ପାକିସ୍ତାନ ଏୟାରବେସ ଉପରେ ଆକ୍ରମଣ କଲା ବେଲୁଚି ଆତଙ୍କୀ ସଂଗଠନ
by Argus News
Tue, Mar 26 | 10:36 a.m.

ଅର୍ଗସ ବ୍ୟୁରୋ: ପାକିସ୍ତାନରେ ଥମୁନି ଆକ୍ରମଣ । ପୋର୍ଟ ପରେ ଏବେ ଏୟାରବେସକୁ ଟାର୍ଗେଟ କରିଛନ୍ତି ବେଲୁଚିସ୍ତାନର ଆତଙ୍କବାଦୀ ସଂଗଠନ । ବେଲୁଚିସ୍ତାନ ଲିବରେସନ ଆର୍ମି ପକ୍ଷରୁ ପାକିସ୍ତାନର ଦ୍ୱିତୀୟ ସବୁଠୁ ବଡ଼ ନେବଲ ଏୟାରବେସ୍ ଉପରେ ବଡ଼ ଧରଣର ଆକ୍ରମଣ କରାଯାଇଛି । ବି.ଏଲ.ଏ ମଜିଦ ବିଗ୍ରେଡର ଆତଙ୍କବାଦୀମାନେ ଏୟାର ବେସରେ ପ୍ରବେଶ କରିବା ସହ ବିସ୍ଫୋରଣ କରିଛନ୍ତି । 

ଏଥିସହ ଆଖିବୁଜା ଗୁଳି ଚାଳନା ମଧ୍ୟ କରାଯାଇଛି । ଏହି ଆକ୍ରମଣରେ ମୃତାହତ ନେଇ କୌଣସି ସୂଚନା ମିଳି ନଥିବା ବେଳେ ଏଥିପାଇଁ ବେଲୁଚିସ୍ତାନ ଲିବରେସନ ଆର୍ମୀ ନିଜକୁ ଦାୟୀ କରିଛି । ବେଲୁଚିସ୍ତାନରେ ଚୀନର ନିବେଶକୁ ବିରୋଧ କରି ଆସୁଛି ଏହି ସଂଗଠନ । ଯାହାକୁ ନେଇ ପାକିସ୍ତାନ ଉପରେ ବାରମ୍ବାର ଆକ୍ରମଣ କରାଯାଉଛି।

ଅଧିକ ପଢ଼ନ୍ତୁ ବିଦେଶ ଖବର 
 

REPOLLING
32m ago
କଣ୍ଟାମାଳ: ବୁଥ ନମ୍ବର 26 ଓ 28ରେ ହେବ ପୁନଃ ମତଦାନ
ଅର୍ଗସ ବ୍ୟୁରୋ: କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ ନମ୍ବର 26 ଓ 28ରେ ହେବ ପୁନଃ ମତଦାନ । ଆସନ୍ତାକାଲି ପୁନର୍ବାର ମତଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନର
DEAD BODY
35m ago
ମୃତଦେହକୁ ନେଇ ରାଜନୀତି କରୁଛି ବିଜୁ ଜନତା ଦଳ
ଅର୍ଗସ ବ୍ୟୁରୋ: ସମ୍ବଲପୁରରେ ସାମ୍ନାକୁ ଆସିଲା ବିଜେଡିର ହୀନ ରାଜନୀତି । ମୃତଦେହକୁ ନେଇ ରାଜନୀତି କରୁଛି ବିଜୁ ଜନତା ଦଳ। ମୃତକଙ୍କ ନାଁରେ ମିଛ ପ୍ରଚାର କରି ବିରୋଧୀ ଦଳକୁ ବଦନା
RUBEN BANERJEE
39m ago
ପାଣ୍ଡିଆନ ବିଜେଡିର ନୁହେଁ ବରଂ ବିଜେପିର ଷ୍ଟାର କ୍ୟାମ୍ପେନର: ରୁବେନ୍ ବାନାର୍ଜୀ
ଅର୍ଗସ ବ୍ୟୁରୋ: ବିଜୁ ଜନତା ଦଳର ନେତା ଭି. କେ ପାଣ୍ଡିଆନ ନିଜ ଦଳ ବିଜେଡିର ନୁହେଁ ବରଂ ବିଜେପିର ଷ୍ଟାର କ୍ୟାମ୍ପେନର। ଅର୍ଗସକୁ ଏକ୍ସକ୍ଲୁସିଭ୍ ସାକ୍ଷାତକାରକୁ ଏକଥା କହିଛନ୍ତି ବରିଷ୍