ଅନ୍ଧାରୀ ଇଲାକାର ଅଭିଶପ୍ତ ଗାଁ ଏମ୍. ପି. ଭି ୧୬
by Argus News
Sat, Sep 21 | 7:34 p.m.


ଅର୍ଗସ ବ୍ୟୁରୋ:ମାଲକାନଗିରି:ଘଞ୍ଚ ଜଙ୍ଗଲ ଓ ପାହାଡି ପଥୁରିଆ ରାସ୍ତା ଯୋଗୁଁ ଗାଁରେ ପହଞ୍ଚି ପାରୁନି ବିକାଶ,ଦେଖିବାକୁ ଗଲେ ଅଧା ରାସ୍ତାରେ ଅଟକିଯାଇଛି। ଆଉ ତାସାଙ୍ଗକୁ ଅଞ୍ଚଳବାସୀଙ୍କ ପାଇଁ ଅଭିଶାପ ପାଲଟିଛି ମାଲକାନଗିରି କାଲିମେଳା ଭେଜାଙ୍ଗୀୱାର୍ଡl ପଞ୍ଚାୟତର ଏମ୍. ପି. ଭି ୧୬ ଗାଁ ଦେଇ ବହିଯାଇଥିବା ତାଟିଗୁଡା-କଙ୍ଗାରୁ କୋଣ୍ଡା ନାଳ,ବର୍ଷାଦିନ ଆସିଲେ ଏହି ନାଳର ପାଣି ଗାଁ ଭିତରକୁ ପସିଆସୁଛି  ଫଳରେ ଲୋକଙ୍କ ଜୀବନ ବିପଦରେ ପଡୁଛି, ଗାଁର ୩୫ ପରିବାରରର ଦୁଃଖ ଶୁଣିବାକୁ କେହିନାହିଁ,ରାସ୍ତାଘାଟ, ଶିକ୍ଷା,ପାନୀୟ ଜଳ ପରି ମୌଳିକ ସୁବିଧାର ବଞ୍ଚିତ ହୋଇଛନ୍ତି ଗ୍ରାମବାସୀ,ପୂର୍ବ ବିଜେଡି ସରକାରର ବିକାଶ ଯେମିତି ପ୍ରତିଶ୍ରୁତିରେ ଅଟକିଯାଇଛି।ଜୀବନ ଜୀବିକା ଲାଗି କୃଷି ସହ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ଚଳନ୍ତି ଗ୍ରାମବୀସୀ । ପିଲାମାନେ ଏହି ବିପଦପୁର୍ଣ୍ଣ ରାସ୍ତାରେ  ୩ କିଲୋମିଟର ଅନ୍ୟ ଏକ ଗାଁର ବିଦ୍ୟାଳୟକୁ ଯିବାକୁ ପଡୁଛି।  ଏନେଇ ସଂସାଦ ବଳଭଦ୍ର ମାଝୀଙ୍କୁ ଗ୍ରାମର ସମସ୍ୟାକୁ ଅବଗତ କରାଇଛନ୍ତି ଗ୍ରାମବାସୀ, ପ୍ରଶାସନ ସହିତ ଆଲୋଚନା କରି ସମସ୍ୟା ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି  ସଂସାଦ। ମୋହନ ସରକାର ଉପରେ ଭରଷା ରଖିଛନ୍ତି ଗ୍ରାମବାସୀ,ସମସ୍ୟାର ସମାଧାନ ହେବ ବୋଲି ବାନ୍ଧିଛନ୍ତି ଆଶା।


 

ILLEGAL
ମହାରାଷ୍ଟ୍ର ଧରାବୀ ବସ୍ତିରେ ବେଆଇନ ମସଜିଦ ନିର୍ମାଣକୁ ନେଇ ବଢୁଛି ବିବାଦ
ଅର୍ଗସ ବ୍ୟୁରୋ: ହିମାଚଳ ପ୍ରଦେଶ ସଂଜୌଲୀ ମସଜିଦ ବିବାଦ ଥମିନଥିବାବେଳେ ମହାରାଷ୍ଟ୍ର ଧରାବୀ ବସ୍ତିରେ ବେଆଇନ ମସଜିଦ ନିର୍ମାଣକୁ ନେଇ ବଢୁଛି ବିବାଦ । କୋର୍ଟଙ୍କ ନିର୍ଦ୍ଦେଶ ପର
J&K
ନିର୍ବାଚନ ରାଲିରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
ଅର୍ଗସ ବ୍ୟୁରୋ: ଜମ୍ମୁ କାଶ୍ମୀରକୁ ପୁଣିଥରେ ଆତଙ୍କବାଦୀଙ୍କ ଆଡ୍ଡା କରିବାକୁ ଚାହାନ୍ତି ଅବଦୁଲ୍ଲା, ମୁଫତି ଓ ଗାନ୍ଧି ପରିବାର । ତୁଷ୍ଟିକରଣ ରାଜନୀତି କରି ଭୂସ୍ବର୍ଗକୁ ନର୍
POLICE STATION
ଭରତପୁର ଥାନାରେ ମେଜର୍ ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ୍ ନିର୍ଯାତନା ଘଟଣା
ଅର୍ଗସ ବ୍ୟୁରୋ: ଭରତପୁର ଥାନାରେ ମେଜର୍ ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ୍ ନିର୍ଯାତନା ଓ ବର୍ବରତା ଘଟଣା । ପୂର୍ବ ସରକାର ଉପରେ ବର୍ଷିଲେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ