ହସିନାଙ୍କ ବଢିଲା ଅଡ଼ୁଆ ! ବାଂଲାଦେଶ ଫେରିବା ଛଡ଼ା ବାଟ ନାହିଁ
by Argus News
Fri, Oct 18 | 6:41 p.m.

ଅର୍ଗସ ବ୍ୟୁରୋ: ପୁଣି ଚର୍ଚ୍ଚାରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା । କାରଣ ତାଙ୍କ ନାଁରେ ଜାରି ହୋଇଛି ଗିରଫ ପରୱାନା । ତେଣୁ ସେ ଯେଉଁଠି ଥିଲେ ବି ବାଂଲାଦେଶ ଫେରିବାକୁ ସେ ବାଧ୍ୟ ହେବେ । ଯାହାକୁ ନେଇ ଚର୍ଚ୍ଚା ବଢିଛି । 

ସଂରକ୍ଷଣ ଏତେ ମାତ୍ରାରେ ତେଜିଥିଲା ଯେ ଇଚ୍ଛା ନଥିଲେ ବି ପରିସ୍ଥିତିର ଚାପରେ ବାଂଲାଦେଶ ଛାଡ଼ି ପଳାଇଥିଲେ ଶେଖ ହସିନା । ଭାବିଥିଲେ ଦେଶରେ ଶାନ୍ତି ଫେରିଲେ ପୁଣି ଥରେ ନିଜ ଦେଶକୁ ଫେରିବେ । ପ୍ରଥମେ ତ ଭାରତର ଶରଣରେ ରହିଥିଲେ । ପରେ ପରେ ବ୍ରିଟେନ ଯିବା ନେଇ ଚର୍ଚ୍ଚା ହୋଇଥିଲା କିନ୍ତୁ ବ୍ରିଟେନ୍‌ ଭିସା ନଦେବାରୁ ଋଷିଆ ସହ ଯୋଗାଯୋଗ କରିଥିଲେ ହସିନା । କିନ୍ତୁ ସେଥିରେ ବି ତାଙ୍କୁ କୌଣସି ଲାଭ ମିଳିନଥିଲା । ଏହାରି ଭିତରେ ବାଂଲାଦେଶରେ ଅବସ୍ଥିତ ଅନ୍ତର୍ଜାତୀୟ ଅପରାଧିକ କୋର୍ଟ ହସିନାଙ୍କ ନାମରେ ଗିରଫ ପରୱାନା ଜାରି କରିଛନ୍ତି । ତେଣୁ ବାଂଲା ଫେରିବାକୁ ଏବେ ବାଧ୍ୟ ହେବେ ବୋଲି କୁହାଯାଉଛି ।

ଶେଖ ହସିନାଙ୍କ ସରକାର ଯିବା ପରେ ଏବେ ବାଂଲାରେ ଚାଲିଛି ୟୁନୁସ ସରକାର । କିନ୍ତୁ ହସିନାଙ୍କ ପ୍ରଧାନମନ୍ତ୍ରୀତ୍ଵ କାଳରେ ବାଂଲାରେ ଯେଉଁପରି ସଂରକ୍ଷଣ ହିଂସା ହେଲା, ଲକ୍ଷାଧିକ ଟଙ୍କାର ରାଜସ୍ଵ ନଷ୍ଟ ହେଲା ତାହାକୁ ନେଇ ୟୁନୁସ ସରକାର ଚିନ୍ତା ପ୍ରକଟ କରିବା ସହିତ ଗିରଫ ପରୱାନ ଜାରି କରାଇଛନ୍ତି । ଚଳିତବର୍ଷ ହସିନା ପ୍ରଧାନମନ୍ତ୍ରୀ ପଦରେ ଥିବା ବେଳେ ଛାତ୍ର ଆନ୍ଦୋଳନକୁ ଯେଉଁପରି ଭାବରେ ହିଂସାତ୍ମକ ଢଙ୍ଗରେ ପ୍ରତିହତ କରିବାକୁ ଚେଷ୍ଟା କରାଯାଇଥିଲା ସେହି ମାମଲାରେ କୋର୍ଟ ଏଭଳି ଆଦେଶ ଜାରି କରିଛନ୍ତି । ଆଦେଶ ଅନୁସାରେ ନଭେମ୍ବର ୧୮ ତାରିଖ ସୁଦ୍ଧା ହସିନାଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ଶେଖ ହସିନା ନୁହଁନ୍ତି ଅଭିଯୋଗ ପକ୍ଷ ହସିନାଙ୍କ ନେତୃତ୍ୱାଧୀନ ଆୱାମୀ ଲିଗ ସରକାରଙ୍କ ବିରୋଧରେ ଛାତ୍ର ଆନ୍ଦୋଳନ ସମୟରେ ଘଟିଥିବା ହତ୍ୟାରେ ଜଡିତ ଅନ୍ୟ ୫୦ ଜଣଙ୍କ ବିରୋଧରେ ବି ଗିରଫ ପରୱାନା ଜାରି କରିବାକୁ ଅନୁରୋଧ କରିଛନ୍ତି । 

ହସିନାଙ୍କ ଆୱାମୀ ଲିଗ୍‌ ଓ ସହଯୋଗୀଙ୍କ ନେତାଙ୍କ ବିରୋଧରେ ଏବେ ନୂଆ ସରକାର ପୁଳାପୁଳା ମାମଲା ରୁଜୁ କରିଛନ୍ତି । ପାଖାପାଖି ୬୦ରୁ ଅଧିକ ମାମଲା ରୁଜୁ କରାଯାଇଛି । ଅଭିଯୋଗ ହୋଇଛି କି ହସିନାଙ୍କ ୧୫ ବର୍ଷର ସରକାର ଚାଲିଥିବା ବେଳେ ଅନେକ ମାନବ ଉଲଙ୍ଘନକାରୀ କାର୍ଯ୍ୟ ହୋଇଛି । ଯାହାର ପରିଣାମ ଏବେ ଭୋଗୁଛନ୍ତି ହସିନା । ସୂଚନା ଅନୁସାରେ ହସିନାଙ୍କୁ ଚୁପ୍‌ ରହିବାକୁ ପୂର୍ବରୁ କହିଥିଲେ ୟୁନୁସ । କହିଥିଲେ ଭାରତରେ ହସିନା ଦେଉଥିବା ରାଜନୀତି ବୟାନ ଅଣବନ୍ଧୁତ୍ୱର ପରିଚୟ ସୃଷ୍ଟି କରୁଛି ।

ଭାରତ ଓ ବାଂଲାଦେଶକୁ ଅସହଜ ଅନୁଭବ ହେବା ଭଳି ବୟାନ ଠାରୁ ହସିନା ଦୂରେଇ ରୁହୁନ୍ତୁ । ଯେ ପର୍ଯ୍ୟନ୍ତ ତାଙ୍କୁ ଫେରାଇ ଅଣାଯିବାକୁ ଅନୁରୋଧ ଭାରତ ପାଖରେ ପହଞ୍ଚିନି ସେ ପର୍ଯ୍ୟନ୍ତ ହସିନା ଚୁପ ରୁହନ୍ତୁ । ଭାରତ ଓ ବାଂଲାଦେଶ ମଧ୍ୟରେ ଥିବା ସମ୍ପର୍କ ବେଶ ନିବିଡ଼,ତେଣୁ ସେ ଏଭଳି ବୟାନବାଜି ବନ୍ଦ କରନ୍ତୁ,ଭାରତରେ ରହି ଶେଖ ହସିନା ଦେଉଥିବା ବୟାନ ଆଦୌ ଗ୍ରହଣୀୟ ନୁହେଁ । ଖାଲି ଏତିକି ନୁହେଁ ବରଂ ହସିନା ଯଦି ଚୁପ୍‌ ରହିବେ ତେବେ ଆମେ ସବୁ ଭୁଲି କ୍ଷମା କରିଦେବୁ । ଲୋକେ ବି କ୍ଷମା କରିଦେବେ । କିନ୍ତୁ ସେ ଦେଶ ବିରୋଧରେ ଯେଉଁ ବୟାନ ଦେଉଛନ୍ତି ତାହା ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି । ଆଉ ଏହାରି ଭିତରେ ଗିରଫ ପରୱାନା ଜାରି କରିଥିବାରୁ ଏବେ ଚର୍ଚ୍ଚା ଜୋର ଧରିଛି ।
 

ମୁଖ୍ୟମନ୍ତ୍ରୀ
53m ago
ମୁମ୍ବାଇରେ ଇଣ୍ଡିଆ କେମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ଓ ଶିଳ୍ପମନ୍ତ୍ରୀ
ଅର୍ଗସ ବ୍ୟୁରୋ : ମୁମ୍ବାଇରେ ଅନୁଷ୍ଠିତ ଇଣ୍ଡିଆ କେମ୍-2024ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ଓ ଶିଳ୍ପ ମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସମସ୍ତ ନିବେଶକଙ୍କୁ ଓଡ଼ିଶାର
ଅବଢା
ଚଢା ଦର ଯୋଗୁଁ ବହୁ ଭକ୍ତ କାଳିଆର ଅବଢାରୁ ବଞ୍ଚିତ
ଅର୍ଗସ ବ୍ୟୁରୋ: କାର୍ତ୍ତିକ ଆରମ୍ଭରୁ ମହାପ୍ରସାଦ ଦର ବେଲଗାମ। ଚଢ଼ା ଦରରେ ମହାପ୍ରସାଦ ବିକ୍ରି ଯୋଗୁଁ ଭକ୍ତ ହେଉଛନ୍ତି ନିରାଶ। ଭୋଗରେ ଶୁଦ୍ଧ ଘିଅ ବ୍ୟବହାର ପାଇଁ ଶ୍ରୀମନ୍ଦି
PCC PRESIDENT
ପିସିସି ସଭାପତି ଚୟନ ପାଇଁ ଛତିଶଗଡ଼ ବିରୋଧି ଦଳ ନେତା ଚରଣଙ୍କୁ ଦେଲେ ଦାୟିତ୍ଵ
ଅର୍ଗସ ବ୍ୟୁରୋ: ରାଜ୍ୟ କଂଗ୍ରେସର ସମସ୍ତ କମିଟି ଭାଙ୍ଗିବାର 87 ଦିନ ପରେ ଏଆଇ ସିସି ର ଚେତା ପଶିଛି । ଛତିଶଗଡ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତ ଙ୍କୁ ରାଜ୍ୟ କଂଗ୍ରେସ ସଂଗଠ