ଏସିଆନ ଚାମ୍ପିୟନ୍ସ ଟ୍ରଫି:ପାକିସ୍ତାନ ହକି ଟିମକୁ ଚକମା ଦେଲା ଟିମ୍ ଇଣ୍ଡିଆ
by Argus News
Sat, Sep 14 | 6:58 p.m.

ଅର୍ଗସ ବ୍ୟୁରୋ:ପାକିସ୍ତାନକୁ ଧୂଳି ଚଟାଇଲା ଭାରତୀୟ ହକି ଟିମ୍ ।ଏସିଆନ ଚାମ୍ପିୟନ୍ସ ଟ୍ରଫିର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌କୁ ଭାରତ ୨-୧ରେ ଜିତି ନିଜର ଅପରାଜେୟ ଧାରା ଜାରି ରଖିଛି। ମ୍ୟାଚରେ ହିରୋ ସାଜିଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ହରମନପ୍ରୀତ କୌର,ମ୍ୟାଚର ୧୩ ଏବଂ ୧୯ ମିନିଟରେ ଦୁଇଟି ଦମଦାର ଗୋଲ କରି ଭାରତକୁ ବିଜୟ ଭେଟିଦେଇଥିଲେ । ତେବେ ଭାରତ ବିପକ୍ଷରେ ପାକିସ୍ତାନର ଅହମଦ ନଦୀମ ଏକମାତ୍ର ଗୋଲ କରିବାରେ ସଫଳ ହୋଇଛନ୍ତି । ଗ୍ରୁପ ପର୍ଯ୍ୟାୟରେ ଅପରାଜେୟ ରହି ଭାରତ ସେମି ଫାଇନାଲ ଖେଳିବାକୁ ଯାଉଛି। ପ୍ରଥମ ମ୍ୟାଚରେ ଭାରତ ଆୟୋଜକ ଚାଇନା, ପରେ ଜାପାନ, ତୃତୀୟ ମ୍ୟାଚ୍‌ରେ ମାଲେସିୟା ଓ ୪ର୍ଥ ମ୍ୟାଚରେ କୋରିଆକୁ ଚିତ କରିଥିଲା। ଆଜି ଦଳ ପାକିସ୍ତାନକୁ ମାତ ଦେଇଛି
 

ମଙ୍କିପକ୍ସ
2m ago
ବିଶ୍ବ ଥରହର ଘାରିଛି ମଙ୍କିପକ୍ସ ଡର,ଜାରି ହେଲା ଗାଇଡଲାଇନ
ଅର୍ଗସ ବ୍ୟୁରୋ:ବିଶ୍ବକୁ ଡରାଉଛି ମଙ୍କିପକ୍ସ,ରଚୁଛି ଆତଙ୍କ,ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା,ବ୍ୟାପିଲାଣି ୧୧୬ଟି ଦେଶ,୯୯ ହଜାର ଲୋକେ ହେଲେ ସଂକ୍ରମିତ,ଦିନକୁ ଦିନ ବଢୁଛି ମୃତ୍ୟ
ୱାକି ଟକି ବ୍ଲାଷ୍ଟ
24m ago
ଆଜି ମଧ୍ୟପ୍ରାଚ୍ୟରେ ୱାକି ଟକି ବ୍ଲାଷ୍ଟ , ୨୦ରୁ ଅଧିକ ମୃତ
ଅର୍ଗସ ବ୍ୟୁରୋ : ମଧ୍ୟପ୍ରାଚ୍ୟରେ ସିରିଜ୍ ଗ୍ୟାଜେଟ୍ ହମଲା । ଲେବାଲନ୍ ପେଜର୍ ବ୍ଲାଷ୍ଟରେ ଥରହର ହେବା ପରେ ଆଜି ୱାକି ଟକି ବ୍ଲାଷ୍ଟରେ ୨୦ରୁ ଅଧିକ ମୃତ ଏବଂ ଅନେକ ଆହତ ହୋଇଛନ୍ତି
ରୋଜଗାର
27m ago
୧୦୦ ମହିଳାଙ୍କୁ ରୋଜଗାର ଯୋଗାଉଛି ଅଳିଆ ଆବର୍ଜନା
କୋରାପୁଟ: ଅଳିଆ ଆବର୍ଜନା ଯୋଗାଇଛି ରୋଜଗାର । ଯାହାକୁ ଅଳିଆ କହି ଲୋକେ ବାହାରେ ଏଣେ ତେଣେ ଫୋପାଡି ଦିଅନ୍ତି, ସେହି ଅଳିଆ ଆଜି ଜୟପୁରର ୧୦୦ ମହିଳାଙ୍କୁ ଯୋଗାଉଛି ରୋଜଗାର। ଅଳିଆ