ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଦିଲ୍ଲୀ ଡାକରା
by Argus News
Sun, Oct 20 | 11:55 a.m.

ଅର୍ଗସ ବ୍ୟୁରୋ:  ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଦିଲ୍ଲୀ ଡାକରା । ରାଜ୍ୟ BJP ସାଙ୍ଗଠନିକ ନିର୍ବାଚନ ପାଇଁ ଅଧିକାରୀ ଭାବେ ନିଯୁକ୍ତ ହେବା ପରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଦିଲ୍ଲୀ କାର୍ଯ୍ୟାଳୟରୁ ଡାକରା ଆସିଛି । ଆଜି ସନ୍ଧ୍ୟାରେ ଦିଲ୍ଲୀ ଯିବା ସହ ଆସନ୍ତାକାଲି ବିଜେପି ଦିଲ୍ଲୀ କାର୍ଯ୍ୟାଳୟରେ ବିଜେପିର ସାଙ୍ଗଠନିକ ନିର୍ବାଚନ ପାଇଁ ହେବାକୁ ଥିବା ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ବ ମିଳିଥିବା ବେଳେ ସହ ନିର୍ବାଚନ ଅଧିକାରୀ ଭାବେ ୩ ଜଣଙ୍କୁ ଦାୟିତ୍ବ ଦିଆଯାଇଛି । ସାଂସଦ ସୁକାନ୍ତ ପାଣିଗ୍ରାହୀ, ଉପ ସଭାପତି ସୁକେଶି ଓରାମ, ସାଧାରଣ ସମ୍ପାଦକ ଯତୀନ ମହାନ୍ତିଙ୍କୁ ସହ ନିର୍ବାଚନ ଅଧିକାରୀ ଦାୟିତ୍ବ ମିଳିଛି । ବୁଥ ସଭାପତିଠାରୁ ଆରମ୍ଭ କରି ରାଜ୍ୟ ସଭାପତି ପର୍ଯ୍ୟନ୍ତ ଅକ୍ଟୋବରରେ BJPର ସାଙ୍ଗଠନିକ ନିର୍ବାଚନ ହେବାକୁ ଯାଉଛି ।

ଶତକ ମାରି ଚମକାଇଲେ
ଶତକ ମାରି ଚମକାଇଲେ ଅଲରାଉଣ୍ଡର: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଟିମରେ ସାମିଲ କଲା ବିସିସିଆଇ
ଅର୍ଗସ ବ୍ୟୁରୋ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ବେଙ୍ଗାଲୁରୁ ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତକୁ ୮ ଉଇକେଟରେ ପରାଜୟର ସାମ୍ନ
ଜମ୍ମୁ ଓ କଶ୍ମୀରରେ
ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ, ୨ ପ୍ରବାସୀ ଶ୍ରମିକ ମୃତ
ଅର୍ଗସ ବ୍ୟୁରୋ: ଜମ୍ମୁ-କଶ୍ମୀରର ଗନ୍ଦରବଲ ଜିଲ୍ଲା ଗଗନଗିରିର ସୋନମର୍ଗ ଅଞ୍ଚଳରେ ଜେଡ୍-ମୋଡ୍ ଟନେଲ ନିକଟରେ ଏକ ଗୁଳିବିନିମୟ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ସନ୍ଦିଗ୍
ରାଜସ୍ୱ ବିଭାଗ
ରାଜସ୍ୱ ବିଭାଗ ଅଧିକାରୀ ଅବହେଳା କଲେ ହେବ କଡ଼ା ଆକ୍ସନ
ଅର୍ଗସ ବ୍ୟୁରୋ: ଆଉ ଚଳିବନି ଅଫିସରଙ୍କ ମନମାନି। ନିର୍ଦ୍ଦିଷ୍ଟ ସମୟ ଭିତରେ ଲୋକଙ୍କୁ ସେବା ଯୋଗାଇବାକୁ ବାଧ୍ୟ ସରକାରୀ ଅଧିକାରୀ। ଏ ଦିଗରେ ବଡ଼ ପଦକ୍ଷେପ ନେଇଛି ରାଜସ୍ବ ବିଭାଗ। ବିଭା