ଅଯୋଧ୍ୟାରେ ଯୋଗୀ, ଜୟଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହେଲା ହନୁମାନଗଢୀ  
by Argus News
Tue, Jan 09 | 8:18 p.m.

ନୂଆଦିଲ୍ଲୀ:  ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ରାମ ମନ୍ଦିର ନିର୍ମାଣ କାମ । କେମିତି ସୁରୁଖୁରୁରେ ମନ୍ଦିର କାମ ହେବ ସେନେଇ ୟପି ସରକାର ଜୋରଦାର ପ୍ରସ୍ତୁତି ଚାଲିଛି । ଆଉ ଏହାରି ଭିତରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ପହଞ୍ଚି  ସର୍ବ-ପ୍ରଥମେ ହନୁମାନଗଢୀରେ ପୂଜାର୍ଚ୍ଚନା କରିଥିଲେ । ପାଖାପାଖି ୫ ମିନିଟ୍‌ ପୂଜାର୍ଚ୍ଚନା କରିବା ପରେ ସିଏମ ଯୋଗୀ ରାମଲଲାଙ୍କ ଦର୍ଶନ କରିବାକୁ ବାହାରିଥିଲେ । ସିଏମ ଯୋଗୀ  ହନୁମାନଗଢୀର ପ୍ରବେଶ ଦ୍ୱାରରେ ପହଞ୍ଚିବା କ୍ଷଣି ଶ୍ରଦ୍ଧାଳୁଙ୍କ ଜୟଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠିଥିଲା  ହନୁମାନଗଢୀ।  ସିଏମ ଯୋଗୀ ମଧ୍ୟ ହାତ ହଲାଇ ଅଭିବାଦନ ଜଣାଇଥିଲେ।  ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠିଥିଲା  ପରିବେଶ। ଅଯୋଧ୍ୟରେ  ମୋଦିଜୀ ବହୁତ ଭଲ ବିକାଶ କରିଛନ୍ତି। ମୋଦି ଏବଂ ଯୋଗୀଙ୍କ ନାମ ନେଇ ଶ୍ରଦ୍ଧାଳୁ କହିଥିଲେ ମୋଦି ହୈ ତୋ ମୁମକିନ ହୈ... ଏବଂ ଯୋଗୀ  ହୈ ତୋ ୟେକିନ୍‌ ହୈ.. 

 ୫୫୦ ବର୍ଷର ଅପେକ୍ଷା ଶେଷ ହୋଇଛି। ଏହି କ୍ଷଣର ଅପେକ୍ଷା ଥିଲା ସମସ୍ତିଙ୍କର। ଏଠି ରୋଜଗାରର ମଧ୍ୟ ପନ୍ଥା ମଧ୍ୟ ମିଳିଛି ଗରିବଙ୍କୁ।  ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପରେ   ବିକାଶ କାର୍ଯ୍ୟର ନରିକ୍ଷଣ କରିଥିଲେ ମୋଦି ।  ଏଥିସହିତ ସର୍କିଟ୍‌ ହାଉସରେ ଏକ ବୈଠକ କରିବାର କାର୍ଯ୍ୟକ୍ରମ ଥିଲା।   ରାମନଗରୀର ସାଧୁ ସନ୍ଥଙ୍କ ସହ ସାକ୍ଷାତ କରିବାର ମଧ୍ୟ ଯୋଜନା ଅଛି। ଏପଟେ ଭିଡକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।  ଆଜି ମଙ୍ଗଳବାର ହେତୁ ହନୁମାନଗଢୀ ରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ।  ଭିଡ ନିୟନ୍ତ୍ରଣ ପାଇଁ  ପ୍ରଶାସନ ତରଫରୁ ବ୍ୟବସ୍ଥା ମଧ୍ୟ କରାଯାଇଛି।    
ଅଧିକ ଦେଖନ୍ତୁ : 

ବିକାଶ ଅପହଞ୍ଚ
4m ago
ଅନ୍ଧାରୀ ଇଲାକାର ଅଭିଶପ୍ତ ଗାଁ ଏମ୍. ପି. ଭି ୧୬
ଅର୍ଗସ ବ୍ୟୁରୋ:ମାଲକାନଗିରି:ଘଞ୍ଚ ଜଙ୍ଗଲ ଓ ପାହାଡି ପଥୁରିଆ ରାସ୍ତା ଯୋଗୁଁ ଗାଁରେ ପହଞ୍ଚି ପାରୁନି ବିକାଶ,ଦେଖିବାକୁ ଗଲେ ଅଧା ରାସ୍ତାରେ ଅଟକିଯାଇଛି। ଆଉ ତାସାଙ୍ଗକୁ ଅଞ୍ଚଳବାସୀଙ୍କ ପାଇ
ରତ୍ନ ଭଣ୍ଡାର
4m ago
ଭିତର ରତ୍ନ ଭଣ୍ଡାରର ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର୍ ସର୍ଭେ ଆରମ୍ଭ
ଅର୍ଗସ ବ୍ୟୁରୋ: ଭିତର ରତ୍ନଭଣ୍ଡାରେ ରହିଛି କି କିଛି ଗୁପ୍ତ ଅଳଙ୍କାର ? ବନ୍ଦ ଝରକା ପଛରେ କି ରହସ୍ୟ ଲୁଚିଛି ? ଏ ସବୁ ପ୍ରଶ୍ନ ଉପରୁ ଖୁବଶୀଘ୍ର ଉଠିବାକୁ ଯାଉଛି ପରଦା। ଭିତର ରତ୍ନ ଭଣ୍ଡାର
ସରକାର
19m ago
ମାମଲା ଚାପିଦେବାକୁ ନୁହେଁ ନ୍ୟାୟ ଦେବାକୁ ତତ୍ପର ସରକାର
ଅର୍ଗସ ବ୍ୟୁରୋ: ସେପ୍ଟେମ୍ବର 7 ତାରିଖ। ଢେଙ୍କାନାଳ ଭାପୁର କମ୍ୟୁନିଟି ସେଣ୍ଟରରେ ଆଶ୍ରୟ ନେଇଥିବା ଜଣେ ଯୁବତୀଙ୍କ ସହ ଗଣଦୁଷ୍କର୍ମର ଅଭିଯୋଗ ଆସିଲା । ତୁରନ୍ତ ଆକ୍ସନ୍ ମୋଡକୁ ଆସିଲେ ରାଜ୍