ଅନ୍ତିମ ପର୍ଯ୍ୟାୟରେ ଅଯୋଧ୍ୟା ରାମ ମନ୍ଦିର ପ୍ରସ୍ତୁତି, ଜାନୁଆରୀ ୨୨ରେ ମନ୍ଦିରରେ ବିରାଜିବେ ରାମଲାଲା
by Argus News
Fri, Jan 19 | 4:51 p.m.

ଅର୍ଗସ ବ୍ୟୁରୋ : ଅନ୍ତିମ ପର୍ଯ୍ୟାୟରେ ଅଯୋଧ୍ୟା ରାମ ମନ୍ଦିର ଉଦଘାଟନ ପ୍ରସ୍ତୁତି  । ଜାନୁଆରୀ ୨୨ରେ ମନ୍ଦିରରେ ବିରାଜିବେ ରାମଲାଲା । ୨୨ ତାରିଖ ଅପରାହ୍ନ ୧୨.୩୦ ମିନିଟ୍‌ରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆରି ଭିତରେ ରାମ ମନ୍ଦିର ଗର୍ଭଗୃହରେ ବିରାଜମାନ କରିଛନ୍ତି ରାମଲାଲା । ଗର୍ଭଗୃହରୁ ୫୧ ଇଂଚର ଶ୍ୟାମଳ ମୂର୍ତିର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଏହାକୁ ଏବେ ବି ଆବରଣରେ ରଖାଯାଇଛି । ଆସନ୍ତାକାଲି ମୂର୍ତ୍ତିକୁ ଅନାବରଣ କରାଯିବ ବୋଲି ସୂଚନା ମିଳିଛି ।

ଏହି ଖୁସିର ସମୟରେ ସମାଲ ହେବା ପାଇଁ ଦେଶର କୋଣ ଅନୁକୋଣରୁ ଆସିଛନ୍ତି ରାମ ଭକ୍ତ । ଓଡ଼ିଆ ଏହି ଖୁସିରେ କେମିତି ବା ବାଦ ପଡ଼ିବ । ଏହି ପର୍ବରେ ସାମିଲ ହେବା ପାଇଁ ଓଡ଼ିଶାରୁ ଅଯୋଧ୍ୟାକୁ ଆସିଛନ୍ତି ରାମ ଭକ୍ତ । କିଏ ମୟୂରଭଞ୍ଜରୁ ତ ଆଉ କିଏ ଗଞ୍ଜାମରୁ ପୁଣି ଆଉ କିଏ ସୁରଟରୁ । କିଏ ଯଜ୍ଞରେ ବସି ଖୁସି ହେଉଛନ୍ତି ତ କିଏ ପୁଣି ଅଯୋଧ୍ୟାର ଅନୁଭବ ନେଇ ଖୁସି ହେଉଛନ୍ତି ।

ଅଧିକ ପଢନ୍ତୁ ଭାରତ ଖବର

ଗୁରୁବାର ମଧ୍ୟାହ୍ନ ସାଢେ ୧୨ଟାରେ ରାମଲାଲାଙ୍କ ମୂର୍ତ୍ତିକୁ ଆସନରେ ବୈଦିକ ମନ୍ତ୍ରୋଚାରଣ ପୂର୍ବକ ବିରାଜମାନ କରାଯାଇଥିଲା । ମଣ୍ଡପପୂଜା କ୍ରମରେ ମନ୍ଦିର ତୋରଣ, ଦ୍ୱାର, ଧ୍ୱଜା, ଆୟୁଧ, ପତାକା, ଦିଗପାଳ, ଦ୍ୱାରପାଳଙ୍କ ପୂଜା କରାଯାଇଥିଲା । ସେହିପରି ୫ଜଣ ବୈଦିକ ଆଚାର୍ଯ୍ୟ ଚାରି ବେଦର ପାରାୟଣ ଆରମ୍ଭ କରିଦେଇଛନ୍ତି । ଆଜି ପୂର୍ବାହ୍ନରେ ଅରଣିମନ୍ଥନରୁ ଅଗ୍ନିପ୍ରକଟ ନୀତି ସଂପନ୍ନ କରାଯିବ । ଏହାପୂର୍ବରୁ ଗଣପତି ଦେବ ଆଦି ସ୍ଥାପିତ ଦେବତାଙ୍କ ପୂଜନ, ଦ୍ୱାରାପାଳ ଦ୍ୱାରା ବେଦ ପାରାୟଣ, ଦେବ ପ୍ରବୋଧନ, କେସରାଧିବାସ, ଘୃତାଧିବାସ, କୁଣ୍ଡ ପୂଜନ ଓ ପଂଚଭୂସଂସ୍କାର ନୀତି ଅନୁଷ୍ଠିତ ହେବ ।
 

ଗ୍ୟାସ୍‌ ଲିକ୍
କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ୍‌ ଲିକ୍ , ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ
ଅର୍ଗସ ବ୍ୟୁରୋ : କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ୍‌ ଲିକ୍‌ ଘଟଣା। ସଘଟଣା ସ୍ଥଳରେ ପହଞ୍ଚିଲେ ଅତିରିକ୍ତ ଜିଲ୍ଲାପାଳ। ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ପରଖିବାଛନ୍ତି। ଅଗ୍ନିଶମ
ମଟନ୍ ବିରିୟାନୀ
ଜେଲରେ କଏଦୀଙ୍କୁ ମିଳିବ ମଟନ୍ ବିରିୟାନୀ
ଅର୍ଗସ ବ୍ୟୁରୋ : କଏଦୀଙ୍କ ପାଇଁ ଦଶହରା ଭେଟି । ଜେଲରେ ମିଳିବ ବିରିୟାନୀର ମଜା । ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତି । ଅକ୍ଟୋବର ୯ରୁ ୧୨ ତାରିଖ ଯାଏଁ ଜେଲରେ କଏଦୀଙ୍କୁ ମିଳିବ ସ୍ବାଦିଷ୍
ହରିୟାଣା ନିର୍ବାଚନ
ହରିୟାଣା ନିର୍ବାଚନ ; ସଂଧ୍ୟା ୬ଟା ସୁଦ୍ଧା ହୋଇଛି ୬୫ ପ୍ରତିଶତ ମତଦାନ
ଅର୍ଗସ ବ୍ୟୁରୋ : ଶେଷ ହୋଇଛି ହରିୟାଣା ନିର୍ବାଚନ । ନିର୍ବାଚନ କମିଶନ ତଥ୍ୟ ଅନୁସାରେ ସଂଧ୍ୟା 6ଟା ସୁଦ୍ଧା ହୋଇଛି 65 ପ୍ରତିଶତ ମତଦାନ । ଗତ 1 ତାରିଖରେ ଜମ୍ମୁ କାଶ୍ମୀର ନିର୍ବାଚନ ଶେଷ ହେବ