ଫୋନ୍‌ ବଞ୍ଚାଇଦେଲା ସିଦ୍ଦିକିଙ୍କ ପୁଅର ଜୀବନ , ନହେଲେ...
by Argus News
Tue, Oct 15 | 6:48 p.m.

ଅର୍ଗସ ବ୍ୟୁରୋ: ମୁମ୍ବାଇର ହାଇପ୍ରୋଫାଲ ମର୍ଡରକୁ ନେଇ ପୁରା ଦେଶରେ ଏବେ ଭାରି ଚର୍ଚ୍ଚା । କାରଣ ଏନସିପି ନେତା ବାବା ସିଦ୍ଦିକଙ୍କୁ ଯେଉଁ ପରି ଭାବରେ ଟାର୍ଗେଟ୍‌ କରାଗଲା ତାହାକୁ ପ୍ରଶ୍ନ ଉଠିଲାଣି । କାରଣ ଏନସିପି ନେତାଙ୍କୁ ମିଳୁଥିଲା ୱାଇ କାଟାଗୋରୀ ସୁରକ୍ଷା । କିନ୍ତୁ ଏତେ ସୁରକ୍ଷା ଭିତରେ ସେ କେମିତି ଆଟାକ୍‌ର ଶିକାର ହେଲେ ତାହାକୁ ନେଇ ଏବେ ଚର୍ଚ୍ଚା । ଗୁଳିମାଡ଼ ଏତେ ଭୟଙ୍କର ଥିଲା ସଙ୍ଗେ ସଙ୍ଗେ ବାବା ସିଦ୍ଦିଙ୍କର ପ୍ରାଣ ଚାଲିଯାଇଥିଲା । ଜୀବନ ଯିବା ପରେ ସଲମାନଙ୍କଠାରୁ ଆରମ୍ଭ କରି ଅନେକ ନେତା ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇଥିଲେ । 

ମୁମ୍ବାଇରେ ପୁଣି ମାତିଲେଣି ସୁପାରୀ କିଲର । କାରଣ ଯେଉଁପରି ଭାବରେ ଜଣେ ୱାଇ ସୁରକ୍ଷା ପାଇଥିବା ନେତାଙ୍କୁ ବିଚ୍‌ ରାସ୍ତାରେ ଗୁଳିକରି ହତ୍ୟା କରାଗଲା ତାହା ଆଲୋଚନାର ବିଷୟ ହୋଇଛି । ତଦନ୍ତରୁ ଜଣାପଡିଛି କି, ସିଦ୍ଦିକଙ୍କ ପୁଅ ଅପରାଧୀଙ୍କ ଟାର୍ଗେଟ୍‌ରେ ଥିଲେ । ସେଦିନ ଉଭୟ ସିଦ୍ଦିକ ଓ ତାଙ୍କ ପୁଅ ଏକା ସାଙ୍ଗରେ ଅଫିସରୁ ବାହାରିଥିଲେ । କିନ୍ତୁ ଏକ ଜରୁରୀ ଫୋନ୍‌ ଆସିବା ପରେ ଜିଶାନ ଅଫିସ ଭିତରକୁ ପଳାଇଯାଇଥିଲେ । ଆଉ ଏତିକି ବେଳେ ହିଁ ସିଦ୍ଦିକିଙ୍କ ଉପରକୁ ହୋଇଥିଲା ଆକ୍ରମଣ । 

ଅନେକ ଦିନ ହେଲାଣି ଏନସିପିର ନେତା ସିଦ୍ଦିକିଙ୍କୁ ହତ୍ୟାର ଧମକ ମିଳୁଥିଲା । ବାରମ୍ବାର ହତ୍ୟା ଧମକ ପାଇବା ପରେ ପୋଲିସ ପକ୍ଷରୁ ତାଙ୍କୁ ୱାଇ କ୍ୟାଟାଗୋରୀ ସୁରକ୍ଷା ଯୋଗାଇ ଦିଆଯାଇଥିଲା । ତଥାପି ତାଙ୍କୁ ଗୁଳି କରାଯାଇ ହତ୍ୟା କରିଯିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି । ମର୍ଡର ହେବା ପରେ ପୋଲିସ ବିଭିନ୍ନ ଦିଗରୁ ଏହି ଘଟଣାର ଯାଞ୍ଚ ଆରମ୍ଭ କରୁଛି । କିଏ ଓ କାହିଁକି ସିଦ୍ଦିକିଙ୍କୁ ହତ୍ୟା କଲେ ସେନେଇ ଇନଭେଷ୍ଟିଗେସନ ଚାଲିଛି । 

ଏହାରି ଭିତରେ, ବାବା ସିଦ୍ଦିକି ହତ୍ୟା ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ପୋଲିସ୍ ଚିହ୍ନଟ କରିଛି । ସେମାନେ ହେଲେ- ଧର୍ମରାଜ, ଶିବ କୁମାର, ଗୁରମେଲ୍, ଜିଶାନ ଅଖତର୍, ଶୁଭମ୍ ଲୋନକର୍ ଓ ପ୍ରବୀଣ ଲୋନକର୍ । ଏମାନଙ୍କ ମଧ୍ୟରୁ ଧର୍ମରାଜ, ଗୁରମେଲ୍ ଓ ପ୍ରବୀଣ ଲୋନକରଙ୍କୁ ପୋଲିସ୍ ଗିରଫ କରିଥିବାବେଳେ ଅନ୍ୟ ୩ ଜଣ ଫେରାର୍ ଅଛନ୍ତି । ମୁମ୍ବାଇ କ୍ରାଇମବ୍ରାଞ୍ଚର ୨୫ ଜଣିଆ ଟିମ୍ ହରିୟାଣା, ଉତ୍ତରପ୍ରଦେଶ ଓ ନୂଆଦିଲ୍ଲୀରେ ଚଢାଉ ଜାରି ରଖିଛି । ମୁମ୍ବାଇ କୋର୍ଟ ଗୁରୁମେଲକୁ ୭ ଦିନିଆ ପୁଲିସ ରିମାଣ୍ଡରେ ପଠାଇଛି । ଧର୍ମରାଜ ନିଜକୁ ନାବାଳକ ବୋଲି ଦର୍ଶାଇଛି । ଯାହାର ଯାଞ୍ଚ ରିପୋର୍ଟ ଏବେ ସାମ୍ନାକୁ ଆସିଛି । ଯାଞ୍ଚ ରିପୋର୍ଟରେ ଧର୍ମରାଜ ସାବାଳକ ବୋଲି ସ୍ପଷ୍ଟ ହୋଇଛି । ତେବେ ଖୁବଶୀଘ୍ର ହତ୍ୟାକାରୀ ଓ ସେମାନଙ୍କର ଉଦ୍ଦେଶ୍ୟ ଜଣାପଡ଼ିବ ବୋଲି କୁହାଯାଇଛି ।
 


 

ରାଜଧାନୀରେ ଲୁଟ ଅପରେସନ
9m ago
ଯମତରା ଗ୍ୟାଙ୍ଗ ଷ୍ଟାଇଲରେ ରାଜଧାନୀରେ ଲୁଟ ଅପରେସନ୍, ୬ସାଇବର ଠକଙ୍କୁ ବାନ୍ଧିଲା କମିସନରେଟ୍ ପୋଲିସ
ଅର୍ଗସ ବ୍ୟୁରୋ:ଯମତରା ଗ୍ୟାଙ୍ଗ ଷ୍ଟାଇଲରେ ରାଜଧାନୀରେ ଲୁଟ ଅପରେସନ୍। ଆପାର୍ଟମେଣ୍ଟରେ କଲସେଣ୍ଟର କରି ଲୁଟୁଥିଲେ ସାଇବର ମାଫିଆ। ଫ୍ଲୁଏଣ୍ଟ ଇଂଲିସରେ ଆମେରିକା, ଚୀନ, ଇଂଲଣ୍ଡ ଲୋକଙ୍କ
ନବୀନ ମୋହନ
18m ago
ମୁମ୍ବାଇରେ ଓଡ଼ିଶା ସରକାରଙ୍କ ଦୁଇ ଦିନିଆ ନିବେଶକ ସମ୍ମିଳନୀ ଓ ରୋଡ଼ ଶୋ
ଅର୍ଗସ ବ୍ୟୁରୋ:ମୁମ୍ବାଇରେ ଓଡିଶା ସରକାରଙ୍କ ଦୁଇ ଦିନିଆ ନିବେଶକ ସମ୍ମିଳନୀ ଓ ରୋଡ଼ ଶୋ । ଆସନ୍ତା ୧୮ ଓ ୧୯ରେ ଶିଳ୍ପ ନଗରୀ ମୁମ୍ବାଇରେ ଆୟୋଜିତ ହେବ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମର
ଜମ୍ମୁ ଓ କାଶ୍ମୀର
44m ago
ଜମ୍ମୁ ଓ କାଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଓମାର ଅବଦୁଲ୍ଲା
ଅର୍ଗସ ବ୍ୟୁରୋ:ଜମ୍ମୁ ଓ କାଶ୍ମୀରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି ଓମାର ଅବଦୁଲ୍ଲା । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା । ଶ୍ରୀନଗର