ଟି-୨୦ରେ ଦିନିକିଆ ବିଶ୍ୱକପ୍ ବଦଲା
by Argus News
Mon, Jun 24 | 7:25 p.m.

ନୂଆଦିଲ୍ଲୀ:   ଦୁଇଦୁଇଟି ବଡ ଟ୍ରଫି ଖସିଛି ଟିମ୍ ଇଣ୍ଡିଆ ହାତରୁ,ବ୍ୟାଟିଂ ବୋଲିଂରେ ଜବରଦସ୍ତ ପ୍ରଦର୍ଶନ ପରେ ମଧ୍ୟ ନିରାଶ ହୋଇଛି ଦଳ। ମାତ୍ର ଏଥର ରୋହିତ ବାହିନୀର ନଜର ଟି -୨୦ରେ ବିଶ୍ୱକପ୍‌ ଉପରେ,ଏଥର ବଦଲା ପକ୍କା। ଅଷ୍ଟ୍ରେଲିଆକୁ ପରାସ୍ତ କରି ଦିନିକିଆ ବିଶ୍ୱକପ୍‌  ଫାଇନାଲର ପରାଜୟର ପ୍ରତିଶୋଧ ଟି -୨୦ରେ ବିଶ୍ୱକପ୍‌ ରେ ନେବାକୁ ଲକ୍ଷ୍ୟ ରଖିଛି ଭାରତ। ଧୋନିଙ୍କ ସମୟରେ ଭାରତ ଜିତିଥିଲା ଟି -୨୦ରେ ବିଶ୍ୱକପ୍‌,ଆଉ ତାପରେ ଟ୍ରଫି ଧରିବା ସ୍ବପ୍ନ ହୋଇରହିଛି। ଏଥର ଭାରତ ସୁପର-୮ର ଶେଷ ମ୍ୟାଚରେ ଆଜି ଅଷ୍ଟ୍ରେଲିଆକୁ ଭେଟୁଛି ।

ଏବି ମ୍ୟାଚ୍ ଉପରେ ରହିଛି ସମସ୍ତଙ୍କ ନଜର। ଟି-୨୦ ବିଶ୍ୱକପ୍‌ରେ ଭାରତ ଲଗାତର ବିଜୟୀ ହୋଇ ଗ୍ରୁପ୍‌-୧ରେ ୪ ପଏଣ୍ଟ ସହ ଶୀର୍ଷରେ ରହିଛି। ଆଜିର ମ୍ୟାଚ୍ ଜିତିଲେ ସେମିରେ ପ୍ରବେଶ କରିବ ଭାରତ।ଯଦି ବର୍ଷା ଲାଗି ମ୍ୟାଚ୍‌ ବାତିଲ ହୁଏ ତେବେ ଭାରତ ର୍ନିଦ୍ୱନ୍ଦ୍ୱରେ ସେମିଫାଇନାଲରେ ପ୍ରବେଶ କରିବ। ହେଲେ କଙ୍ଗାରୁ ଦଳ ପାଇଁ ଏହି ମ୍ୟାଚ୍ କର ବା ମର ପରିସ୍ଥିତି ସୃଷ୍ଟି କରିଛି,ଆଫଗାନିସ୍ତାନ ଠାରୁ ସୁପର ୮ ମ୍ୟାଚରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ପରାଜୟ ବରଣ କରିବା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। 

ଅଷ୍ଟ୍ରେଲିଆ ଟିମ୍ ଯଦି ଭାରତ ଭାରତ ବିପକ୍ଷରେ ମ୍ୟାଚ ହାରିଯାଏ ଓ ଆଫଗାନିସ୍ତାନ ଟିମ ମଙ୍ଗଳବାର ସୁପର ୮ ମ୍ୟାଚରେ ବାଂଲାଦେଶକୁ ହରାଇଦିଏ, ତାହେଲେ କଙ୍ଗାରୁ ଟିମ ଟି୨୦ ବିଶ୍ୱକପରୁ ବିଦା ହେବ।ଅନ୍ୟପଟେ ଇଂଲଣ୍ଡ ୧୦ ୱିକେଟ୍ ରେ ଆମେରିକାକୁ ହରାଇ ସେମିରେ ପ୍ରବେଶ କରିଥିବାବେଳେ ୱେଷ୍ଟ ଇଣ୍ଡିଜକୁ ହରାଇ ସେମିରେ ସ୍ଥାନ ପକ୍କା କରିଛି ଦକ୍ଷିଣ ଆଫ୍ରିକା । ଭାରତ ବ୍ୟାଟିଂ ବୋଲିଂରେ ଜବରଦସ୍ତ ଫର୍ମରେକରିଆସୁଥିବାବେଳେ କଙ୍ଗାରୁକୁ ହରାଇ ସେମିରେ ଭାରତ ପ୍ରବେଶ କରିବା ସହ ହିଟ୍ ମ୍ୟାନଙ୍କ ଅଧିନରେ ବିଶ୍ବକପ୍ ତୋଳିଧରିବ ଭାରତ ବୋଲି ଆଶା ରଖିଛନ୍ତି କ୍ରିକେଟ୍ ପ୍ରଶଂସକ। 

ଅଧିକ ପଢନ୍ତୁ କ୍ରୀଡା ଖବର 

ଚାଲେଞ୍ଜ
ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ
ଭୁବନେଶ୍ୱର: ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ। ପୂଜା ମଣ୍ଡପ ସୁରକ୍ଷା ଠାରୁ ଆରମ୍ଭ କରି ଟ୍ରାଫିକ ନିୟନ୍ତ୍ରଣ, ସବୁକିଛି କିଭଳି ସୁଚାରୁ ରୂପେ ସମାପନ କରାଯି
ନର୍ସିଂ ସଂଘ
ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହେଲା ନର୍ସିଂ ସଂଘ
ଭୁବନେଶ୍ୱର: ଆନ୍ଦୋଳନରୁ ଓହରିବେ ନର୍ସିଂ ସଂଘ। ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହୋଇଛି ନର୍ସିଂ ସଂଘ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେ
ଦହି
ଉଚ୍ଚ କୋଲେଷ୍ଟ୍ରଲ କମାଇବ ଦହି
ଅର୍ଗସ ବ୍ୟରୋ: କୋଲେଷ୍ଟ୍ରଲ ଧମନୀରେ ବ୍ଲକେଜ୍ ସୃଷ୍ଟି କରେ ଏବଂ ଉଚ୍ଚ ରକ୍ତଚାପର କାରଣ ହୋଇପାରେ । ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ଏହି କାମ୍ ହେବାରେ ଦହିର ବ୍ୟବହାର କିପରି ସହାୟକ ହୁ