ଉପାସରେ ବାବା ଚନ୍ଦ୍ରଶେଖର: ଠାକୁରଙ୍କ ନୀତିକାନ୍ତିରେ ବିଳମ୍ବ
by Argus News
Tue, Jul 09 | 4:22 p.m.

ଅର୍ଗସ ବ୍ୟୁରୋ: ଉପାସରେ ବାବା ଚନ୍ଦ୍ରଶେଖର। ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ କପିଳାସରେ ଦୁଇ ଦିନ ହେବ ଉପାସରେ ଅଛନ୍ତି ଠାକୁର। ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜିଉଙ୍କ ନୀତିକାନ୍ତିରେ ବିଳମ୍ବ ହୋଇଥିବା ଅଭିଯୋଗ ହୋଇଛି। ଏପରିକି ରୋଷଘରେ ଝୁଲୁଛି ତାଲା। ଠାକୁରଙ୍କ ସେବା ପାଇଁ ଆବଶ୍ୟକ ଅନୁଯାୟୀ ସୁଆର ନଥିବାରୁ ଏଭଳି ଅବ୍ୟବସ୍ଥା ହୋଇଥିବା ଖବର ରହିଛି।

ଗତକାଲି ମଧ୍ୟ ବିଳମ୍ବରେ ହୋଇଥିଲା ପ୍ରଭୁଙ୍କ ନୀତିକାନ୍ତି। ତେବେ ନୀତିକାନ୍ତି ବିଳମ୍ବ ନେଇ ଶିବ ଭକ୍ତ ପ୍ରେମୀଙ୍କ ମନରେ ଅସନ୍ତୋଷ ଦେଖିବାକୁ ମିଳିଛି।
ଦେବୋତ୍ତର ବିଭାଗ ଘଟଣାକୁ ସ୍ୱୀକାର କରିଛି। ସୁଆରମାନଙ୍କ ଶରୀର ଅସୁସ୍ଥତା ପାଇଁ ସମସ୍ୟା ଉପୁଜିଛି ଓ ସମାଧାନ କରାଯାଇଛି ବୋଲି କହିଛନ୍ତି ଦେବୋତ୍ତର ଇନ୍ସପେକ୍ଟର।

ଆଗକୁ ଶ୍ରାବଣ ମାସ ଥିବା ବେଳେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ କପିଳାସରେ। ଓଡ଼ିଶାର ଏକ ପ୍ରସିଦ୍ଧ ଶୈବପୀଠରେ ପ୍ରଭୁଙ୍କ ନୀତିକାନ୍ତିରେ ଏଭଳି ବିଳମ୍ବ ହେଉଥିବା ନେଇ ଭକ୍ତଙ୍କ ମନରେ ଅସନ୍ତୋଷ ଦେଖାଦେଇଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା