୧୦୦ ମହିଳାଙ୍କୁ ରୋଜଗାର ଯୋଗାଉଛି ଅଳିଆ ଆବର୍ଜନା 
by Argus News
Thu, Sep 19 | 6:03 p.m.

କୋରାପୁଟ:  ଅଳିଆ ଆବର୍ଜନା ଯୋଗାଇଛି ରୋଜଗାର । ଯାହାକୁ ଅଳିଆ କହି ଲୋକେ ବାହାରେ ଏଣେ ତେଣେ ଫୋପାଡି ଦିଅନ୍ତି, ସେହି ଅଳିଆ ଆଜି ଜୟପୁରର ୧୦୦ ମହିଳାଙ୍କୁ ଯୋଗାଉଛି ରୋଜଗାର। ଅଳିଆର ରିସାଇକ୍ଲିଂ କରି ଏହି ମହିଳା ନିଜେ ସ୍ବାବଲମ୍ବୀ ହେବା ସହ ପରିବାର ପ୍ରତିପୋଷଣ କରିବାରେ ସହାୟକ ହେଉଛନ୍ତି। ଆବର୍ଜନା ରୁ ମହିଳା ମାନେ ପ୍ରସ୍ତୁତ କରୁଛନ୍ତି ଯୈବିକ ସାର । ପ୍ରତ୍ୟକ ଦିନ ଅଳିଆ ଆବର୍ଜନାକୁ ଗୋଟିଏ ୱେଷ୍ଟ ସେଣ୍ଟରରେ ଏକତ୍ରିତ କରାଯାଇ ତାକୁ ପ୍ରଥମେ ବିଭାଜିକରଣ କରାଯାଉଛି। ପରେ ସେଥିରୁ ପଲିଥିନ, ବୋତଲ, କାଗଜ ଓ ପରିବାକୁ ବଛା ଯାଉଛି। ପରେ ଏ ସବୁକୁ ପୌର ପାଳିକା ତରଫରୁ କରାଯାଇଥିବା ୱେଷ୍ଟ ସେଣ୍ଟର ଭିତରେ ଥିବା ବିଭିନ୍ନ କୁଣ୍ଡରେ ପକାଯାଉଛି।  ପର୍ଯ୍ୟାୟ କ୍ରମେ ପ୍ରୋସେସିଂକରି ଖତ ପ୍ରସ୍ତୁତ କରାଯାଇ ବଜାର ରେ ବିକ୍ରି କରା ଯାଉଛି। ଏଭଳି କରି ଲାଭବାନ ହେଉଛନ୍ତି ଜୟପୁର ସହରର ଅନେକ ଏସଏସଜି ମହିଳା ।

ଜୟପୁରରେ 4ଟି  ଖତ ଉପ୍ତାଦନ କେନ୍ଦ୍ର ରହିଛି ଓ ଏହି ଚାରୋଟି ସ୍ଥାନରେ ପାଖାପାଖି 41 ଟି ମହିଳା କାର୍ଯ୍ୟରତ ଅଛନ୍ତି । ବର୍ତମାନ 2014 ରେ ପ୍ରାଧାନ ମନ୍ତ୍ରୀ ଙ୍କ ଅବଦାନ ରେ ସ୍ଵଛ ଭାରତ ମିସନ ଜରିଆରେ ସମସ୍ତ ପୌରା ଅଞ୍ଚଳରେ ସ୍ଥାନୀୟ ଜନତା ଙ୍କୁ ସଚେତନ କରିବା ପାଇଁ ସ୍ଵତନ୍ତ୍ର ଭାବେ ସ୍ଵଛ ସାଥି ମାନେ ଭି ରହିଛନ୍ତି। ଶୁଖିଲା ଓ ଓଦା ଆବର୍ଜନା କୁ କେମିତି ଅଲଗା ରଖିବେ ସେ ସବୁ ଉପରେ ଲୋକଙ୍କୁ ସଚେତନ କରିବେ ତା ସହିତ ସହର ର ଯୋଉ ସବୁ ଅଳିଆ ସଂଗ୍ରହ ବାହାନ ରହିଛି ଶେଠୀ ଭି ମହିଳା ମନ ଙ୍କୁ ସ୍ଥାନ ଦିଆଯାଇଛି । ମୋଟାମୋଟି ଦେଖିବାକୁ ଗଲେ ଏହି ସଂପୂର୍ଣ୍ଣ ଚେନ ରେ 100 ରୁ ଅଧିକା ମହିଳା ନିୟୋଜିତ ଅଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ