ଅର୍ଗସ ବ୍ୟୁରୋ: ଆସାମ ପୋଲିସକୁ ବଡ଼ ସଫଳତା । ଗୌହାଟିରୁ ୮ ଆତଙ୍କବାଦୀଙ୍କୁ ଗରିଫ କରିଛି ଆସାମ ପୋଲିସ ଏସଟିଏଫ । ଏହି ଗ୍ୟାଙ୍ଗ ଭାରତରେ ବେଆଇନ ଅନୁପ୍ରବେଶ କରିବା ପରେ ବିଭିନ୍ନ ହିନ୍ଦୁ ସଂଗଠନ ଓ ଆରଏସଏସ ଉପରେ ଆକ୍ରମଣ କରିବା ପାଇଁ ଯୋଜନା କରୁଥିଲେ। ଏଥିପାଇଁ ପ୍ରସ୍ତୁତ କରାଯାଉଥିଲା ବ୍ଲୁପ୍ରିଣ୍ଟ । ଗିରଫ ସମସ୍ତ ଆତଙ୍କବାଦୀ ଅଲ କାଏଦା ସଂଗଠନର ସଦସ୍ୟ ହୋଇଥିବା ଜଣାପଡ଼ିଛି । ଡିସେମ୍ବର ୧୭ ତାରିଖ ବିଳମ୍ବ ରାତିରୁ ୧୮ ତାରିଖ ଭୋର ଯାଏ କେରଳ, ବେଙ୍ଗଲ ଓ ଆସାମରେ ରେଡ କରାଯାଇଥିଲା।
ଗ୍ୟାଙ୍ଗ ଲିଡର ବାଂଲାଦେଶର ନାଗରିକ ମହମ୍ମଦ ସାଦ ରଦି ଓରଫ ମହମ୍ମଦ ଶାହବ ଶେଖ ନଭେମ୍ବର ମାସରେ ଭାରତ ଆସି ଆସାମ ଓ ପଶ୍ଚିମବଙ୍ଗରେ ଥିବା ସ୍ଲିପର ସେଲ୍ସକୁ ଆକ୍ଟିଭ କରିଥିଲା। ଏହାପରେ ସେ କେରଳ ଚାଲି ଯାଇଥିଲା । କେରଳ ଓ ବେଙ୍ଗଲ ପୋଲିସ୍ ସହ ମିଳିତ ଭାବେ ଆସାମ ପୋଲିସ ଆରମ୍ଭ କରିଥିଲା ଅପରେସନ ପ୍ରଘାତ । ବିଭିନ୍ନ ସ୍ଥାନରେ ଚଢ଼ାଉ ପରେ ଶେଷରେ ଅପରେସନ ପ୍ରଘଟକୁ ମିଳିଛି ବଡ଼ ସଫଳତା ।