ବାଂଲାଦେଶ ବିପକ୍ଷ ଟେଷ୍ଟ ଦମ୍ ଦେଖାଇଲେ ଅଶ୍ବିନ-ଜାଡେଜା,କମବ୍ୟାକ କଲା ଭାରତ
by Argus News
Thu, Sep 19 | 7:35 p.m.

ଅଗର୍ସ ବ୍ୟୁରୋ:ବାଂଲାଦେଶ ବିପକ୍ଷ ଟେଷ୍ଟ କମବ୍ୟାକ କଲା ଟିମ୍ ଇଣ୍ଡିଆ, ଦମ୍ ଦେଖାଇଲେ ଅଶ୍ବିନ-ଜାଡେଜା ଯୋଡି। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୬ ୱିକେଟ ହରାଇ ୩୩୯ ରନ୍ ସଂଗ୍ରହ କରିଛି ଭାରତ, ଅଶ୍ବିନ ୧୦୨,ଜାଡେଜା ୮୬ ରନ୍ କରି ଅପରାଜିତ ରହିଛନ୍ତି । ଅଶ୍ୱିନ ୧୦୮ ବଲରେ ନିଜର ଶତକ ହାସଲ କରିଥିଲେ। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୬ଷ୍ଠ ଶତକ। ସେହିପରି ଘରୋଇ ମାଟିରେ ଦ୍ୱିତୀୟ ସେଞ୍ଚୁରୀ। ଶତକୀୟ ଇନିଂସରେ ଅଶ୍ୱିନ ୧୦ଟି ଚୌକା ଓ ୨ଟି ଛକା ମାରିଛନ୍ତି।

ବାଂଲାଦେଶ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପର୍ତ୍ତି ନେଇଥିଲା ଭାରତ,ଜୟସ୍ୱାଲ ୫୬ ରନ୍ କରି ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ପରେ ପରେ ଦମଦାର ପାରି ଖେଳି ବାଂଲାଦେଶ ବୋଲରଙ୍କ ନିଦ ହଜାଇ ଦେଇଥିଲେ ଭାରତର ଦୁଇ ଅଲରାଉଣ୍ଡର,ଫଳରେ ଭାରତ ଏବେ ପ୍ରଥମ ଟେଷ୍ଟକୁ ନିଜ ନିୟନ୍ତ୍ରଣକୁ ଆଣିବାରେ ସକ୍ଷମ ହୋଇଥିଲେ କିନ୍ତୁ ତାପୂର୍ବରୁ ଭାରତ ୩୪ ରନରେ ୩ଟି ୱିକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କିନ୍ତୁ ଋଷଭ ପନ୍ତଙ୍କୁ ସାଥୀ କରି ଯଶସ୍ୱୀ ଜୈସୱାଲ ସ୍ଥିତି ସମ୍ଭାଳିଥିଲେ। କିନ୍ତୁ ରୋହିତ ଶର୍ମା, ବିରାଟ କୋହଲି ଓ ଶୁବମନ ଗିଲଙ୍କ ଭଳି ବଡ଼ବଡ଼ ବ୍ୟାଟର ଯେଉଁ ବାଂଲାଦେଶ ବୋଲିଂ ଆଗରେ ତିଷ୍ଟି ପାରି ନଥିଲେ, ସେଠାରେ ଅଶ୍ୱିନ ଓ ଜାଡେଜା ନିଜର ବ୍ୟାଟି ଯାଦୁ ଦେଖାଇଛନ୍ତି। ବାଂଲାଦେଶ ପକ୍ଷରୁ ହାସନ ମହମୁଦ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ । ଭାରତ ଓ ବାଂଲାଦେଶ ମଧ୍ୟରେ ମୋଟ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ଖେଳାଯିବ,୨ଟିରୁ ୨ଟି ମ୍ୟାଚ୍ ଜିତିବା ଲକ୍ଷ୍ୟରେ ରହିଛି ରୋହିତ ବାହିନୀ। ଫଳରେ ଡବ୍‌ଲ୍ୟୁଟିସି ପଏଣ୍ଟକୁ ଅଧିକ ଦୃଢ଼କରିପାରିବ


 

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ