ବାସୁଦେବପୁର ବିଜେଡିରେ ଫାଟ, ଉଗ୍ରରୂପ ନେଉଛି ପରିବାରବାଦ ରାଜନୀତି
by Argus News
Tue, Dec 05 | 6:05 p.m.

ଅର୍ଗସ ବ୍ୟୁରୋ : ବାସୁଦେବପୁରରେ ପରିବାରବାଦ ଶାସନ । ପାରିବାରିକ ରାଜନୀତିକୁ ନେଇ ବିବାଦ ଦେଖାଦେଲାଣି ବାସୁଦେବପୁର ବିଜେଡ଼ିରେ । ଦଶନ୍ଧି ଦଶନ୍ଧି ଧରି ରାଉତରାୟଙ୍କ ପରିବାର ଶାସନ କ୍ଷମତରେ ଥିଲା ବେଳେ ବାସୁଦେବପୁର ବିକାଶ ବହୁ ଦୁରରେ ରହିଛି । ଯାହାକୁ ନେଇ ଉଠିଛି ବିରୋଧ । ଗୋଟିଏ ପଟେ ପରିବାର ବାଦ ରାଜନୀତିରେ ବିଧାୟକ ଥିବା ବେଳେ, ଅନ୍ୟପଟେ ଏହାକୁ ଜୋରଦାର ବିରୋଧ କରୁଛନ୍ତି ବିଜେଡ଼ି କର୍ମୀ । କେବଳ କର୍ମୀ ନୁହନ୍ତି ଜିଲ୍ଲା ପର୍ଯ୍ୟବେକ୍ଷକ ସଂଜୟ ଦାସ ବର୍ମାଙ୍କ ଉପସ୍ଥିତି ସମ୍ମିଳନୀରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିଲା ହାତା ହାତି । ଶେଷରେ ପର୍ଯ୍ୟବେକ୍ଷକ ହଟହଟା ହୋଇ ସଭାକୁ ମଝିରୁ ବନ୍ଦ କରିବାକୁ ପଡ଼ିଥିଲା ।

ଏଥିରୁ ଜଣାପଡ଼ୁଛି ଆସନ୍ତା ନିର୍ବାଚନରେ ବାସୁଦେବପୁର ଭୋଟର ପରିବାର ବାଦ ରାଜନିତୀ ତଥା ବିଷ୍ଣୁବ୍ରତ ରାଉତରାୟଙ୍କୁ ପ୍ରତ୍ୟାକ୍ଷାନ କରିବେ । ସାଧାରଣ କର୍ମୀ ସମ୍ମିଳନୀ ହଉକି ଦଳିୟ କାର୍ଯ୍ୟକ୍ରମ ସବୁଠି ବିରୋଧର ସମ୍ମୁଖିନ ହେବାକୁ ପଡୁଛି ବିଧାୟକଙ୍କୁ । ଗତ ନିର୍ବାଚନରେ ଶାସକ ଦଳ ବାସୁଦେବପୁର ବାସିନ୍ଦାକୁ ଅନେକ ସୁନେଲି ସ୍ବପ୍ନ ଦେଖାଇ ଶାସନ କ୍ଷମତାକୁ ଆସିଥିଲେ । ହେଲେ ଏବେବି ସେ ସ୍ବପ୍ନ ସବୁ ଅଧୁରା ହୋଇ ପଡିଛି । ଆଉ ସବୁ ପ୍ରତିଶୃତି ପାଣିର ଗାର ପାଲଟିଛି ବାସୁଦେବପୁର ବାସିନ୍ଦାଙ୍କ ପାଇଁ । ଯାହାକୁ ନେଇ ପ୍ରଶ୍ନ କରିଛନ୍ତି ଲୋକେ । 

 

କୁଆଡେ ଗଲା ବାଲିଆପାଳ ପୋଲ । କୁଆଡେ ଗଲା ମନ୍ତେଇ ନଦୀ ଉପରେ ପୋଲ । ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ଶବ ଦାହ କେନ୍ଦ୍ର ନାହିଁ, ବାସୁଦେବପୁର ବସ ଷ୍ଟାଣ୍ଡ ଏପର୍ଯ୍ୟନ୍ତ ହୋଇପାରିଲା ନାହିଁ । ବିଧାୟକ କେବଳ ଲୋକଙ୍କୁ ଭୁଆଁ ବୁଲେଇ ଭୋଟ ନେଉଛନ୍ତି । ଏଥର ଉଚିତ ଜବାବ ଦେବେ ବାସୁଦେବପୁର ବାସିନ୍ଦା ବୋଲି କହିଛନ୍ତି ବିରୋଧି ବିଜେପି । ପ୍ରଧାନମନ୍ତ୍ରୀ ଅବାସ ଯୋଜମା ହେଉକି ରାସନକାର୍ଡ ସବୁଠି ମହା ଦୁର୍ନୀତି କରିଛନ୍ତି ବିଜେଡ଼ି ବିଧାୟକ । ଯାହାକୁ ନେଇ ଆଗାମୀ ନିର୍ବାଚନରେ ଉଚ୍ଚିତ ଜବାବ ଦେବେ ବୋଲି କହିଛନ୍ତି ବାସୁଦେବପୁର ବାସିନ୍ଦା । 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ