ପାହାଡ ଜଙ୍ଗଲ ଅତିକ୍ରମ କରିପାରୁନି ବସୁଧା ଯୋଜନା
by Argus News
Thu, Mar 21 | 6:04 p.m.

ଅର୍ଗସ ବ୍ୟୁରୋ:  ଦୁର୍ଗମରେ ଜଳ କଷ୍ଟ। ପାହାଡ ଜଙ୍ଗଲ ଅତିକ୍ରମ କରି ପାରୁନି ବସୁଧା। ଭରସାରେ ଦୁର୍ଗମବାସୀ। ଗଜପତି ମୋହନା ବ୍ଳକର ଡେଙ୍ଗସଖାଲ ଗ୍ରାମପଞ୍ଚାୟତର ରାଇଯୁକା ନୂଆସାହି । ପ୍ରାୟ 30 ରୁ ଉର୍ଦ୍ଧ ଆଦିବାସୀ ପରିବାର ବସବାସ କରୁଥିବା ଏହି ଗାଁରେ ପାନୀୟ ଜଳ ସମସ୍ୟା ମୁଖ୍ୟ ସମସ୍ୟା । ଫେଲ୍ ମାରିଛି ରାଜ୍ୟ ସରକାରଙ୍କ ବସୁଧା ଯୋଜନା । ଗ୍ରାମବାସୀ ପାଣି ପାଇଁ ଡହଳ ବିକଳ ହେଉଥିଵା ବେଳେ ଚୁଆ ପାଣି ଏଠି ଏକ ମାତ୍ର ସାହା ଭରଷା।

ଏଠି ଠିକାଦାର ଓ ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକାରେ ଚାଲିଛି ବସୁଧା ଯୋଜନା । ଠିକାଦାର ନିମ୍ନମାନର କାମ କରି ଛୁ ମାରିଥିବା ଅଭିଯୋଗ ହୋଇଛି ।  ପାଣି ଯୋଗାଇବା ପାଇଁ ବାରମ୍ବାର ଦାବି ହୋଇ ଆସୁଥିବା ବେଳେ ବିଭାଗୀୟ କର୍ତ୍ତୁପକ୍ଷ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।ଦୁର୍ଗମରେ ଜଳ କଷ୍ଟ। ସରକାରୀ ଯୋଜନା ଥାଇବି ଏହାର ଲାଭ ପାଉ ନାହାନ୍ତି ହିତାଧିକାରୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

MODI
ବିଜେଡି ସରକାରକୁ ଧୋଇଦେଲେ ମୋଦି
ଅର୍ଗସ ବ୍ୟୁରୋ: ଓଡ଼ିଶାରେ ଶାସନ କରୁଛି କିଏ ? ନବୀନ ବାବୁ ସିଏମ ଅଛନ୍ତି ହେଲେ ସୁପର ସିଏମ ଅନ୍ୟ ଜଣେ । ରାଜ୍ୟର ସରକାର ଏବେ ପୂରା ଆଉଟ ସୋର୍ସିଂ ହୋଇଯାଇଛି । ଫୁଲବାଣୀ, ବଲାଙ୍ଗିର ପରେ କିଛ
CM NAVEEN PATNAIK
ବଲାଙ୍ଗିର ପହଞ୍ଚୁ ପହଞ୍ଚୁ ବର୍ଷିଲେ ମୋଦି, ବିଜେଡି ଯିବାର କାଉଣ୍ଟ ଡାଉନ୍‌ ଆରମ୍ଭ !
ଅର୍ଗସ ବ୍ୟୁରୋ : ଆକ୍ରମଣ ହେଲା ଆହୁରି ଶାଣିତ । ନବୀନଙ୍କ ନାଁନେଇ ପ୍ରଶ୍ନ ଉପରେ ପ୍ରଶ୍ନ କଲେ ମୋଦି । ପ୍ରଧାନମନ୍ତ୍ରୀଙ୍କ ପ୍ରଶ୍ନରେ ଥଥମମ ବିଜେଡି ନେତା । ମଂଚରେ ଚଢୁଚଢୁ ସିଧା କହିଲେ, ଏଥ
MODI
ନବୀନଙ୍କୁ ଧୋଇଲେ ମୋଦି : କହିଲେ, ବିନା କାଗଜରେ ୩୦ ଜିଲ୍ଲାର ନାଁ କହିପାରିବେନି
ଅର୍ଗସ ବ୍ୟୁରୋ: ରତ୍ନଭଣ୍ଡାର ଚାବି ସମ୍ଭାଳିପାରୁନାହାନ୍ତି ସରକାର କଣ ସମ୍ଭାଳିବେ ? ଇଏ ଏମିତି ମୁଖ୍ୟମନ୍ତ୍ରୀ ଯିଏ କି, ବିନା କାଗଜରେ ନିଜ ଜିଲ୍ଲାର ନାଁ କହିପାରୁନାହାନ୍ତି କି ରାଜ୍ୟ