ନାହିଁ ସରକାରଙ୍କ ନଜର, ହଜିବାକୁ ବସିଲାଣି ଖାରବେଳ ରାଜାଙ୍କ ଗୁମାଗଡ଼
by Argus News
Wed, Dec 06 | 5:16 p.m.

ଅର୍ଗସ ବ୍ୟୁରୋ : ଦିନ ଥିଲା ରାଜତନ୍ତ୍ରର ଯୁଗ ଥିଲା । ସେତେବେଳେ ରାଜା ମାନେ ନିଜ ଅଞ୍ଚଳ ଓ ରାଜ୍ୟର ଥିଲେ ଶାସନ କର୍ତ୍ତା । ନିର୍ମାଣ କରୁଥିଲେ ଅତି ସୁନ୍ଦର ଓ ମନୋରମ ଓ କଳା ଭାସ୍କର୍ଯ୍ୟର ନିଖୁଣ କଳା କାର୍ଯ୍ୟର ନିଦର୍ଶନ ପୂର୍ଣ୍ଣ ଦୁର୍ଗ, ରାଜପ୍ରସାଦ, ମନ୍ଦିର । ବର୍ତ୍ତମାନ କିନ୍ତୁ ଆଉ ରାଜତନ୍ତ୍ର ଯୁଗ ନାହିଁ କିନ୍ତୁ ଛାଡି ଯାଇଛନ୍ତି ସ୍ମୃତି । ଯାହା ଆଜି ଆମ ପାଇଁ ଇତିହାସ ଆଜି ଆମେ ରାଜତନ୍ତ୍ରର ସ୍ମୃତିକୁ ଦେଖୁଛୁ ।

ବଲାଙ୍ଗୀର ଜିଲ୍ଲା ସଦର ମହକୁମାରୁ ୪୫କିଲୋ ମିଟର ଓ ତୁଷୁରାରୁ ୧୦କିଲୋମିଟର ପାହାଡ଼ ପର୍ବତ ଘେରା ଆଦିବାସୀ ଅଞ୍ଚଳ । କାହିଁ ଆବାହନ କାଳରୁ ଚିର ଶ୍ରୋତା ତେଲ ନଦୀ ଓ ରାହୁଲ ନଦୀର ସଙ୍ଗମରେ ଥିବା ଐର ରାଜ ଖାରବେଳଙ୍କ ଗୁମାଗଡ଼ । ଇତିହାସ କହେ ଏହି ଗଡ଼ ଐର ରାଜ ଖାର ବେଳଙ୍କ ଆଠ ଟି ଗଡ଼ ମଧ୍ୟରୁ ଗୋଟିଏ  ।  ଏହା ରାଜାଙ୍କ ଅମାର ଥିଲା । ଏହି ଗଡ଼ରେ ପ୍ରଜା ମାନେ ଦେଉଥିବା ଖଜଣା ଆକାରରେ  ଉତ୍ପାଦିତ ଧାନ ଶସ୍ୟ ମହଜୁଦ ରଖୁ ଥିଲେ । ସେଇ ସମୟରେ ଯୋଗାଯୋଗ ପାଇଁ ଜଳ ପଥର ସାହାଯ୍ୟରେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯିବା ପାଇଁ ଜଳ ପଥର ବ୍ୟବହାର କରୁଥିଲେ । ଦୁଇଟି ନଦୀର ସଙ୍ଗମ ସ୍ଥଳରେ ଅବସ୍ତିତ ଥିବାରୁ ଏଠି ଗୁମାଗଡ଼ ନିର୍ମାଣ କରିଥିଲେ ।

 

ପ୍ରଥମେ ରାଜା ଏଠାରେ ପାଟଖଣ୍ଡା ଯାତ୍ରା କରୁଥିଲେ । ଏଠାରେ ପ୍ରତି ବର୍ଷ ଦଶହରାରେ ମା' ପାଟଖଣ୍ଡାଙ୍କ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି ପାଟଖଣ୍ଡା ଯାତ୍ରା ୧୬ ଦିନ ଧରି ଚାଲିଥାଏ । ଏଠି ମା' ପାଟଖଣ୍ଡାଙ୍କ ଯାତ୍ରା ହେଉଥିବାରୁ ଦୁର ଦୁରାନ୍ତରୁ ମାନସିକ ଧାରୀ ମାନେ ଆସି ଆଶୀର୍ବାଦ ଭିକ୍ଷା କରିଥାନ୍ତି । ନବମୀ ତିଥିରେ ମା'ଙ୍କ ଶେଷ ଦିନରେ ପ୍ରଥା ଅନୁଯାଇ, ମାନସିକ ଧାରୀ ଭକ୍ତ ମାନେ ଆଣି ଥିବା ବୋଦା, ପୋଢ଼, କୁକୁଡ଼ାଙ୍କୁ ବଳି ଦେଇଥାନ୍ତି । 

ହେଲେ ଦୁଃଖର ବିଷୟ ପର୍ଯ୍ୟଟକ ମାନଙ୍କ ପାଇଁ ବର୍ତମାନ ପର୍ଯ୍ୟନ୍ତ ଭଲ ରାସ୍ତା ଟିଏ ବି ନାହିଁ । ସରକାର ଲକ୍ଷ ଲକ୍ଷ ଟଙ୍କା ପର୍ଯ୍ୟଟନ ପାଇଁ ଖର୍ଚ୍ଚ କରୁଛନ୍ତି । ହେଲେ ଆଜି ବି ଗୁମାଗଡ଼ ପର୍ଯ୍ୟଟନ ସ୍ଥଳୀ ଅବହେଳିତ । ସ୍ଥାନୀୟ ନିର୍ବାଚିତ ପ୍ରତିନିଧି କିମ୍ବା ସରକାରୀ ପ୍ରଶାସନର ନଜର ପଡୁ ନାହିଁ । ଏହି ଐତିହାସିକ ଜାଗା ପ୍ରଚାର ପ୍ରସାରରେ ଆଜି ଅବହେଳିତ । କେବଳ ଇତିହାସର ମୁକ ସାକ୍ଷୀ ହିସାବରେ ରହିଛି ।  
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ