ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇଥିବା ଆଇପିଏଲର ପୂର୍ଣ୍ଣସୂଚୀ ବିସିସିଆଇ ଜାରି
by Argus News
Tue, Mar 26 | 9:25 a.m.

ଅର୍ଗସ ବ୍ୟୁରୋ: IPL ମ୍ୟାଚ୍‌ ସୂଚୀ ଜାରି । ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇଥିବା ଆଇପିଏଲର ପୂର୍ଣ୍ଣସୂଚୀ ବିସିସିଆଇ ଜାରି କରିଛି। ଲୋକସଭା ନିର୍ବାଚନ ପାଇଁ ଫେବୃଆରୀ ୨୨ରେ ବିସିସିଆଇ ପ୍ରଥମ ପର୍ଯ୍ୟାୟ ଅର୍ଥାତ ପ୍ରଥମ ୧୭ ଦିନର ମ୍ୟାଚ୍‌ ସୂଚୀ ଜାରି କରିଥିଲା। ବିଦେଶରେ ମ୍ୟାଚ ହେବା ଚର୍ଚ୍ଚାରେ ଅନ୍ତ ଘଟାଇବା ସହ ବିସିସିଆଇ ଦ୍ବିତୀୟ ସୂଚୀ ଜାରି କରିଛି । କ୍ବାଲିଫାୟର ୧ ଓ ଏଲିମିନେଟର ମ୍ୟାଚ୍‌ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଯଥାକ୍ରମେ ମେ’ ୨୧ ଓ ୨୨ରେ ଖେଳାଯିବ। 

ଆଇପିଏଲ-୨୦୨୪: ପଞ୍ଜାବକୁ ୪ ୱିକେଟ୍‌ରେ ପରାସ୍ତ କଲା ବେଙ୍ଗାଲୁରୁ

ଚେନ୍ନାଇର ଚେପକ ଷ୍ଟାଡିୟମରେ ୨୦୨୪ ଆଇପିଏଲ ଫାଇନାଲ ଅନୁଷ୍ଠିତ ହେବ ବୋଲି ବିସିସିଆଇ ଜାରି କରିଥିବା ମ୍ୟାଚ୍‌ ସୂଚୀରୁ ସ୍ପଷ୍ଟ ହୋଇଛି। ଆଇପିଏଲର ୧୭ତମ ସଂସ୍କରଣ ମେ’ ୨୬ ଯାଏ ଚାଲିବ। ପ୍ରଥମ ପର୍ଯ୍ୟାୟର ଶେଷ ମ୍ୟାଚ୍‌ ଏପ୍ରିଲ ୭ରେ ଲକ୍ଷ୍ନୌ ଓ ଗୁଜରାଟ ମଧ୍ୟରେ ଖେଳାଯିବ। ଏପ୍ରିଲ ୮ରୁ ହିଁ ଦ୍ବିତୀୟ ପର୍ଯ୍ୟାୟ ମ୍ୟାଚ୍‌ ଆରମ୍ଭ ହେବ। ଦ୍ବିତୀୟ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ ଚେପକରେ ଅନୁଷ୍ଠିତ ହେବ। ଏହି ମ୍ୟାଚ୍‌ରେ କେକେଆରର ଓ ଚେନ୍ନାଇ ମୁହାଁମୁହିଁ ହେବେ।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର....
 

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ