ବାରିପଦାରେ ବସ ଚଳାଚଳ ଠପ୍
by Argus News
Sat, Jun 22 | 10:07 a.m.

ମୟୂରଭଞ୍ଜ: ଗତକାଲି ରାତିରେ ବାରିପଦା ବସଷ୍ଟାଣ୍ଡରେ ଘଟିଯାଇଥିବା ଗଣ୍ଡଗୋଳ, ମାରପିଟ ଓ ହଣାକଟା ଘଟଣାରେ ରାତିରୁ ଘରୋଇ ବସ ଚଳାଚଳା ସମ୍ପୂର୍ଣ୍ଣ ବନ୍ଦ ରହିଛି । ଖାଁ ଖାଁ ଲାଗୁଛି ବାରିପଦା ଘରୋଇ ବସଷ୍ଟାଣ୍ଡ । କେବେ ସ୍ବଭାବିକ ହେବ ବସ ଚଳାଚଳ ତାର କୌଣସି ଖୋଜ ଖବର ମିଳିନଥିବାବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବସଯାତ୍ରୀ । ହଠାତ ଏଭଳି ବସ ଚଳାଚଳ ବନ୍ଦ ଘଟଣାକୁ ଯାତ୍ରୀମାନେ ସହଜରେ ଗ୍ରହଣ କରିପାରୁନଥିବାବେଳେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ବସଷ୍ଟାଣ୍ଡକୁ ଆସିଥିବା ଦୁରଦୁରାନ୍ତର ଯାତ୍ରୀ । 

ରାଇରଙ୍ଗପୁରରୁ ବ୍ରହ୍ମପୁର ଯାଉଥିବା ମା' ଦୁର୍ଗା ନାମକ ଏକ ଘରୋଇ ବସ ଚଳାଚଳ ସମୟକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ଉକ୍ତ ବସଟି ରାଇରଙ୍ଗପୁରରୁ ବ୍ରହ୍ମପୁର, ଭାୟା ବାରିପଦା ହୋଇ ଆଜକୁ ୩ ବର୍ଷ ହେବ ଚଳାଚଳ କରିଆସୁଥିବା ବେଳେ ଗତକାଲି ସଠିକ ସମୟ ଅନୁସାରେ ବାରିପଦା ବସଷ୍ଟାଣ୍ଡକୁ ପସିବାକୁ ବାରଣ କରିବାରୁ ବଚସା ଓ ପରେ କଥା ହଣାକଟା ପର୍ଯ୍ୟନ୍ତ ଯାଇଥିଲା । 

ଏଥିରେ ୬ ଜଣ ଗୁରୁତର ହୋଇଥିବାବେଳେ ୩ ଜଣଙ୍କୁ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ବାରିପଦା ଟାଉନ ଥାନାରେ ଉଭୟ ପକ୍ଷରୁ ପୃଥକ ପୃଥକ ୨ଟି ମାମଲା ରୁଜୁ ହୋଇଥିବାବେଳେ ଉଭୟ ପକ୍ଷରୁ ୧୦ ଜଣଙ୍କୁ ଅଟକ ରଖି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ବାରିପଦା ଟାଉନ ପୋଲିସ । ତେବେ ଘଟଣା ଯାହାବି ହୋଇଥାଉନା କାହିଁକି , ତୁରନ୍ତ ଘଟଣାର ସମାଧାନ କରି ବସ ଚଳାଚଳ ସ୍ବାଭାବିକ କରିବା ପାଇଁ ଦାବି କରିଛନ୍ତି ,ଯାତାୟାତରେ ସମ୍ମୁଖୀନ ହେଉଥିବା ଯାତ୍ରାମାନେ । 

ଆହୁରି ପଢନ୍ତୁ ଓଡିଶା ଖବର...


 

ସଡକ ଦୁର୍ଘଟଣା
7m ago
ଟ୍ରାଫିକ ପୋଲିସଙ୍କୁ ପିଟି ଦେଇ ପଳେଇଲା...
ଭୁବନେଶ୍ୱର: ନୟାପଲ୍ଲୀ ଥାନା କଳିଙ୍ଗ ଷ୍ଟାଡିୟମ ସମ୍ମୁଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁର୍ଘଟଣାରେ ମୃତ୍ୟୁ ବରଣ କଲେ ଟ୍ରାଫିକ କର୍ମଚାରୀ । ଡ୍ୟୁଟି ସାରି ଫେରୁଥିବା ବେଳେ ଘଟିଛ
ପ୍ରଦୀପ ଜେନା
ଅବସର ନେବା ପୂର୍ବରୁ ଭାବ ବିହ୍ବଳ ଟୁଇଟ କଲେ ପ୍ରଦୀପ ଜେନା
ଭୁବନେଶ୍ୱର: ଆଜି ଅବସର ନେଉଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ତେବେ ଅବସର ନେବା ପୂର୍ବରୁ ଭାବ ବିହ୍ବଳ ଟୁଇଟ ଆଗାମୀ ଦିନ ପାଇଁ ସେ ଲୋକଙ୍କ ଆଶିର୍ବାଦ କାମନା କରୁଛନ୍ତ
ମନୋଜ ଆହୁଜା
ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେବେ ମନୋଜ ଆହୁଜା
ଭୁବନେଶ୍ୱର: ଭୁବନେଶ୍ବର ବିମାନବନ୍ଦରରେ ପହଂଚିଲେ ମନୋଜ ଆହୁଜା । ନୂଆ ମୁଖ୍ୟ ଶାସନ ସଚିବ ଭାବେ ସେ ଦାୟିତ୍ବ ଗ୍ରହଣ କରିବେ । ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍