ଦୁଇ ସପ୍ତାହ ଭିତରେ ଛଅ ଛଅ ଥର ଓଡ଼ିଶା ସୀମାରେ ଅନୁପ୍ରବେଶ ପାଇଁ ଉଦ୍ୟମ
by Argus News
Thu, Mar 14 | 2:28 p.m.

ଅର୍ଗସ ବ୍ୟୁରୋ : ଓଡ଼ିଶା ସୀମାରେ ଆନ୍ଧ୍ରର ଦାଦାଗିରି । ଦୁଇ ସପ୍ତାହ ଭିତରେ ଛଅ ଛଅ ଥର ଅନୁପ୍ରବେଶ ପାଇଁ ଉଦ୍ୟମ । ଏବେ ଖୁଲମଖୁଲ୍ଲା କୋଟିଆରେ ଆନ୍ଧ୍ର ଆୟୋଜନ କରିଛି ଭୋଟର ସଚେତନତା ଶିବିର । ନିଜ ରାଜ୍ୟରେ ମତଦାନକୁ ୮୦ ପ୍ରତିଶତକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଓଡ଼ିଶା ସୀମାରେ ଆସି ଲୋକଙ୍କୁ ଭୋଟ ଦେବାକୁ ପ୍ରବର୍ତ୍ତାଉଛି ଆନ୍ଧ୍ର । ହେଲେ ଏ ଦିଗରେ ଜିଲ୍ଲା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ଦେଖିବାକୁ ମିଳିଛି । 

କୋଟିୟା ପୁଞ୍ଜ ଫାଟୁ ସିନେରି ଠାରେ ବୁଧବାର ଆନ୍ଧ୍ର ପ୍ରଦେଶ ପକ୍ଷରୁ ଅନୁଷ୍ଠିତ ବୈଠକରେ ଆନ୍ଧ୍ର ପ୍ରଦେଶ ମନ୍ୟୁମ ଜିଲ୍ଲା ତଥା ପାର୍ବତି ପୁରମ ଜିଲ୍ଲା ସ୍ୱିପ୍ ନୋଡାଲ ଅଫିସର ଏ ରାଜଶେଖର ରେଡ୍ଡୀ ଏବଂ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଉନ୍ନୟନ ଅଧିକାରୀ ବି ସତ୍ୟବତୀ, ଆଇସିଡିଏସ ଏ.ବିଜୟଲକ୍ଷ୍ମୀ ଯୋଗ ଦେଇ ଏହି କାର୍ଯ୍ୟକ୍ରମ କରାଇଥିଲେ। କିଛି ଦିନ ପୂର୍ବରୁ କୋଟିଆ ପଞ୍ଚାୟତ ଉପର ସେମ୍ବି, ତଳ ସେମ୍ବି ଓ ଧୂଳିପଦର ଗାଁରେ ପୋଲିଓ କ୍ୟାମ୍ପ୍ କରିଥିଲା ଆନ୍ଧ୍ରର ସ୍ବାସ୍ଥ୍ୟ ଟିମ୍ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

କୋଟିଆ ନେରେଡ଼ି ୱାଲସା ସାପ୍ତାହିକ ହାଟରେ ଆନ୍ଧ୍ର ପକ୍ଷରୁ କରାଯାଇଥିଲା ପୋଲିସ ଓ ସ୍ବାସ୍ଥ୍ୟ ଶିବିର । ସାଲୁରୁ ପୋଲିସ ପକ୍ଷରୁ ଓଡ଼ିଶାର ଯୁବକଙ୍କୁ ଛତା, ରାସନ ଓ ଭଲିବଲ୍ କିଟ୍ ବି ବଣ୍ଟାଯାଇଥିଲା । ବାରମ୍ବାର ଆନ୍ଧ୍ର ଓଡ଼ିଆଙ୍କ ହକ୍ ଓ ଆତ୍ମସ୍ବାଭିମାନ ଉପରେ କୁଠାରଘାତ କରୁଥିବା ବେଳେ ୨୪ ବର୍ଷର ଅପାରଗ ସରକାର ଏ ଦିଗରେ ସାଜିଛନ୍ତି ନିଦାବିଷ୍ଣୁ ।

RAHUL
ବଲାଙ୍ଗିର ଜନସଭାରେ ଯୋଗ ଦେବେ ରାହୁଲ
ଅର୍ଗସ ବ୍ୟୁରୋ: ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧି। ମେ’ ୧୫ ରେ ବଲାଙ୍ଗିର ଜନସଭାରେ ଯୋଗ ଦେଇ ରାହୁଲ ସମ୍ବୋଧନ କରିବେ ଓ ସେଠାରୁ ବାଇକ ରାଲି ସହ ସବୁଠି ପ୍ରଚାର କର
NAVEEN PATNAIK
ନବୀନଙ୍କୁ ଫଶାଇଦେଲା ଭାରତ ରତ୍ନ ପ୍ରସଙ୍ଗ !
ଅର୍ଗସ ବ୍ୟୁରୋ : ସ୍ଵାର୍ଥପରର ସୀମାପାର କଲେଣି ମୁଖ୍ୟମନ୍ତ୍ରୀ । ଓଡ଼ିଶା ପାଇଁ ବିଜୁ ବାବୁଙ୍କ ଅନେକ ଅବଦାନ ଅଛି ଆମେ ଜମାରୁ ଅସ୍ଵୀକାର କରୁନୁ । ହେଲେ ରାଜ୍ୟରେ ଶହଶହ ବରପୁତ୍ର ଅଛନ୍ତି
PURI
ରତ୍ନଭଣ୍ଡାର ଚାବି ହଜାଇଛି କିଏ ?
ଅର୍ଗସ ବ୍ୟୁରୋ: ନବୀନ ବାବୁ କହିଲେ ଓଡ଼ିଆଙ୍କ ପାଇଁ ଚିନ୍ତା କରନ୍ତିନି ମୋଦି । ହେଲେ ପ୍ରକୃତରେ ଓଡ଼ିଆଙ୍କ ଲାଗି ଚିନ୍ତା କରନ୍ତି କିଏ ? ସେନେଇ ଗୋଟି ଗୋଟି ଗୁମର ଖୋଲିଦେଲେ ଧର୍ମେନ୍ଦ୍ର