ଜାରି ରହିଲା ରିୱାଜ୍, ବଦଳିଗଲା ରାଜ୍ ...ରାଜସ୍ଥାନରେ ବାଜି ମାରିଲା ବିଜେପି
by Argus News
Mon, Dec 04 | 6:53 p.m.

ଅର୍ଗସ ବ୍ୟୁରୋ: ମୋଦି ଯାଦୁ ଆଗରେ ବିରୋଧୀ ଧରାଶାୟୀ । କାମ ଦେଲାନି କଂଗ୍ରେସର ରଣନୀତି । ମୋଦିଙ୍କ ଯୋଜନା, ସଠିକ୍‌ ନିର୍ବାଚନ ପରିଚାଳନାରେ ମାଟି କାମୁଡିଲେ ବିରୋଧୀ । ଏକଜିଟ୍‌ ପୋଲ ଯେତିକି ଆକଳନ କରିଥିଲା ତାହାଠାରୁ ଢେର ଅଧିକ ସିଟ୍‌ରେ ଜିତିଲା ବିଜେପି । ପୂରା ଦେଶ ଦେଖିଲା ମୋଦିଙ୍କ କିମିଆ । 

ରାଜସ୍ଥାନରେ ପୁଟିଲା ପଦ୍ମ, କଂଗ୍ରେସଠୁ ମୁଖ୍ୟମନ୍ତ୍ରୀ ଚୌକି ନେଇ ଆସିଲା ବିଜେପି । କୁହାଯାଉଛି କି ରାଜସ୍ଥାନରେ ପାଇଲଟ୍‌ ଓ ଗେହଲଟ୍‌ଙ୍କ ତୁ ତୁ ମେଁ ମେଁ ପାଇଁ ପରାଜୟର ସ୍ଵାଦ ଚାଖିଲା କଂଗ୍ରେସ । ଆଉ ସଠିକ୍‌ ଗୋଟି ଚଳାଇବାରୁ ପୁଣି ଥରେ ଶାସନ କ୍ଷମତାକୁ ଫେରିଲା ବିଜେପି । ନିର୍ବାଚନ ରେଜଲ୍ଟ ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଅଶୋକ ଗେହଲଟ୍‌ । ତେବେ କେଉଁ କେଉଁ ଫ୍ୟାକ୍ଟର ବିଜେପି ଜିତିବାରେ ସହାୟକ ହେଲା ତାହାକୁ ନେଇ ଏବେ ବଢିଲାଣି ଚର୍ଚ୍ଚା ।

ଜାରି ରହିଲା ରିୱାଜ୍, ବଦଳିଗଲା ରାଜ୍ ।  କଂଗ୍ରେସକୁ ଫେଲ୍ କରି ପୁଣି ବିଜେପିକୁ ପଗଡ଼ି ପିନ୍ଧାଇଲା ରାଜସ୍ଥାନ । ୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଜେପିର ବୃହତ ବିଜୟ ପରେ ପଦ୍ମ ଶିବିରରେ ଦେଖାଯାଇଛି ଅଭୂତପୂର୍ବ ଖୁସି । ଗୀତ ବାଜିଥିଲା, ବାଜା ବାଜିଥିଲା...ପ୍ରବଳ ନାଚିଥିଲେ ନେତା ଓ କର୍ମୀ । ହେଲେ ସମସ୍ତଙ୍କର ଏବେ ଗୋଟିଏ କଥା କେମିତି ଜିତିଲା ବିଜେପି ?

୦୧. କାମ କଲା ମୋଦିଙ୍କ ଲୋକପ୍ରିୟତା
୦୨. କଂଗ୍ରେସ କଳି, ବଳି ପଡିଲା ମୁଖ୍ୟମନ୍ତ୍ରୀ ଚୌକି
୦୩.  ପ୍ରତିଥର ସରକାର ବଦଳାଇବାର ପରମ୍ପରା
୦୪. ଦୁର୍ନୀତିରେ ବୁଡିଥିଲା କଂଗ୍ରେସ !

ଏହିସବୁ କାରଣ ଲାଗି ରାଜସ୍ଥାନରେ ବିଜେପିର ବାଜିମାତ ହୋଇଛି ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ନିଜ ପରାଜୟକୁ ସ୍ଵୀକାର କରିଛି କଂଗ୍ରେସ । ସେପଟେ କିଏ ହେବ ମୁଖ୍ୟମନ୍ତ୍ରୀ ତାହାକୁ ନେଇ ବି ଚର୍ଚ୍ଚା ଜୋର । ହେଲେ ଜାତୀୟ ଗଣମାଧ୍ୟମରେ ମହନ୍ତ ବାଲକନାଥ ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ଜୋର । ତେବେ ସମୟ କହିବ ରାଜସ୍ଥାନରେ କିଏ ପିନ୍ଧିବ ମୁଖ୍ୟମନ୍ତ୍ରୀ ମୁକୁଟ ।


 


 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ