ଡୁଙ୍ଗଲେଇ ପାହାଡ଼ରେ ଆକ୍ରମଣ: ୫ ଗୁରୁତର
by Argus News
Mon, Sep 30 | 10:02 a.m.

ଅର୍ଗସ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ଉପରବାହାଲ ସ୍ଥିତ ଡୁଙ୍ଗଲେଇପାହାଡ ଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ତୁମୁଳକାଣ୍ଡ ଘଟି ଏଥିରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନାଯୋଗ୍ୟ ରାଜଗାଙ୍ଗପୁର ବ୍ଲକ ଲାଇଙ୍ଗ ଗ୍ରାମ ଓ କୁତ୍ରା ଅଞ୍ଚଳର କିଛି ଯୁବକ ପିକନିକ କରିବା ପାଇଁ ଯାଇଥିଲେ ତେବେ ଖତକୁରବାହାଲ ଗ୍ରାମର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ପ୍ରାୟ ୩୦ ଜଣ ଯୁବକ  ଏଠାରେ ପହଞ୍ଚିଥିଲେ ଏବଂ ଉଭୟଙ୍କ ମଧ୍ୟରେ ବଚସା ହେଲାପରେ ଭୁଜାଲି ଓ ପଥରରେ ଆକ୍ରମଣ କରିଥିବା କହିଛନ୍ତି ଆକ୍ରମଣର ଶିକାର ହୋଇଥିବା ଯୁବକ ମାନେ। ଯାହା ଫଳରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। 

ସେମାନେ ଆମ୍ବୁଲାନ୍ସ ଓ ପୋଲିସକୁ ଖବର ଦେଇଥିଲେ କିନ୍ତୁ ସମୟରେ ନ ପହଞ୍ଚିବାରୁ ଆହତ ଯୁବକ ମାନେ ବାଇକ ଯୋଗେ କୁତ୍ରା ମେଡିକାଲକୁ ଆସିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା କରିବା ପରେ ଦୁଇଜଣଙ୍କ ମୁଣ୍ଡରେ ଓ ଛାତିରେ ପଥରେ ଛେଚିକି ମାରିଥିବାରୁ ଗଭୀର ଆଘାତ ଲାଗିଛି। ତାଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ତେବେ ଏହି ପାହାଡ଼ରେ କିଛିଦିନ  ବିଭିନ୍ନ ପ୍ରକାର ଲୋକମାନଙ୍କୁ। ତେଣୁ ଯଥାଶୀଘ୍ର ଏହି କୁତ୍ରା ପୋଲିସ ଘଟଣାର ତଦନ୍ତ କରୁଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

ସକାଳର
34m ago
ସକାଳର ଖବର ସଂକ୍ଷେପରେ....
ଅର୍ଗସ ବ୍ୟୁରୋ: ଭରତପୁର ଥାନାରେ ନିର୍ଯାତନା ମାମଲା... ଗୁଜରାଟରେ କ୍ରାଇମବ୍ରାଞ୍ଚ ଟିମ୍... ଆଜି ହେବ ନିଲମ୍ବିତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ସମେତ ଅନ୍ୟ ସସପେଣ୍ଡ୍ ପୋଲି
ମୋହନ ସରକାର
ବିଜେପି ସରକାରଙ୍କ ନୂଆ ମଡେଲ୍,ମୋହନ ସରକାରରେ ସମସ୍ୟାର ସମାଧାନ ଅନ୍ ଦି ସ୍ପଟ୍
ଅର୍ଗସ ବ୍ୟୁରୋ:ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀଙ୍କ ନୂଆ ଅନ୍ଦାଜ୍,ସମସ୍ୟା ସମାଧାନ ଅନ ଦି ସ୍ପଟ୍,ନୂଆ ସରକାର,ଶାସନର ତରିକା ବି ଭିନ୍ନ। ବିଜେଡି ଶାସନରେ ଦୀର୍ଘ ବର୍ଷଧରି ବନ୍ଦ କରି ଦିଆଯାଇଥିଲ
ଭରତପୁର ଥାନା
ଭରତପୁର ଥାନା ଘଟଣା; ତଦନ୍ତ ଆରମ୍ଭ କରିବେ ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନ
ଭୁବନେଶ୍ୱର: ଭରତପୁର ଥାନା ଘଟଣାରେ ବିଚାର ବିଭାଗୀୟ ତଦନ୍ତ ପ୍ରସଙ୍ଗ । ଆଜି ଠାରୁ ଆରମ୍ଭ ହେବ ବିଚାର ବିଭାଗ ତଦନ୍ତ । ତଦନ୍ତ ଆରମ୍ଭ କରିବେ ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନ । ଭୁବନେଶ୍ବ