ରେକର୍ଡ କରୁଛି ସହରର ତାପମାତ୍ରା
by Argus News
Tue, Apr 23 | 2:58 p.m.

ଅଗ୍ନି କୁଣ୍ଡରେ ସିଝୁଛି ବାରିପଦା ସହର
ବର୍ଷକୁ ବର୍ଷ ରେକର୍ଡ ପରେ ରେକର୍ଡ କରୁଛି ସହରର ତାପମାତ୍ରା
 

ଅର୍ଗସ ବ୍ୟୁରୋ : ଏକଦା ଶୀତଳ ସହର ଭାବେ ପରିଚିତ ଥିବା ବାରିପଦା ସହର ଗତ ଦୁଇ ବର୍ଷ ହେଲା କେତେବେଳେ ବିଶ୍ବର ଉତ୍ତପ୍ତ ସହର ଭାବେ ରେକର୍ଡ କରୁଛି ତ ପୁଣି କେତେବେଳେ ରାଜ୍ୟର ଉତ୍ତପ୍ତ ସହର ଭାବେ ରେକର୍ଡ ସୃଷ୍ଟି କରୁଛି । ତେଣୁ ସହରର ତାପମାତ୍ରା ବୃଦ୍ଧି ଏବେ ବାରିପଦା ବାସୀଙ୍କର ଚିନ୍ତାର କାରଣ ପାଲଟିଛି । ଶିମିଳିପାଳ ଜୈବ ମଣ୍ଡଳର ଖୁବ୍ ନିକଟରେ ଥ‌ିବା ବାରିପଦା ସହରରେ ଏମିତି ଅଗ୍ନିବର୍ଷା ହେବା ଘଟଣା ସାଧାରଣ ଜନଜୀବନକୁ ପ୍ରଭାବିତ କରିଥିବା ବେଳେ ବିଶେଷଜ୍ଞ ଓ ପରିବେଶବିତମାନେ ମଧ୍ୟ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ।

କଂକ୍ରିଟ୍ ଦୁନିଆ, ଅବାଧ ଗଛକଟା ଏବଂ ସୌନ୍ଦର୍ଯ୍ୟୀକରଣ ନାଁରେ ସହର ମଧ୍ୟରେ ଥିବା ଜଳାଶୟ ଗୁଡିକୁ ନଷ୍ଟ କରିଦେବା ଘଟଣା ହିଁ ତାପମାତ୍ରା ବୃଦ୍ଧିର କାରଣ ବୋଲି ପରିବେଶଵିତ ଓ ଗବେଷକ ମତ ଦେଇଛନ୍ତି । ପୋଖରୀର ପୁନରୁଦ୍ଧାର ଓ ଉନ୍ନତୀକରଣ ନିମନ୍ତେ ସରକାର ପଦକ୍ଷେପ ନେଇଛନ୍ତି । ମାତ୍ର ଏଥିରେ ଜଳାଶୟ ଗୁଡିକୁ ପୋତିବାର ନିୟମ ନଥିବା ବେଳେ ଏସବୁକୁ ପୋତି ସେଗୁଡିକୁ ସଂକୀର୍ଣ୍ଣ କରିବା ଏବଂ ଏହାକୁ ପଥର ପେଚିଂ ଦ୍ୱାରା କଂକ୍ରିଟମୟ କରିବା ଦ୍ୱାରା ତାପମାତ୍ରା ବୃଦ୍ଧି ପାଉଥିବା କୁହାଯାଉଛି । 

 

ଅନ୍ୟପଟେ ପରିବେଶକୁ ନେଇ ନିଜର ଗବେଷଣା ଜାରିରଖିଥିବା ବିଶେଷଜ୍ଞଙ୍କ ମତରେ, ଲୋକଙ୍କ ପରିବେଶ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ ଜଳବାୟୁ ପରିବର୍ତ୍ତନ ସମସ୍ୟା ଦେଖାଦେଉଛି । ସହର ତଥା ଆଖପାଖ ଅଞ୍ଚଳରେ ସବୁଜ ବଳୟ ସୃଷ୍ଟି କରାଯାଇ ଜଳାଶୟ ଗୁଡ଼ିକରେ ଜଳଧାରଣ କ୍ଷମତାକୁ ଗୁରୁତ୍ବ ଦିଆଗଲେ ତାପମାତ୍ରା ନିୟନ୍ତ୍ରଣ ହୋଇପାରିବ । 

ଏଥିପାଇଁ ଯୁବପିଢ଼ି ସଚେତନ ହୋଇ ଜୀବନ ରକ୍ଷାକାରୀ ବୃକ୍ଷ ପ୍ରତି ସଜାଗ ରହି ସବୁଜ ବନାନୀ ସୃଷ୍ଟି କରିବା ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି, ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱ ବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ଶୁଭାନୀ ରଥ । ଏବେ ସହରରେ ତାପମାତ୍ରା ଯୋଉଭଳି ଭାବେ ବୃଦ୍ଧି ପାଉଛି, ଯାହାକୁ ଚନ୍ତାରେ ସାଧାରଣ ଲୋକେ ।
 

ରାଜ୍ୟରେ ଲାଗୁ ହେବ
15m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର