ଭଡ଼ା ଘରୁ ମିଳିଲା କଲେଜ ଛାତ୍ରୀଙ୍କ ମୃତ ଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
by Argus News
Fri, Jan 26 | 3:35 p.m.

ଅର୍ଗସ ବ୍ୟୁରୋ : ଭଡ଼ା ଘରୁ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି ପୋଲିସ । ରେଢ଼ାଖୋଲ ଥାନା, ଦେହୁରୀ ସାହିର ଏକ ଭଡ଼ା ଘରୁ ରେଢ଼ାଖୋଲ ଭୀମଭୋଇ ମହାବିଦ୍ୟାଳୟର ଯୁକ୍ତ ତିନି ଶେଷ ବର୍ଷର ଛାତ୍ରୀ ଝୁନି ଖୁରାଙ୍କ ମୃତ ଦେହକୁ ଆଜି ସକାଳୁ ଉଦ୍ଧାର କରାଯାଇଛି । ଗୈଡପଡା ଗାଁର ରାଜକିଶୋର ଖୁରାଙ୍କ ଏକମାତ୍ର ଝିଅ ଏଠାରେ ରହି ପାଠ ପଢୁଥିଲେ । ଝିଅର ମୃତ୍ୟୁକୁ ନେଇ ଏହା ଏକ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ସବୁ କିଛି ସ୍ବାଭାବିକ ଥିବା ବେଳେ ଗତକାଲି ରାତିରେ ମୃତ ଝୁନି ଖୁରା ଫୋନରେ ଭଲରେ କଥା ହୋଇଥିଲା ପରିବାର ସହ । କିନ୍ତୁ ହଠାତ୍ ସକାଳକୁ ଏହି ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାର ଲୋକେ । ମୃତ ଘରୁ ଏକ ସୁଇସାଇଡ ନୋଟ୍ ଓ ମୋବାଇଲ ମିଳିଛି । ମୃତ୍ୟୁ ସମୟରେ ଭିଡିଓ  ମୋବାଇଲରେ ମଧ୍ୟ ରେକର୍ଡ ହୋଇଛି ! ପୋଲିସ ସେସବୁ ଜବତ କରିଛି, ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଲା ପରେ ସେହି ଦିଗରେ ତଦନ୍ତ ଆରମ୍ଭ କରିଛି ।

ପ୍ଲାଣ୍ଟରେ ବିସ୍ଫୋରଣ
23m ago
ନିଆଁ ପିଣ୍ଡୁଳା ସଫେଇ ସମୟରେ ଅଘଟଣ; 5 ଗୁରୁତର
ରାଉରକେଲା: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବିସ୍ଫୋରଣ । Sms 1 ରେ ଘଟିଛି ବିସ୍ପୋରଣ । ସକାଳ ୯ ସମୟରେ sms 1 ରେ ସେଡ଼ରେ ନିଆଁ ପିଣ୍ଡୁଳା ସଫେଇ ସମୟରେ ଘଟିଛି ବିସ୍ଫୋରଣ । ବିସ୍ଫୋରଣର
ଭରତପୁର ଥାନା ଘଟଣା
38m ago
ଭରତପୁର ଥାନା ଘଟଣା:ଗୁଜୁରାଟରେ  ୫ ପୋଲିସ ଅଧିକାରୀଙ୍କର ହେବ ପଲିଗ୍ରାଫ ଟେଷ୍ଟ
ଅର୍ଗସ ବ୍ୟୁରୋ:ଭରତପୁର ଥାନା ଘଟଣାକୁ ନେଇ ଏବେବି ଜାରି ରହିଛି ସସ୍ସପେନ୍ସ,ସତ ପାଇଁ ଚାଲିଛି ମହାନାଟକ,କେବେ ଧରାପଡିବ ସତ,ସାଧାରଣରେ ଉଠିଛି ପ୍ରଶ୍ନ। ଫଳାଫଳ ଉପରେ ରହିଛି ସମସ୍ତଙ୍କ ନଜର
ବିଦ୍ୟାଳୟରେ ତାଲା
ଦୁର୍ଗମରେ ଶିକ୍ଷାର ବିକଳ ଚିତ୍ର, ବିଦ୍ୟାଳୟରେ ପଡିଲା ତାଲା
ମାଲକାନଗିରି: ଦୁର୍ଗମରେ ଶିକ୍ଷାର ବିକଳ ଚିତ୍ର । ବିଦ୍ୟାଳୟରେ ପଡିଲା ତାଲା । ଛାତ୍ରଛାତ୍ରୀମାନେ ବାରଣ୍ଡାରେ ବସି ପଢିଲେ ପାଠ । ନାମକୁ ମାତ୍ର ପ୍ରଧାନଶିକ୍ଷକ । ଦିନେ ହେଲେ ମଧ୍