ଅସ୍ତ୍ରୋପଚାର ବେଳେ ଡାକ୍ତରଙ୍କ ଚରମ ଅବହେଳା
by Argus News
Thu, Dec 14 | 6:58 p.m.

ଅର୍ଗସ ବ୍ୟୁରୋ : ଟଙ୍କା ପାଇଁ ଜହ୍ଲାଦ ପାଲଟିଗଲେ ଡାକ୍ତର । ଯାହାକୁ ଭଗବାନଙ୍କ ଦ୍ବିତୀୟ ଅବତାର କୁହାଯାଏ । ଯିଏ ମୃତ୍ୟୁ ମୁଖରୁ ଲୋକଙ୍କ ଜୀବନ ଫେରାଇ ଆଣିଥାନ୍ତି ଆଜି ମାତ୍ର କେଇ ଟଙ୍କା ଲୋଭରେ ସେ ପାଲଟିଗଲେ ଯମଦୂତ । ଜଳେଶ୍ବରରେ ଜଣେ ଡାକ୍ତରଙ୍କ ବିରୋଧରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ଜିକେ ଭଟ୍ଟର ହସ୍ପିଟାଲରେ ଜଣେ ପ୍ରସୂତିଙ୍କ ପ୍ରସବ କରାଇଥିଲେ ଡାକ୍ତର ଦିଲ୍ଲୀପ ପାତ୍ର । କିନ୍ତୁ ପ୍ରସବ ପୂର୍ବରୁ ପ୍ରସୂତିଙ୍କ ପରିବାରକୁ ମାଗିଥିଲେ ୬ ହଜାର ଟଙ୍କା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଆଉ ପରିବାର ଲୋକେ ଟଙ୍କା ଦେବାରେ ଅସମର୍ଥ ହେବାରୁ ଅସ୍ତ୍ରୋପଚାରରେ କରିଥିଲେ ସାଂଘାତିକ ଅବହେଳା । ପ୍ରସୂତିଙ୍କ ମୂତ୍ର ନଳିକୁ କାଟି ଦେଇଥିଲେ ଡାକ୍ତର । ପରେ ପ୍ରସୂତିଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ବର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଇକିଡା ଗାଁର ଝୁନି ନାଏକ । ଘଟଣା ପରେ ହସ୍ପିଟାଲ ପରିସରରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା । ନ୍ୟାୟ ସହ କାର୍ଯ୍ୟାନୁଷ୍ଠାନ ଦାବି ଦାବି କରିଛନ୍ତି ମୃତକଙ୍କ ପରିବାର ଲୋକେ ।

ପ୍ଲାଣ୍ଟରେ ବିସ୍ଫୋରଣ
20m ago
ନିଆଁ ପିଣ୍ଡୁଳା ସଫେଇ ସମୟରେ ଅଘଟଣ; 5 ଗୁରୁତର
ରାଉରକେଲା: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବିସ୍ଫୋରଣ । Sms 1 ରେ ଘଟିଛି ବିସ୍ପୋରଣ । ସକାଳ ୯ ସମୟରେ sms 1 ରେ ସେଡ଼ରେ ନିଆଁ ପିଣ୍ଡୁଳା ସଫେଇ ସମୟରେ ଘଟିଛି ବିସ୍ଫୋରଣ । ବିସ୍ଫୋରଣର
ଭରତପୁର ଥାନା ଘଟଣା
35m ago
ଭରତପୁର ଥାନା ଘଟଣା:ଗୁଜୁରାଟରେ  ୫ ପୋଲିସ ଅଧିକାରୀଙ୍କର ହେବ ପଲିଗ୍ରାଫ ଟେଷ୍ଟ
ଅର୍ଗସ ବ୍ୟୁରୋ:ଭରତପୁର ଥାନା ଘଟଣାକୁ ନେଇ ଏବେବି ଜାରି ରହିଛି ସସ୍ସପେନ୍ସ,ସତ ପାଇଁ ଚାଲିଛି ମହାନାଟକ,କେବେ ଧରାପଡିବ ସତ,ସାଧାରଣରେ ଉଠିଛି ପ୍ରଶ୍ନ। ଫଳାଫଳ ଉପରେ ରହିଛି ସମସ୍ତଙ୍କ ନଜର
ବିଦ୍ୟାଳୟରେ ତାଲା
ଦୁର୍ଗମରେ ଶିକ୍ଷାର ବିକଳ ଚିତ୍ର, ବିଦ୍ୟାଳୟରେ ପଡିଲା ତାଲା
ମାଲକାନଗିରି: ଦୁର୍ଗମରେ ଶିକ୍ଷାର ବିକଳ ଚିତ୍ର । ବିଦ୍ୟାଳୟରେ ପଡିଲା ତାଲା । ଛାତ୍ରଛାତ୍ରୀମାନେ ବାରଣ୍ଡାରେ ବସି ପଢିଲେ ପାଠ । ନାମକୁ ମାତ୍ର ପ୍ରଧାନଶିକ୍ଷକ । ଦିନେ ହେଲେ ମଧ୍