ଆଇଆଇସିଙ୍କୁ ଦୋକାନ ଘରେ ବନ୍ଦ କରି ନିର୍ଯ୍ୟାତନା
by Argus News
Mon, Feb 19 | 7:10 a.m.

ଅର୍ଗସ ବ୍ୟୁରୋ : ତାଳସାରୀ ସାମୁଦ୍ରିକ ଥାନା ଆଇଆଇସିଙ୍କୁ ଦୋକାନ ଘରେ ବନ୍ଦ କରି ନିର୍ଯ୍ୟାତନା । ବାଲେଶ୍ବର ଜିଲ୍ଲା ଭୋଗରାଇର ତାଳସାରୀ ସାମୁଦ୍ରିକ ଥାନା ଅଧୀକାରିଣୀ ଚମ୍ପାବତୀ ସୋରେନଙ୍କୁ ଏକ ଦୋକାନ ଘରେ ଲୋକେ ବନ୍ଦ କରିଦେଇଥିଲେ । ଏନଇ ଖବର ପାଇ ଚନ୍ଦନେଶ୍ବର ଫାଣ୍ଡି ଓ ଭୋଗରାଇ ଥାନାର ପୋଲିସ ପହଞ୍ଚି ତାଙ୍କୁ ଦୋକାନ ଘରୁ ଉଦ୍ଧାର କରିଥିଲେ । 

ସୂଚନା ଅନୁଯାୟୀ, ଭୋଗରାଇର ସାହାବାଜିପୁର ପଞ୍ଚାୟତ ଅଧୀନ ଉଦୟପୁର ଗାଁ ମଧ୍ୟ ଦେଇ ରାତି ପ୍ରାୟ ୧୦ଟାରେ ସାମୁଦ୍ରିକ ଥାନା ଅଧିକାରିଣୀ ସଦଳବଳେ ରାତ୍ରି ପାଟ୍ରୋଲିଂରେ ବାହାରିଥିଲେ । ଉଦୟପୁର ଗାଁର ଜନୈକ ବ୍ୟକ୍ତିଙ୍କ ଦୋକାନ ବନ୍ଦ କରିବାକୁ କହିବାରୁ ଅଚାନକ କିଛି ବ୍ୟକ୍ତି ତାଙ୍କୁ ଜବରଦସ୍ତ ଧରି ଦୋକାନ ଘରେ ପୁରାଇ ଦେଇଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଥାନାର ଗାଡି ଚାଳକ ସୁଧାଂଶୁ ମହାନ୍ତି ବିରୋଧ କରିଥିଲେ ମଧ୍ୟ ତାଙ୍କୁ ମାଡମାରି ଥିଲେ । ନିରୁପାୟ ହୋଇ ଥାନା ଅଧିକାରିଣୀ ସହାୟତା ପାଇଁ ସାମ୍ବାଦିକଠାରୁ ବିଭାଗ ପର୍ଯ୍ୟନ୍ତ ସହାୟତା ପାଇଁ ନିବେଦନ କରିଥିଲେ । ତେବେ ପୋଲିସ ପହଞ୍ଚି ଥାନା ଅଧିକାରିଣୀଙ୍କୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି । ଏହି ଘଟଣାରେ ୧୦ଜଣଙ୍କୁ ଅଟକ ରଖାଯାଇଛି ।

ମନ୍ କୀ ବାତ୍
13m ago
ମୋଦିଙ୍କ ତୃତୀୟ ପାଳିର ପ୍ରଥମ ମନ୍ କୀ ବାତ୍ କାର୍ଯ୍ୟକ୍ରମ
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀଙ୍କ 111ତମ ମନ୍ କୀ ବାତ୍ । ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ପ୍ରଥମ ମନ୍ କୀ ବାତ୍ କାର୍ଯ୍ୟକ୍ରମ । ନିର୍ବାଚନ ପାଇ
କ୍ରିକେଟ୍
28m ago
ବିଜୟ ଉଲ୍ଲାସ ଭିତରେ କ୍ରିକେଟ୍ ପ୍ରେମୀଙ୍କୁ ବଡ଼ ଝଟକା ଦେଲେ ଟିମ୍ ଇଣ୍ଡିଆର ଦୁଇ ଶ୍ରେଷ୍ଠ ଖେଳାଳି
ନୂଆଦିଲ୍ଲୀ: ଭାରତର ରୋମାଞ୍ଚକର ବିଜୟ । ଭାରତ ଟି-ଟ୍ବେଣ୍ଟି ବିଶ୍ବକପ୍ ଚାମ୍ପିଅନ୍ ହୋଇଛି । ବିଜୟ ଉଲ୍ଲାସ ଭିତରେ କ୍ରିକେଟ୍ ପ୍ରେମୀଙ୍କୁ ବଡ଼ ଝଟକା ଦେଲେ ଟିମ୍ ଇଣ୍ଡିଆର ଦୁ
ଚାମ୍ପିଅନ୍
44m ago
ଭାରତ ଟି-ଟ୍ବେଣ୍ଟି ବିଶ୍ବକପ୍ ଚାମ୍ପିଅନ୍
ନୂଆଦିଲ୍ଲୀ: ଭାରତର ରୋମାଞ୍ଚକର ବିଜୟ । ଭାରତ ଟି-ଟ୍ବେଣ୍ଟି ବିଶ୍ବକପ୍ ଚାମ୍ପିଅନ୍ ହୋଇଛି । ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଚାମ୍ପିଅନ ହୋଇଛି । ୧୭ ବର୍ଷ ପରେ ଭାର