ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ଓ ଦିନିକିଆ ଖେଳିବେନି ବିରାଟ ଓ ରୋହିତ
by Argus News
Thu, Nov 30 | 9:44 p.m.

ଅର୍ଗସ ବ୍ୟୁରୋ : ଆରମ୍ଭ ହେବାକୁ ଯାଉଛି ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ । ଆଉ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ଦକ୍ଷିଣ ଆଫ୍ରିକାରେ ଭାରତୀୟ ଦଳ ୩ଟି ଟେଷ୍ଟ ଏବଂ ଦିନିକିଆ ଖେଳିବା ସହ ୨ଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବାକୁ ଯାଉଛି । ବିଶ୍ବକପରେ ପରେ ବିଶ୍ରାମ ନେଇଥିବା ବିରାଟ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଖେଳିବେ ବୋଲି କୁହାଯାଉଥିଲା । କିନ୍ତୁ କୋହଲି ବିସିସିଆଇକୁ ଏକ ସୂଚନା ଦେଇଛନ୍ତି କି, ସେ ଦିନିକିଆ ଏବଂ ଟି-୨୦ ମ୍ୟାଚ ଖେଳି ପାରିବେ ନାହିଁ । ଏଥିସହ ସେ କେତେ ଦିନ ଖେଳିବେ କି ନାହିଁ ସେ ସମ୍ପର୍କରେ କୌଣସି ସ୍ପଷ୍ଟତା ନାହିଁ । 

ଅଧିକ ପଢନ୍ତୁ ଖେଳ ଖବର

ଏଥି ସହିତ ଭାରତୀୟ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ଦିନିକିଆ ଏବଂ ଟି -୨୦ ଫର୍ମାଟରେ ଉପଲବ୍ଧ ହେବେ କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ପ୍ରାୟ ଏକ ବର୍ଷ ପୂର୍ବେ ରୋହିତ ଶର୍ମା ଏବଂ ବିରାଟ କୋହଲି ଟି -୨୦ ଫର୍ମାଟରେ ଭାରତ ପାଇଁ ଖେଳିଥିଲେ । ଉଭୟ ଖେଳାଳିଙ୍କୁ ଟି -୨୦ ବିଶ୍ୱକପ ୨୦୨୨ରେ ଦେଖିବାକୁ ମିଳିଥିଲା, କିନ୍ତୁ ସେବେଠାରୁ ଉଭୟ ଭାରତ ପାଇଁ ଟି -୨୦ ଫର୍ମାଟ ଖେଳିନଥିଲେ । ନିକଟରେ ଭାରତରେ ଅନୁଷ୍ଠିତ ଦିନିକିଆ ବିଶ୍ବକପରେ କୋହଲି ସର୍ବାଧିକ ସ୍କୋର କରିଥିଲେ । ଦମଦାର ବ୍ୟାଟିଂ କରିବା ସହ କ୍ରିଡ଼ାପ୍ରେମୀଙ୍କ ମନ ଜିଣିଥିଲେ । ମାତ୍ର ଭାରତର ଫାଇନାଲ ପରାଜୟ ଆଜି ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ