୩ ଯୁବକଙ୍କ ଆତଙ୍କ, ଦୋକାନୀ ଆହତ
by Argus News
Sun, Apr 14 | 6:53 p.m.

ଅର୍ଗସ ବ୍ୟୁରୋ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଳ ଷ୍ଟେସନ ଭିରତେ ବୁଲିଲା ଖଣ୍ଡା । ଦୋକାନୀ ଓ ଦୃର୍ବତ୍ତଙ୍କ ମଧ୍ୟରେ କଥା କଟାକଟିକୁ ନେଇ ଅଘଟଣ । ପ୍ରଥମେ କିଛି ଯୁବକ ଦୋକାନୀଙ୍କ ପାଖକୁ ଆସି ବାକିରେ ଜିନିଷ ଦେବାକୁ କହିଥିଲେ । ସେ ମନା କରିବାରୁ ସେମାନେ ତାଙ୍କ ସହ ଗଣ୍ଡଗୋଳ କରିବା ସହ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନେଇ ଦୋକାନୀ ଟେକଚନ ପୁଞ୍ଜି କଣ୍ଟାବାଞ୍ଜି ଜିଆରପି ପୋଲିସ ନିକଟରେ ବିଧିବଦ୍ଧ ଭାବେ ଅଭିଯୋଗ କରିଛନ୍ତି । 

ଗୁଡୁଙ୍କ ଘର କଣ୍ଟାବାଞ୍ଜି ଆଶ୍ରମପଡ଼ାରେ । ସେ ଷ୍ଟେସନରେ ଦୀର୍ଘ ଦିନ ହେଲା ଦୋକାନ କରି ପରିବାର ଚଳାନ୍ତି । ଗତକାଲି ବିଳମ୍ବିତ ରାତିରେ ୩ ଜର ଯୁବକ ନିଶାସକ୍ତ ଅବସ୍ଥାରେ ଗୁଡୁଙ୍କ ଦୋକାନ ପାଖରେ ପହଞ୍ଚିଥିଲେ । ସେମାନେ ଦୋକାନରୁ କିଛି ଜିନିଷ କିଣିଥିଲେ। ଏହାପରେ ଗୁଡୁ ସେମାନଙ୍କୁ ଟଙ୍କା ମାଗିଥିଲେ। ହେଲେ ସେମାନେ ଟଙ୍କା ଦେଇ ନଥିଲେ । ଏହାକୁ ସେ ବିରୋଧ କରିବାରୁ ସେମାନେ ତାଙ୍କ ସହ ଝଗଡ଼ା କରିଥିଲେ ।  

ଅଧିକ ପଢନ୍ତୁ ଓଡ଼ିଶା ଖବର

ଖବର ପାଇ କଣ୍ଟାବାଞ୍ଜି ପୋଲିସ ଓ ଜିଆରପି ପୁଲିସ ତୁରନ୍ତୁ ଘଟଣାସ୍ଥଳରେ ପହଞ୍ଚି ଥିଲେ। ପ୍ରଥମେ ସେମାନେ ଖଣ୍ଡା ଚୋଟରେ ଆହତ ଗୁଡୁଙ୍କୁ ହସ୍ପିଟାଲ ନେଇଥିଲେ । ଆଜି ସେ କଣ୍ଟାବାଞ୍ଜି ଜିଆରପି ପୁଲିସ ରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୁଲିସ୍‌ ଏବେ ଅଭିଯୁକ୍ତମାନଙ୍କୁ ଖୋଜିବା ଆରମ୍ଭ କରିଛି ।

ମୁମ୍ବାଇରୁ ଲଣ୍ଡନ
5m ago
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
7m ago
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି
ରାଜଧାନୀରେ କୋଷ୍ଟଗାର୍ଡ
10m ago
ରାଜଧାନୀରେ କୋଷ୍ଟଗାର୍ଡ DIG ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ଅଭିଯାଗ
ଅର୍ଗସ ବ୍ୟୁରୋ: ନୟାପଲ୍ଲୀ ଥାନା ଅଞ୍ଚଳରେ କୋଷ୍ଟଗାର୍ଡ ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ୨ଜଣ ମଦ୍ୟପ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସପିଂ ସାରି ଫେରୁଥିବା ବେଳେ କୋଷ୍ଟଗାର୍