ଗଞ୍ଜେଇ ଜବତ ସହ ୨ଜଣଙ୍କୁ ଗିରଫ କଲା ପୋଲିସ୍
by Argus News
Tue, Mar 19 | 12:22 p.m.

ଅର୍ଗସ ବ୍ୟୁରୋ : ଦିନକୁ ଦିନ ରାଜ୍ୟରେ ବଢିଚାଲିଛି ଚୋରା ଗଞ୍ଜେଇ ଚାଲାଣ । ପୋଲିସ ହାତରେ ଲାଗୁଛି ପୁଳା ପୁଳା ଗଞ୍ଜେଇ । କୋଉଠୁ ଏ ସବୁ ଗଞ୍ଜେଇ ଆସୁଛି ତାକୁ ନେଇ ଖୋଳ ତାଡ଼ ଆରମ୍ଭ କରିଛି ପୋଲିସ । ଆଜି ତୁଷୁରା ଅବକାରୀ ବିଭାଗ ଚଢ଼ଉ କରି ଜାମୁଟ ନିକଟରୁ ଗଞ୍ଜେଇ ଜବତ କରିବା ସହ ୨ଜଣକୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବାଲିଗୁଡା ଥାନା ଘୁଡାବାହାଲିର ରଙ୍କମଣି ବାଗ ଓ ମୁଠାପାଲିର ବିନୋଦ ସଗରିଆ । 

ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲାରୁ ତୁଷୁରା ଥାନା ଅନ୍ତର୍ଗତ ଜାମୁଟ ରାସ୍ତାଦେଇ ଗଞ୍ଜେଇ ଚାଲଣ ହେଉଥିବା ସମ୍ପର୍କରେ ଅବକାରୀ ବିଭାଗ ଖବର ପାଇଥିଲା । ଏଣୁ ଜାମୁଟ ନିକଟରେ ଛକି ବସିଥିଲା । ଏହି ସମୟରେ ବାଇକରେ ୨ଜଣ ଯୁବକ ଏକ ବେଗ ଧରି ଦ୍ରୁତଗତିରେ ଆସୁଥିଲେ । ଅବକାରୀ ବିଭାଗକୁ ଦେଖୁ ସେମାନେ ଫେରାର ଉଦ୍ୟମ କରୁଥିବା ବେଳେ ଅବକାରୀ ବିଭାଗ କାବୁ କରିଥିଲା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ବେଗରୁ ପ୍ରାୟ ୭କେଜି ଗଞ୍ଜେଇ ଜବତ ହୋଇଥିଲା । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଦ୍ଵୟଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏହି ଚଢଉରେ ତୁଷୁରା ଅବକାରୀ ଅଧୁକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ଏଏସ ଆଇ ଡୁଲେଶ୍ଵର କୁମରା, କନଷ୍ଟେବଳ ବିଭୁତିଭୁଷଣ ଭୋଇ, ଭୋଜରାଜ ବଢେଇ, ସୁନେଲି ପ୍ରଧାନ ସାମିଲ ଥିଲେ ।

୭୭ତମ
୭୭ତମ କ୍ୟାନ୍ସ ଫିଲ୍ମ ଫେଷ୍ଟିଭାଲରେ ଐଶ୍ବର୍ଯ୍ୟାଙ୍କ ଜଲଓ୍ବା
ଅର୍ଗସ ବ୍ୟୁରୋ: ୭୭ ତମ କାନସ୍ ଫିଲ୍ମ ଫେଷ୍ଟିଭାଲରେ ଚମକିଲେ ଐଶ୍ୱର୍ଯ୍ୟା । ଝିଅ ଆରାଧ୍ୟା ସହ ରେଡ କାରପେଟ ଚାଲିଲେ ବଲିଉଡର ନୀଳ ନୟନା। ଫ୍ରାନ୍ସରେ ଆୟୋଜିତ ହେଉଥିବା ଲୋକପ୍ରିୟ ଫିଲ୍
VK PANDIAN
ନବୀନଙ୍କ ସାମ୍ନାରେ ଓଡ଼ିଆ ବରପୁତ୍ରଙ୍କୁ ଅସମ୍ମାନ କଲେ ପାଣ୍ଡିଆନ !
ଅର୍ଗସ ବ୍ୟୁରୋ: ସଭା ମଂଚରେ ପୁଣି ଓଡ଼ିଆ ବରପୁତ୍ରଙ୍କୁ ଅସମ୍ମାନ କଲେ ବିଜେଡିର ନମ୍ବର-୨ ନେତା ଭି.କେ ପାଣ୍ଡିଆନ । ସ୍ୱଭାବ କବି ଗଙ୍ଗାଧର ମେହେରଙ୍କୁ କହିଲେ 'ସନ୍ଥ କବି'
BJD
ଭୋଟ୍‌ ପାଇଁ ବିଡାବିଡା ନୋଟ୍ ବାଣ୍ଟୁଛି ବିଜେଡି !
ଅର୍ଗସ ବ୍ୟୁରୋ: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଗସ୍ତ ପୂର୍ବରୁ ଲୋକଙ୍କ ଘରେ ପହଞ୍ଚି ବିଡାବିଡା ନୋଟ୍ ବାଣ୍ଟୁଛନ୍ତି । ସମ୍ବଲପୁର ସଭାରେ ଯୋଗ ଦେବା ସହ ଶଙ୍ଖ ଚିହ୍ନରେ ଭୋ