ଦୁର୍ଗମରେ ବସୁଧା ଧୋକା
by Argus News
Mon, Sep 23 | 6:48 p.m.

ଅର୍ଗସ ବ୍ୟୁରୋ:  ପାଣି ପାଇଁ ମେଳି। ରାତି ପାହିଲେ ଏଠି ପିଇବା ପାଣି ସଂଗ୍ରାହ ପାଇଁ ବାହାରି ପଡନ୍ତି ମହିଳା। ହାଣ୍ଡି ମାଠିଆ ଧରି ଯାଆନ୍ତି ପାଣି ସଂଗ୍ରହ ପାଇଁ। ସେ କଉ ନଳକୂପ କି ଟ୍ୟାପ ପାଖକୁ ନୁହେଁ ଗାଁ ମୁଣ୍ଡରେ ଥିବା ବିଲରୁ ପାଣି ଆଣି ବ୍ୟବହାର କରନ୍ତି ଗ୍ରାମବାସୀ। କୋରପୁଟ ବନ୍ଧୁଗାଁ ବ୍ଲକର ଡୁମାଡଙ୍ଗର ଗାଁ। ଗାଁରେ ବସବାସ କରୁଛନ୍ତି 500 ପରିବାର । ହେଲେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କହିଲେ କିଛି ନାହିଁ । ଫଳରେ ବର୍ଷ ତମାମ ବିଲ ଭିତରୁ ପାଣି ଆଣି ପିଇବାକୁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ।

5 ବର୍ଷ ପୂର୍ବରୁ ଗାଁରେ ବସୁଧା ଯୋଜନାରେ ପ୍ରକଳ୍ପ କାମ ଆରମ୍ଭ ହେଲା। ମାତ୍ର ଆଜି ଯାଏଁ ଲୋକେ ସେଥିରୁ ପାଣି ଟୋପାଏ ପାଇଲେନି। ଫଳରେ ବର୍ଷ ତମାମ ଗାଁ ମୁଣ୍ଡରେ ରହିଥି ଧାନ କିଆରୀରୁ ପାଣି ଆଣି ବ୍ୟାବହାର କରୁଛନ୍ତି ଗ୍ରାମବାସୀ। ତେବେ ବର୍ଷା ଦିନେ ବଢି ଯାଉଛି ପାଣି ସମସ୍ୟା।  ବର୍ଷାରେ ପାଣି ଗୋଳିଆ ହୋଇ ଯାଉଥିବାରୁ ଏହାକୁ ବ୍ୟବହାର କରିବାରେ ଅସୁବିଧା ହେଉଛି। ଗାଁରେ ଏବେବି ଅନେକ ସରକାରୀ ଯୋଜନା ପହଞ୍ଚିନି।  ପୂର୍ବରୁ ବିଜେଡି ବିଧାୟକ ପ୍ରଭୁଜାନି ଏବଂ ଏବେ କଂଗ୍ରେସ ବିଧାୟକ ପବିତ୍ର ସାଉଁନ୍ତା ଲୋକଙ୍କୁ ପ୍ରତିଶ୍ରୁତି ଦେଇ ଭୋଟ ସାଉଣ୍ଟିଛନ୍ତି ସିନା କିନ୍ତୁ ଲୋକଙ୍କ ସମସ୍ୟାର ସମାଧାନ କରି ନାହାନ୍ତି। ଫଳରେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଅଞ୍ଚଳବାସୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

କ୍ୟାଲସିୟମ
2m ago
କ୍ୟାଲସିୟମ ଅଭାବକୁ ଦୂର କରିବା ପାଇଁ ଏହିସବୁ ଜିନିଷ
ଅର୍ଗସ ବ୍ୟୁରୋ: ଆମ ହାଡ ଏବଂ ଗଣ୍ଠିକୁ ଦୃଢ ଏବଂ ସୁସ୍ଥ ରଖିବା ପାଇଁ କ୍ୟାଲସିୟମର ଆବଶ୍ୟକତା ଥାଏ । ଏହାର ଅଭାବ ହେତୁ ଶରୀରରେ କେଉଁ ସମସ୍ୟା ଘଟେ ଏବଂ ଏହାର ଅଭାବକୁ ଦୂର କରିବା ପାଇ
‘ଲାପତା ଲେଡିଜ୍’
15m ago
‘ଲାପତା ଲେଡିଜ୍’ ଓସ୍କାର ପାଇଁ ଭାରତର ଅଫିସିଆଲ ଏଣ୍ଟ୍ରି
ଅର୍ଗସ ବ୍ୟୁରୋ: କିରଣ ରାଓଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ 'ଲାପତା ଲେଡିଜ୍' ବକ୍ସ ଅଫିସରେ ଚହଳ ସୃଷ୍ଟି କରିଥିଲା। ସମୀକ୍ଷକମାନେ ବି ଏହାକୁ ପ୍ରସଂଶା କରିଥିଲେ। ଏବେ ଆଉ ଏ
ରାଇରଙ୍ଗପୁର
19m ago
ରାଇରଙ୍ଗପୁର ବନ ବିଭାଗ ଉଦ୍ଧାର କଲା ରଣା ସାପ
ଅର୍ଗସ ବ୍ୟୁରୋ: ରାଇରଙ୍ଗପୁର ବନ ବିଭାଗ ଦ୍ୱାରା ରଣା ସାପ ଉଦ୍ଧାର ହୋଇଛି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନାଞ୍ଚଳ ଅଧୀନରେ ଥିବା ଚମ୍ପାବୁଦା ବିଲ ଭିତରେ ମହିଳା ମାନେ ଘାସ ବାଛୁଥିବା ସମୟର