ଅପହରଣ କଲା ମଉସା
by Argus News
Tue, Jan 30 | 4:13 p.m.

ଅର୍ଗସ ବ୍ୟୁରୋ : ପାରିବାରିକ କଳହ ଯୋଗୁଁ ଦୁଇ ଜଣ ପିଲାଙ୍କୁ ଅପହରଣ କରିନେଲା ମଉସା । ସୋର ଥାନା କଲେଜଛକ ନିକଟରୁ ଦୁଇଜଣ ପିଲା ବିଦ୍ୟାଳୟକୁ ଆସିବା ସମୟରେ ଅପହରଣ କରାଯାଇଥିବା ନେଇ ସୋର ଥନାରେ ଲିଖିତ ଅଭିଯୋଗ ଜଣାଇବା ପରେ ସୋର ପୋଲିସ ପିଲା ଦୁଇ ଜଣଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । 

ସୂଚନା ଅନୁସାରେ ସୋର ଥାନା ସରସଙ୍ଖ ଗ୍ରାମର ସାଗରିକା ସାମଲ ତାଙ୍କର ଦୁଇଟି ପିଲାଙ୍କୁ ନେଇ କଲେଜ ଛକ ନିକଟସ୍ଥ ଇଟୁଆ ସ୍କୁଲରେ ଛାଡିଥିଲେ । ମାତ୍ର ମଧ୍ୟାହ୍ନ ସମୟରେ ତାଙ୍କ ଭଉଣୀଙ୍କ ସ୍ୱାମୀ ବେଲଦା ଗ୍ରାମର ବଂଶୀଧର ମହାନ୍ତି କାହାକୁ କିଛି ନ କହି ପିଳାଦୁଇଜଣଙ୍କୁ ନେଇ କୁପାରି ନିକଟସ୍ଥ ଏକ ପେଟ୍ରୋଲ ପମ୍ପରେ ଛାଡିଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ସାଗରିକା ଏ ବାବଦରେ ଜାଣିବା ପରେ ତାଙ୍କ ପିଲାଙ୍କୁ ଅପହରଣ କରାଯାଇଥିବା ନେଇ ଥନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ବଂଶୀଧରକୁ ଥନାରେ ଅଟକ ରଖି ପଚରାଉଚରା କରିଥିଲା । ପରେ ସେ ପିଲା ଦୁଇ ଜଣଙ୍କୁ ରାଗରେ ଅପହରଣ କରି କୁପାରି ନିକଟସ୍ଥ ଏକ ପେଟ୍ରୋଲ ପମ୍ପରେ ଛାଡିଥିବା କହିଥିଲେ । ପରେ ପୋଲିସ ଉକ୍ତ ପେଟ୍ରୋଲ ପମ୍ପ ନିକଟରୁ ପିଲା ଦୁଇ ଜଣଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ବଂଶୀଧରକୁ କୋଟ ଚାଲାଣ କରିଛି । 

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ