ୟୁପିର ଲାଲଗଞ୍ଜ, ଭଦହୀ, ଜୈନପୁର ଓ ଆଜମଗଡ଼ରେ ନିର୍ବାଚନୀ ଜନସଭାରୁ ବିରୋଧୀ ସମାଜବାଦୀ ପାର୍ଟି ସମେତ ଇଣ୍ଡି ମେଣ୍
AMIT SHAH
'ଓଡ଼ିଶାରେ ଚାଲିଛି ଠେଲା ସରକାର '
ଅର୍ଗସ ବ୍ୟୁରୋ : ଓଡ଼ିଶା ଆସିଲେ, ନବୀନଙ୍କ ଉପରେ ବର୍ଷିଲେ । କେନ୍ଦ୍ରୀୟ ଯୋଜନାର ହିସାବ ଦେଲେ, ରାଜ୍ୟର ପାରିବାପଣିଆ ଦେଖାଇଦେଲେ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିବା ପର