ଆତିଶୀ ୨୧ ସେପ୍ଟେମ୍ବରରେ ନେବେ ମୁଖ୍ୟମନ୍ତ୍ରୀ ପଦର ଶପଥ
by Argus News
Wed, Sep 18 | 5:55 p.m.

ଅର୍ଗସ ବ୍ୟୁରୋ: ଦିଲ୍ଲୀରେ ଆତିଶୀଙ୍କ ନେତୃତ୍ୱରେ ୨୧ ସେପ୍ଟେମ୍ବରରେ ଆମ ଆଦମୀ ପାର୍ଟୀର ସରକାର ହେବେ। ଆମ୍ ଆଦମୀ ପାର୍ଟୀର ବିଧାୟକ ଦଳର ନେତା ଆତିଶୀଙ୍କୁ ଏଲଜି ବିକେ ସାକ୍ସେନା ୨୧ ସେପ୍ଟେମ୍ବରରେ ମୁଖ୍ୟମନ୍ତ୍ରୀ ପଦର ଶପଥ ଗ୍ରହଣ କରାଇବେ। ଏଥିସହ ଆମ୍ ଆଦମୀ ପାର୍ଟୀର କିଛି ବିଧାୟକମାନଙ୍କୁ ମଧ୍ୟ ମନ୍ତ୍ରୀ ପଦର ଶପଥ ଗ୍ରହଣ କରାଯିବ। ଏହାରି ମଧ୍ୟରେ ଅରବିନ୍ଦ କେଜ୍ରିୱାଲ, ମନୀଷ ସିସୋଦିଆ ସମେତ ଆମ ଆଦମୀ ପାର୍ଟୀର ଅନେକ ନେତା ମଧ୍ୟ ଉପସ୍ଥିତ ରହିବେ। ସେ ଆମ୍ ଆଦମୀ ପାର୍ଟିର ପ୍ରଥମ ମହିଳା ନେତା ଯାହାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରାଯିବ।

ଏହା ପୂର୍ବରୁ ଆତିଶୀ ମଙ୍ଗଳବାର ଦିନ ଉପରାଜ୍ୟପାଳ ବିକେ ସାକ୍ସେନାଙ୍କ ସହ ମିଶୀ ସରକାର ହେବା ନେଇ ଦାବି ଜାରି କରିଥିଲେ। ଏହାପରେ ଏଲଜି ବିକେ ସାକ୍ସେନା ଆତିଶୀଙ୍କୁ ସରକାର କାରିବା ଲାଗି ନିମନ୍ତ୍ରଣ କରିଛନ୍ତି। କୁହାଯାଉଛି ଯେମ କେଜ୍ରିୱାଲ ସରକାରରେ ମନ୍ତ୍ରୀ ରହିଥୁବା ନେତାମାନଙ୍କୁ ପୁଣିଥରେ ମନ୍ତ୍ରୀ ପଦରୁ ଶପଥ ଦିଆଯିବ। ଏହା ବ୍ୟତୀତ ଦୁଇ ନୂଆ ବିଧାୟକଙ୍କୁ ମଧ୍ୟ କ୍ୟାବିନେଟରେ ସାମିଲ କରାଯିବ। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ