ଦିଲ୍ଲୀର ସିଏମ୍ ହେବେ ଆତିଶୀ
by Argus News
Tue, Sep 17 | 9:33 p.m.

ଅର୍ଗସ ବ୍ୟୁରୋ: ୩ ଦିନ ଧରି  ଦିଲ୍ଲୀରେ ଚାଲିଛି କେଜରିୱାଲ ମ୍ୟାଚ। ଜେଲରୁ ବେଲରେ ବାହାରିବା ପରେ ଦିଲ୍ଲୀରେ ପୁରାପୁରି ବଦଳି ଯାଇଛି ରାଜନୀତିର ପାଣିପାଗ। ପ୍ରଥମେ ଇସ୍ତଫା ଦେବାର ଘୋଷଣା। ଆଉ ଗୋଟିଏ ଦିନ ଭିତରେ ନୂଆ ମୁଖମନ୍ତ୍ରୀଙ୍କ ନା ବି ଘୋଷଣା ହୋଇଛି। ଆଉ କିଛି ଘଣ୍ଟା ଭିତରେ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ନିଜର ଇସ୍ତଫା ଦେଇଛନ୍ତି କେଜରିୱାଲ। କେଜରିୱାଲଙ୍କ ଘନିଷ୍ଠ ଆତିଶି ବିଧାୟକ ଦଳର ନେତା ନିର୍ବାଚିତ ହେବା ପରେ ପରେ ହିଁ ନିଜ ମେଣ୍ଟର କେଜରିୱାଲ ହିଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଥିଲେ ଅଛନ୍ତି ଆଉ ରହିବେ ବୋଲି କହି ଇମୋସନାଲ୍ କାର୍ଡ ଖେଳିଥିଲେ। ନିର୍ବାଚନ ହେବାକୁ ୨ ମାସ ଥିବାବେଳେ ଆତିଶିଙ୍କୁ ପ୍ରକ୍ସି ସିଏମ୍ କରି ପୁଣିଥରେ ନିଜ ସ୍ବାର୍ଥର ଗୋଟି ଚଳାଇଛନ୍ତି ବୋଲି କେଜରିୱାଲଙ୍କୁ ବିଜେପି କରିଛି କଡା ଟାର୍ଗେଟ । 

ଆତିଶିଙ୍କ କାନ୍ଧରେ ବନ୍ଧୁକ ରଖି ଗୁଳି ଚଳାଇଛନ୍ତି କେଜରିୱାଲ। ମଦ ଦୁର୍ନୀତିର କଳଙ୍କ ଲିଭାଇବାକୁ ନିଜର ପାୱାରଫୁଲ୍ ମନ୍ତ୍ରୀଙ୍କୁ ଶାସନ ଗାଦିରେ ବସାଇ ରିମୋଟ ଚଳାଇବେ କେଜରିୱାଲ। ଗୋଟିଏ ପଟେ ଆପ୍ ଦଳ ଆତିଶୀଙ୍କୁ ଭରତ ଚତିତ୍ରରେ ଫିଟ୍ କରାଇ ରାମାୟଣକୁ ବଦନାମ କରୁଥିବା ବେଳେ ଆତିଶି ଆଫଜଲ୍ ଗୁରୁ ଲିଙ୍କକୁ ଖୋଲିଛନ୍ତି ଦିଲ୍ଲୀ ଅଯେଧ୍ୟାର ପୂର୍ବତନ ଅଧ୍ୟକ୍ଷ ଏବଂ ସାଂସଦ ସ୍ବାତୀ ମାଲିୱାଲ। 

ସେପ୍ଟେମ୍ବର 26-27ରେ ବସିବାକୁ ଥିବା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଆତିଶି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। 2020ରେ ପ୍ରଥମ ଥର ପାଇଁ ଆପ୍ ଦଳରେ ବିଧାୟକ  ଏବଂ ୨୦୨୩ ରେ ଶିକ୍ଷାମନ୍ତ୍ରୀ ହୋଇଥିଲେ ଆତିଶି ମାର୍ଲେନା। ତେବେ ଦିଲ୍ଲୀ ବିଧାନସଭା ନିର୍ବାଚନ ନଭେମ୍ବରରେ ହେବାର ସମ୍ଭାବନା ରହିଥିବା ବେଳେ କେଜରିଓ୍ବାଲଙ୍କ ଇସ୍ତଫା ପରେ  ଆପ୍ ବିଧାୟକଙ୍କ  ନେତା ନିର୍ବାଚିତ ହୋଇଥିବା  ଆତିଶି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ପଦରେ ରହିବେ।

 ଅଧିକ ପଢ଼ନ୍ତୁ ଭାରତ ଖବର... 

 

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ