୧୩ ବର୍ଷ ବୟସରୁ ବାବା ଜିଭ କାଟି ଆରମ୍ଭ କରିଛନ୍ତି ତପସ୍ୟା
by Argus News
Wed, Nov 22 | 1:11 p.m.

ଝାରସୁଗୁଡା:  ଭକ୍ତି, ଶ୍ରଦ୍ଧା ଆଉ ମହାଦେବଙ୍କ ପ୍ରତି ସମର୍ପଣ। ସେହି ସମର୍ପଣ ସ୍ୱରୂପ ୧୩ ବର୍ଷ ବୟସରେ ବାବା ଜିଭ କାଟି ଶିବ ଲିଙ୍ଗ ଉପରେ ରଖି ଆରମ୍ଭ କରିଛନ୍ତି ତପସ୍ୟା। ଆସ୍ଥାନ ଉପରେ  ନିଶ୍ଚଳ ହୋଇ ବସିଥିବା ତପସ୍ୱି ଜଣଙ୍କ ସେହି ଗୋଟିଏ ସ୍ଥାନରେ ୨୫ ବର୍ଷ ଧରି ସେମିତି ବସିରହିଛନ୍ତି। ତପସ୍ୟାରେ ନିମଗ୍ନ ବାବା ସତ୍ୟନାରାୟଣ। ବାବାଙ୍କୁ ଦେଖିଲେ ଆପଣଙ୍କ ଲୋମଟାଙ୍କୁରୀ ଯାଉଥିବା ଯେ ସେ ସୀତ, ବର୍ଷା, ଖରାରେ  ଏପରି ବର୍ଷ ବର୍ଷ ଧରି ଗୋଟିଏ ସ୍ଥାନରେ ବସିଛନ୍ତି କିପରି । କେବଳ ପରମେଶ୍ୱରଙ୍କୁ ଧ୍ୟାନ, ଆଉ ପ୍ରେମ ତାଙ୍କୁ ସବୁ ମୋହ ମାହାୟରୁ ମୁକ୍ତି ଦେଇ ଏକ ଅଲୋକିକ ଶକ୍ତର ଅଧିକାରୀ ହୋଇଛନ୍ତି ବାବାସତ୍ୟନାରାୟଣ ।  ଏଠାରେ ପହଞ୍ଚୁଥିବା ଭକ୍ତମାନେ ତାଙ୍କୁ ଭଗବାନ ବୋଲି ଭାବିଥାନ୍ତି । ଛତିଶଗଡର ରାୟଗଡ ଜିଲ୍ଲା ମୁଖ୍ୟାଳୟ ନିକଟରେ ଥିବା କୋସମନାରା ଗାଁର ବାବାଙ୍କ ଧାମ ଲୋକଙ୍କ ପାଇଁ ବିଶ୍ୱାସର କେନ୍ଦ୍ର  ପାଲଟିଛି ।  ବର୍ତ୍ତମାନ ତାଙ୍କର ଖ୍ୟାତି କ୍ରମାଗତ ଭାବେ ବୃଦ୍ଧି ପାଉଛି । ବାବା କାହା ସହିତ କିଛି କଥା ହୁଅନ୍ତି ନାହିଁ କିମ୍ବା ସେ ନିଜ ସ୍ଥାନରୁ ଉଠନ୍ତି ନାହିଁ ।

  ଏହା ଏକ ଚମତ୍କାର ଯେ ଦୂର ଦୂରାନ୍ତରୁ ଲୋକମାନେ ବାବାଙ୍କୁ ଦେଖିବା ପାଇଁ ଆସନ୍ତି ।  ବାବା  ଛୋଟ ବେଳୁ ଶିବ ଭକ୍ତରେ ଥିଲେ ଲୀନ। ସତ୍ୟନାରାୟଣ ବାବା ଦେଓରି ଦୁମରପାଲି  ଗାଁର ମୂଳ ବାସିନ୍ଦା। 12 ଜୁଲାଇ 1984 ରେ ଜନ୍ମଗ୍ରହଣ କରିଥିଲେ ବାବା ।  ତାଙ୍କ ପିତାଙ୍କ ନାମ ଦିୟାନିଧି ଏବଂ ମାତାଙ୍କ ନାମ ହନ୍ସମତି।  ପିତାମାତା ଏହି ଶିଶୁର ନାମ ହଳଧର ରଖିଥିଲେ। ତାଙ୍କ ମା କହୁନ୍ତି ସତ୍ୟନାରାୟଣ ପିଲାଦିନରୁ ଭଗବାନ ଶିବଙ୍କର ଜଣେ ପ୍ରକୃତ ଭକ୍ତ।  ପିଲା ଥିଲାବେଳେ  ଗାଁରେ ଥିବା ଶିବ ମନ୍ଦିରରେ 7 ଦିନ ପର୍ଯ୍ୟନ୍ତ ତପସ୍ୟା ବସିରହିଥିଲେ।  16 ଫେବୃଆରୀ 1998 ରେ, ହଳଧର ସ୍କୁଲ ଛାଡି ପ୍ରାୟ 18 କିଲୋମିଟର ଦୂରରେ ଥିବା କୋସମନାରା ଗାଁରେ ଧ୍ୟାନ ମୁଦ୍ରାରେ   ବସିଥିଲେ।  ସେହିଦିନଠୁ  ବାବା ଏକ ପଥରକୁ ଶିବଲିଙ୍ଗ ଭାବରେ ପୂଜା କରି  ଜିଭ କାଟି ଶିବଙ୍କୁ ସମର୍ପଣ କରିଥିଲେ। 

ପୁଅର ଭଗବାନଙ୍କ ପ୍ରତି ଭକ୍ତି ଦେଖି ତାଙ୍କ ମା ଏଠାକୁ ଆସି ତାଙ୍କୁ ପୂଜା କରନ୍ତି ଏବଂ ଶୀଘ୍ର ତପସ୍ୟା ସମାପ୍ତ ହେବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତି ।  ତାଙ୍କ ମା ପୁଅର ଅନୁମତିରେ ଜାଳିଥିବା ଧ୍ୱନି ସେହି ଦିନଠାରେ ଧ୍ୱନି ଆଜି ପର୍ଯ୍ୟନ୍ତ ଅଖଣ୍ଡ ଧ୍ୱନି ଭାବେ ଜଳିଚାଲିଛି।  ଏହିଠାରୁ ତାଙ୍କର ବାବା ସତ୍ୟନାରାୟଣ ହେବାର କାହାଣୀ ଆରମ୍ଭ ହେଲା ।  ପୂର୍ବରୁ ବାବା ଭୂମିରେ ବସି ଧ୍ୟାନ କରୁଥିଲେ, କିନ୍ତୁ ଭକ୍ତଙ୍କ ଦ୍ୱାରା ଏକ ପିଣ୍ଡା ତିଆରି କରାଯାଇଥିଲା ଏବଂ ଭକ୍ତଙ୍କ ଅନୁରୋଧ କ୍ରମେ ବାବା ବର୍ତ୍ତମାନ ସେହି ପିଣ୍ଡ।ରେ ବସିଥିବା ଦେଖିବାକୁ ମିଳେ ।   ବର୍ତ୍ତମାନ ବାବାଙ୍କ ଖ୍ୟାତି ସବୁଆଡେ ବ୍ୟାପିଛି  । କାହା ସହିତ କଥାବାର୍ତ୍ତା କରନ୍ତି ନାହିଁ  କିନ୍ତୁ  ଆବଶ୍ୟକତା ଅନୁଯାୟୀ, ସେ କେବଳ ଅଙ୍ଗଭଙ୍ଗୀ ମାଧ୍ୟମରେ  ବ୍ୟାଖ୍ୟା କରନ୍ତି  । ସବୁ ମାଙ୍କ ପରି ସତ୍ୟନାରାୟଣଙ୍କ ମା ମଧ୍ୟ ଚାହୁଁଥିଲେ ଯେ ତାଙ୍କ ପୁଅ ସଂସାର କରି ପରିବାର ବୋଝ ଉଠାନ୍ତୁ। କିନ୍ତୁ  ପୁଅ ଯେ  ତପସ୍ୟାକୁ ଜୀବନର ଆଧାରଭାବି ନେଲେ।  ଆଉ ସମର୍ପିତ ହୋଇଗଲେ ଶିବଙ୍କ ନିକଟରେ।   

ଅଧିକ ଦେଖନ୍ତୁ:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ