ବବି ଦାସଙ୍କୁ ତୁରନ୍ତ ଗିରଫ କରିବାକୁ ହିମାଂଶୁଙ୍କ ସମର୍ଥକ ଦାବି
by Argus News
Thu, Nov 21 | 7:16 a.m.

ଯାଜପୁର: ଯାଜପୁରରେ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା । ବିଭିନ୍ନ ସ୍ଥାନରେ ପୋଲିସ ର ତିନୋଟି ଟିମ୍ ଚଢାଉ କରି ୪ଜଣଙ୍କୁ ଅଟକ ରଖିଛି । ତେବେ ଅନ୍ୟମାନେ ଏଯାଏଁ ଫେରାର୍ ଅଛନ୍ତି । ବିଳମ୍ବିତ ରାତିରେ ଅତିରିକ୍ତ ଡିଜି ପହଁଚି ଏସପିଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି । ଗତକାଲି ସଂଧ୍ୟାରେ ସଦର ଥାନା ବୁଢ଼ାପୋଲ ନିକଟରେ ଯାଉଥିବା ବେଳେ ବିଧାୟକ ହିମାଂଶୁ ସାହୁଙ୍କ ଗାଡ଼ି ଅଟକାଇ କିଛି ଯୁବକ ଅତର୍କିତ ଆକ୍ରମଣ କରିଥିଲେ । 

ଏହି ଘଟଣା ନେଇ ସିଧାସଳଖ ବିଜେଡ଼ି ନେତା ତଥା ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ ଏବଂ ତାଙ୍କ ଭାଇ ଲଲଙ୍କ ବିରୋଧରେ ଆଣିଥିଲେ ସାଂଘାତିକ ଅଭିଯୋଗ । ହିମାଂଶୁ କହିଛନ୍ତି ସେ ଡିଡିଏମଙ୍କ ଅଫିସକୁ ମିଟିଂ ପାଇଁ ଯାଉଥିଲେ। କିଛି ଲୋକ ରାସ୍ତାରୋକ କରିଥିଲେ। ରାସ୍ତା ବନ୍ଦ ଥିବାରୁ ସେଠାରେ ତାଙ୍କ ଗାଡ଼ି ଅଟକି ଥିଲା । କିଛି ଲୋକ ତାଙ୍କ ଆଡ଼କୁ ମାଡି ଆସିଥିଲେ। ବିଧାୟକଙ୍କ ଗାଡିକୁ ରଡ଼ ଓ ଠେଙ୍ଗାରେ ପିଟି ଥିଲେ। ବିଧାୟକଙ୍କୁ ପିଟି ସେ ପିନ୍ଧିଥିବା ଚେନ୍ ଛିଡ଼ାଇ ନେଇଥିଲେ। ଦୁର୍ବୃତ୍ତମାନେ ବବି ଭାଇ ଜିନ୍ଦାବାଦ କହି ଆକ୍ରମଣ କରିଥିବା କହିଛନ୍ତି ଧର୍ମଶାଳା ବିଧାୟକ।  ସେପଟେ ବବି ଦାସଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି ହିମାଂଶୁଙ୍କ ସମର୍ଥକ। 

ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହେବାପରେ ପୋଲିସ ବାହିନୀ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ । ଯାଜପୁର SP ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେ କହିଛନ୍ତି ଆକ୍ରମଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ସେପଟେ ଯାଜପୁର ଟାଉନ୍ ଥାନା ଆଗରେ ଉତ୍ତେଜନା ପ୍ରକାଶ ପାଇଥିଲା । ବବି ଦାସଙ୍କ ସମର୍ଥକମାନେ ସେଠାରେ ପହଞ୍ଚି ହୋହଲ୍ଲା କରିଛନ୍ତି ।

ଆଇଏଏସ୍ ବାବୁ
ବଢିଲା ଆଇଏଏସ୍ ମନୀଷ ଅଗ୍ରୱାଲଙ୍କ ଅଡୁଆ
ଅର୍ଗସ ବ୍ୟୁରୋ: ଆଇଏଏସ୍ ବାବୁଙ୍କୁ ବଡ଼ ଝଟକା । ସାମ୍ନାକୁ ଆସିଲା ପୂର୍ବ ବିଜେଡି ସରକାରରେ ବଡ ଅଧିକାରୀଙ୍କୁ ପୋଲିସ ସୁରକ୍ଷାର ପ୍ରମାଣ। ବଢିଲା ଆଇଏଏସ୍ ତଥା ମାଲକାନଗିରିର ପୂର୍ବତ
AR RAHMAN
ଅଲଗା ହେଲେ ଏ.ଆର.ରହମାନ ଏବଂ ପତ୍ନୀ
ଅର୍ଗସ ବ୍ୟୁରୋ: ସଙ୍ଗୀତକାର ଏ.ଆର.ରହମାନଙ୍କଠାରୁ ତାଙ୍କ ପତ୍ନୀ ସାୟରା ତଲାକ ନେଇଛନ୍ତି। ତେବେ ଏ.ଆର.ରହମାନ ଓ ସାୟରାଙ୍କ ବିବାହ ବିଚ୍ଛେଦ ହୋଇସାରିଥିବା ବେଳେ ଏବ
VIGILANCE
ଆୟ ବହିର୍ଭୃତ ସମ୍ପତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ
ଅର୍ଗସ ବ୍ୟୁରୋ: ଗିରଫ ହେଲେ ସୁବର୍ଣ୍ଣପୁର ସିଭିଲି ସପ୍ଲାଏ ଅଫିସର ସୁରେଶ କୁମାର ପାଣିଗ୍ରାହୀ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ । ରେଡ୍ ସମୟର
ସିଏଜି
ନୂଆ ସିଏଜି ଭାବେ ଶପଥ ନେଲେ କେ. ସଞ୍ଜୟ ମୂର୍ତ୍ତି
ଅର୍ଗସ ବ୍ୟୁରୋ: ନୂଆ ସିଏଜି ଭାବେ ଶପଥ ନେଲେ କେ. ସଞ୍ଜୟ ମୂର୍ତ୍ତି । ରାଷ୍ଟ୍ରପତି ଭବନରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୂର୍ବତନ ସିଏଜି ଗିରି
ବାଲିଯାତ୍ରା
ଷ୍ଟଲ୍‌ରୁ ବାସି, ଅପମିଶ୍ରିତ ଖାଦ୍ୟ ଜବତ
କଟକ: କଟକ ବାଲିଯାତ୍ରାରେ ସିଏମ୍‌ସି ସ୍ବାସ୍ଥ୍ୟ ଟିମ୍‌ର ଯାଞ୍ଚ । ଖାଦ୍ୟର ମାନ ଯାଞ୍ଚ କରୁଛନ୍ତି ସ୍ବାସ୍ଥ୍ୟ ଟିମ୍‌ ସଦସ୍ୟ । କେତେକ ଖାଦ୍ୟ ଷ୍ଟଲ୍‌ରୁ ବାସି