ସମୁଦ୍ର ଉପରେ ଦେଶର ଦୀର୍ଘତମ ସେତୁର ଲୋକାର୍ପଣ
by Argus News
Sat, Jan 13 | 7:05 a.m.

ଅର୍ଗସ ବ୍ୟୁରୋ : ନୀଳ ସାଗର ଉପରେ ସ୍ବପ୍ନର ସେତୁ । ଦୀର୍ଘତମ ତଥା ଅଟଳ ସେତୁ । ଯାହାର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୧.୮ କିମି ବିଶିଷ୍ଟ ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ୍ ବା ଏମ ଟି ଏଚ ଏଲ ମୁମ୍ବାଇର ସେୱ୍ବରୀକୁ ରାୟଗଡ଼ା ଜିଲ୍ଲା ଉରାନ ତାଲୁକର ନହୱା ଶେୱା ସହ ଯୋଡ଼ିଛି । ଏମଟିଏଚଏଲକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତର ରତ୍ନ  ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ କରାଯାଇଛି । ଗତ କାଲି ପ୍ରଧାନମନ୍ତ୍ରୀ ଏହାର ଉଦଘାଟନ କରି ସେତୁ ଉପରେ ରୋଡ ସୋରେ ବାହାରିଥିଲେ । ଏହାସହ ଜନତାଙ୍କୁ ସମ୍ବୋଧନ କରିଥିଲେ ପିଏମ୍ । 

ପୂର୍ବରୁ ସେୱ୍ବରୀରୁ ନହୱା ଶେୱା ଯିବାକୁ ପ୍ରାୟ ଦେଢ଼ ଘଣ୍ଟା ସମୟ ଲାଗୁଥିଲା । ଏବେ ଅଟଳ ସେତୁ ଏହି ସମୟକୁ ଘଟାଇ ୨୦ ମିନିଟ କରିଦେଇଛି । ମୁମ୍ବାଇ ବିମାନ ବନ୍ଦରରୁ ନଭି ମୁମ୍ବାଇ ବିମାନ ବନ୍ଦର ଯିବାକୁ ଲାଗୁଥିଲା ୨ ଘଣ୍ଟା ସମୟ । ଏବେ ଏହି ଦୂରତା ଅତିକ୍ରମ କରିବାକୁ ଲାଗିବ ମାତ୍ର ୨୦ରୁ ୨୫ ମିନିଟ ସମୟ । ମୁମ୍ବାଇରୁ ପୁଣେ, ଗୋଆ ଆଦି ସହରକୁ ମଧ୍ୟ କମିଛି ଦୂରତା । 

ଅଧିକ ପଢନ୍ତୁ ଭାରତ ଖବର

ଏହି ୬ ଲେନ୍ ବିଶିଷ୍ଟ ପୋଲ ନିର୍ମାଣ ପାଇଁ ୧୭ ହଜାର ୮୪୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ସମୁଦ୍ର ଉପରେ ଏହି ପୋଲର ଦୂରତା ୧୬.୫ କିମି ରହିଛି । ଏହି ପୋଲରେ ୧୦୦ କିମି ବେଗରେ ଗାଡ଼ି ଚଳାଇବାକୁ ଅନୁମତି ରହିଛି । ସେତୁ ଉପରେ ଚଢ଼ିବା ଓ ବାହାରିବା ସମୟରେ ବେଗ ଘଣ୍ଟା ପ୍ରତି ୪୦ କିଲୋମିଟର ରହିବ । ଅଟୋରିକ୍ସା, ବାଇକ, ଟ୍ରାକ୍ଟର ଆଦି ଗାଡ଼ି ଗୁଡ଼ିକୁ ପୋଲରେ ଯିବାକୁ ଅନୁମତି ଦିଆଯାଇନାହିଁ । ସେହିପରି ଦେଶରେ ପ୍ରଥମ ସେତୁ ଭାବେ ଏଠାରେ ଓପନ୍ ରୋଡ ଟୋଲିଂ ସିଷ୍ଟମ ରହିଛି ।

ମୁମ୍ବାଇ ଅଭିମୁଖେ ଯାଉଥିବା ମଲ୍ଟି-ଏକ୍ସଲ୍ ଭାରୀ ଯାନ, ଟ୍ରକ୍ ଏବଂ ବସ୍‌ଗୁଡ଼ିକୁ ଏଣିକି ଇଷ୍ଟର୍ଣ୍ଣ ଫ୍ରି-ୱେରେ ପ୍ରବେଶ କରିବାକୁ ପଡ଼ିବ ନାହିଁ । ଟ୍ରାଫିକ୍ ଜାମ୍ ଆଦି ସମସ୍ୟାରୁ ମୁକ୍ତି ପାଇବେ ମୁମ୍ବାଇବାସୀ । ସବୁଠାରୁ ବଡ଼ କଥା ଏହି ସେତୁ ଦେଇ ପ୍ରତିଦିନ ୭୦ ହଜାରରୁ ଅଧିକ ଗାଡି ଯିବା ଆସିବା କରିବ । ୨୦୧୬ ମସିହା ଡିସେମ୍ବର ମାସରେ ଅଟଳ ସେତୁ ପାଇଁ ଭିତ୍ତି ପ୍ରସ୍ଥର ସ୍ଥାପନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । 

ମୁଖ୍ୟମନ୍ତ୍ରୀ
ବିଜେଡି ନିର୍ବାଚନୀ ଇସ୍ତାହାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ : ବିଜେଡି ଜାରି କଲା ନିର୍ବାଚନୀ ଇସ୍ତାହାର । ଇସ୍ତାହାର ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶା ନମ୍ବର ୱାନ ଘୋଷଣା ପତ୍ର ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତ
ପ୍ରଧାନମନ୍ତ୍ରୀ
ଆସନ୍ତା କାଲି ଦୁଇ ଦିନିଆ ନିର୍ବାଚନ ପ୍ରଚାରରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ
ଆସନ୍ତା କାଲି ଭୁବନେଶ୍ୱରରେ ରୋଡ ସୋରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ସନ୍ଧ୍ୟା ୬ ଟାରେ ରାଜ୍ୟ କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ ସୋ କରିବେ ମୋଦି ଆସନ୍ତ
ଧର୍ମେନ୍ଦ୍ର
" ଲୋକଙ୍କୁ ଠକିଲେ ଲୋକମାନେ ହିଁ ଭାଙ୍ଗି ଦିଅନ୍ତି ସରକାର " - ଧର୍ମେନ୍ଦ୍ର
ଅର୍ଗସ ବ୍ୟୁରୋ : ନିର୍ବାଚନ ଫଳ ଆସିବା ପରେ ବିଜେଡିକୁ ଭାଙ୍ଗି ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ପରି ସରକାର ଗଠନ ଲାଗି ରଣନୀତି କରିଛି ବିଜେପି। ବରାଦି ସାମ୍ବାଦିକ ସମ୍ମିଳନୀରେ ବିଜେଡ