ଓଡ଼ିଶାରେ ଚଳିତ ଆର୍ଥିକ ବର୍ଷରୁ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା
by Argus News
Sun, Dec 01 | 7:29 p.m.

ଅର୍ଗସ ବ୍ୟୁରୋ : ଖୁବ୍ ଶୀଘ୍ର ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା। ଏବେ ରାଜ୍ୟବାସୀ ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ ମାଗଣା ଚିକିତ୍ସା ସୁବିଧା ପାଉଥିବାବେଳେ ଚଳିତ ଆର୍ଥିକ ବର୍ଷରେ ଆୟୁଷ୍ମାନ ଯୋଜନା ଆରମ୍ଭ ହେବ। ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଆରୋଗ୍ୟ ଯୋଜନାର ମିଳିତ ଏମଓୟୁ ସ୍ବାକ୍ଷର ହେବ । ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ରାଜ୍ୟର ସାଢେ଼ 3 କୋଟି ଲୋକଙ୍କୁ ସ୍ଵତନ୍ତ୍ର କାର୍ଡ ଦିଆଯିବ । କାର୍ଡଧାରୀ ଦେଶର 27 ହଜାର ହସ୍ପିଟାଲରେ ମାଗଣା ଚିକିତ୍ସା ସେବା ପାଇପାରିବେ । 

ଅଧିକ ପଢନ୍ତୁ : ଶେଷ ହେଲା ଦେଶ ସୁରକ୍ଷାକୁ ନେଇ ୩ ଦିନିଆ ଡିଜି/ଆଇଜି ସମ୍ମିଳନୀ

ଆୟୁଷ୍ମାନ ଭାରତ ଯୋଜନାରେ ଦେଶର ବରିଷ୍ଠ ନାଗରିକଙ୍କ ଚିକିତ୍ସା ସୁବିଧା ପାଇଁ ବଡ଼ ବ୍ୟବସ୍ଥା କରିଛନ୍ତି ମୋଦି ସରକାର। ୭୦ ବର୍ଷରୁ ଅଧିକ ବୟସ୍କ ସବୁ ବର୍ଗର ଲୋକଙ୍କୁ ମିଳିବ ଆୟୁଷ୍ମାନ ଭୟ ବନ୍ଦନା କାର୍ଡ। ୨୫ ନଭେମ୍ବର ସୁଦ୍ଧା ୧୪ ଲକ୍ଷ କାର୍ଡ ପ୍ରସ୍ତୁତ ହୋଇଛି। ଖୁବ୍ ଶୀଘ୍ର ଏହାର ବଣ୍ଟନ କରାଯିବ। 70 ବର୍ଷରୁ ଅଧିକ ବୟସ୍କଙ୍କୁ ମିଳିବ ବାର୍ଷିକ 5 ଲକ୍ଷର ଚିକିତ୍ସା ସହାୟତା। ଦୀପାବଳି ପୂର୍ବରୁ ବରିଷ୍ଠ ନାଗରିକଙ୍କ ପାଇଁ ଆୟୁଷ୍ମାନ ଭାରତର ଶୁଭାରମ୍ଭ କରି  ଦେଶବାସୀଙ୍କୁ ବଡ଼ ଭେଟି ଦେଇଥିଲେ ପିଏମ୍ ମୋଦି। କହିଥିଲେ 70 ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ଏବେ ପରିବାରର ଚିନ୍ତା ନୁହେଁ, ମୋଦିଙ୍କ ଦାୟିତ୍ବ। ଏଥିରେ ଓଡ଼ିଶାର ବି 1 କୋଟିରୁ ଅଧିକ ପରିବାର ଲାଭବାନ ହେବେ । ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ ହେଲେ ସବୁଠାରୁ ବେଶୀ ଉପକୃତ ହେବେ ରାଜ୍ୟ ବାହାରେ ଦାଦନ ଖଟୁଥିବା ହଜାର ହଜାର ଓଡ଼ିଆ। 
 

JAY SHAH
13m ago
ଆଇସିସି ନୂଆ ଅଧ୍ୟକ୍ଷ ବନିଲେ ଜୟ ଶାହ
ଅର୍ଗସ ବ୍ୟୁରୋ: ଆଇସିସି ନୂଆ ଅଧ୍ୟକ୍ଷ ବନିଲେ ଜୟ ଶାହ । ଆନ୍ତର୍ଜାତୀକ କ୍ରିକେଟ୍ ପରିଷଦ ବା ଆଇସିସି ଚେୟାରମ୍ୟାନ୍ ଭାବେ ଗତକାଲି ଦାୟିତ୍ବ ଗ୍ରହଣ କରିଛନ୍ତି ଜୟ ଶାହ। ୨୦୧୯ରେ ଜୟ ଶା
MODI
27m ago
ସ୍ମାର୍ଟ ପୋଲିସିଂକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁରୁତ୍ୱ
ଅର୍ଗସ ବ୍ୟୁରୋ: ସ୍ମାର୍ଟ ପୋଲିସିଂକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁରୁତ୍ବ । ଜାତୀୟ ସୁରକ୍ଷା ଡିଜିପି-ଆଇଜିପି ସମ୍ମିଳନୀରେ ଡିଜିଟାଲ୍ ଠକେଇ, ସାଇବର ଅପରାଧ ରୋକିବା ପାଇ
THREATEN
41m ago
ଆଉ ଧମକାଇ ପାରିବେ ନାହିଁ ମମତା ବାନାର୍ଜୀ
ଅର୍ଗସ ବ୍ୟୁରୋ: ଆଉ ଧମକାଇ ପାରିବେ ନାହିଁ ମମତା ବାନାର୍ଜୀ। ଆଳୁ ସଂକଟ ଦୂର କରିବାକୁ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଆଜି ଉତ୍ତର ପ୍ରଦେଶରୁ ଆସି ଓଡ଼ିଶାରେ ପହଞ୍ଚି
ଜୟ ଶାହ
ଆଇସିସି ଚେୟାରମ୍ୟାନ୍ ଭାବେ ଆଜି ଦାୟିତ୍ବ ଗ୍ରହଣ କଲେ ଜୟ ଶାହ
ଅର୍ଗସ ବ୍ୟୁରୋ : ଆଇସିସି ନୂଆ ଅଧ୍ୟକ୍ଷ ବନିଲେ ଜୟ ଶାହ । ଆନ୍ତର୍ଜାତୀକ କ୍ରିକେଟ୍ ପରିଷଦ ବା ଆଇସିସି ଚେୟାରମ୍ୟାନ୍ ଭାବେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି ଜୟ ଶାହ। ୨୦୧୯ରେ ଜୟ ଶା
ପ୍ରଧାନମନ୍ତ୍ରୀ
ଡିଜିଟାଲ୍ ଠକେଇକୁ ରୋକିବା ପାଇଁ ସ୍ମାର୍ଟ ପଲିସିଂକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁରୁତ୍ବ
ଅର୍ଗସ ବ୍ୟୁରୋ : ସ୍ମାର୍ଟ ପଲିସିଂକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁରୁତ୍ବ । ଜାତୀୟ ସୁରକ୍ଷା ଡିଜିପି-ଆଇଜିପି ସମ୍ମିଳନୀରେ ଡିଜିଟାଲ୍ ଠକେଇ, ସାଇବର ଅପରାଧ ରୋକିବା ପାଇଁ ଆର୍ଟିଫିସିଆଲ