ତୃତୀୟ ବିଶ୍ବଯୁଦ୍ଧର ତାରିଖ ଘୋଷଣା କଲେ ଜ୍ୟୋତିଷ, ସତ ହେବ କି ଭବିଷ୍ୟବାଣୀ ?...
by Argus News
Fri, May 24 | 5:20 p.m.

ଅର୍ଗସ ବ୍ୟୁରୋ :  ପୃଥିବୀରେ ଅନେକ ଦେଶ ମଧ୍ୟରେ ଗତ କିଛି ବର୍ଷ ହେବ ପରିବର୍ତ୍ତନ ଦେଖାଦେଇଛି । ଅନେକ ଦେଶ ମଧ୍ୟରେ ଯୁଦ୍ଧ ଚାଲୁଥିବା ଦେଖିଥିବା ମିଳିଛି । ଏ ଭିତରେ ସବୁଠୁ ବଡ ଆଶଙ୍କା ତଥା ଚର୍ଚ୍ଚିତ ଖବର ସାମ୍ନାକୁ ଆସିଛି । ଯାହାକୁ ନେଇ ସାରା ବିଶ୍ବର ତମାମ ସ୍ଥାନରେ ଚାଲିଛି ଚର୍ଚ୍ଚା ଆଉ ଆଲୋଚନା । ଖୁବଶୀଘ୍ର ଅର୍ଥାତ ଆଉ ୨୫ ଦିନ ମଧ୍ୟରେ ବିଶ୍ବଯୁଦ୍ଧ ହେବାକୁ ଯାଉଛି । ଏହାକୁ ନେଇ ପୂର୍ବରୁ ଅନେକ ଜ୍ୟୋତିଷ, ଭେଙ୍ଗା ବାବା ଆଦି ପୂର୍ବାନୂମାନ କରି ମତ ଦେଇଥିଲା ବେଳେ ଏବେ ଭାରତର ଆଉ ଜଣେ ଜ୍ୟୋତିଷ ତୃତୀୟ ବିଶ୍ବଯୁଦ୍ଧ ନେଇ ମତ ପ୍ରକାଶ କରିଛନ୍ତି । ତେବେ ଏହା କେବଳ ସେ ପୂର୍ବାନୂମାନ କରିଛନ୍ତି, ଏନେଇ କୌଣସି ନିଶ୍ଚିନ୍ତତା ପ୍ରକାଶ କରାଯାଇନାହିଁ ।

ଅଧିକ ପଢନ୍ତୁ : ଇରାନ ରାଷ୍ଟ୍ରପତିଙ୍କ ହେଲିକପ୍ଟର ଦୁର୍ଘଟଣା ପଛରେ କାହାର ହାତ ?

ଏହି ଜ୍ୟୋତିଷ ଜଣକଙ୍କ ନାଁ ହେଉଛି କୁଶଲ କୁମାର । ସେ ଆଗରୁ ମଧ୍ୟ ଇସ୍ରାଏଲ-ହମାସ, ରୁଷ ଏବଂ ନୋଟା, ଚୀନ ଏବଂ ତାଇୱାନ ମଧ୍ୟରେ ଯୁଦ୍ଧ ହେବା ନେଇ ଭବିଷ୍ୟବାଣୀ କରିଥିଲେ । କୁଶଲ କୁମାର କହିଛନ୍ତି , ୧୮ ଜୁନ ୨୦୨୪ରେ ତୃତୀୟ ବିଶ୍ବଯୁଦ୍ଧ ପାଇଁ ସବୁଠୁ ମଜବୁତ ଗ୍ରହର ଉତ୍ତେଜନା ରହିଛି । ଜୁନ ୧୦ ଏବଂ ୨୯ରେ ମଧ୍ୟ ଏହାର ସମ୍ଭାବନା ରହିଛି । ତେବେ କୁଶଲ କୁମାରଙ୍କୁ ଭାରତର ନାଷ୍ଟ୍ରୋଡାମସ ବୋଲି କୁହାଯାଉଛି । ନାଷ୍ଟ୍ରୋଡାମସ ଫ୍ରାନ୍ସର ଜ୍ୟୋତିଷ ଅଟନ୍ତି । ସେ ପୂର୍ବରୁ ମଧ୍ୟ ଅନେକ ଦେଶର ଯୁଦ୍ଧ ଯେମିତିକି , ନେପାଲିୟନ ଏବଂ ଏଡଲଫ୍ , ହିଟଲରଙ୍କ ଉଦୟ, ହିରୋସୀମା ନାଗାସାକି ପରମାଣୁ ଆଟାକ ଉପରେ ଭବିଷ୍ୟବାଣୀ ଦେଇଥିଲେ, ଏବଂ ଏସବୁ ମଧ୍ୟ ସତ ହୋଇଛି । ସେ ଲିଙ୍କଡେନରେ ଏପରି ବିଷୟରେ ଲେଖିବା ପରେ ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗି ରହିଛି ।              


 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ