ଗଛ ଉପରେ ଭାଲୁ, ତଳେ ହୋହାଲ୍ଲା
by Argus News
Tue, Mar 19 | 2:24 p.m.

ଅର୍ଗସ ବ୍ୟୁରୋ: ଗଛ ଉପରେ ଭାଲୁ । ତଳେ ହୋହାଲ୍ଲା। ଭାଲୁକୁ ଦେଖିବାପ ପାଇଁ ପ୍ରବଳ ଭିଡ ଜମିଛି। ସକାଳୁ ସକାଳୁ ଚାଲିଛି ଭାଲୁ ନାଟକ। ଭାଲୁକୁ ଦେଖିବା ପାଇଁ ଗଛ ତଳେ ପ୍ରବଳ ଲୋକ। ବିଚରା ଭାଲୁ ଡାଳ ଉପରେ ବସି ରହିଛି। ଲୋକଙ୍କୁ ଦେଖି ଆଉ ତଳକୁ ଓହ୍ଲାଉନାହିଁ ଭାଲୁ। କବର ପାଇ ବନବିଭାଗର କର୍ମଚାରୀମାନେ ପହଞ୍ଚି ଭାଲୁକୁ ଘଉଡେଇବାକୁ ଯୋଜନା କରୁଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଝରୀଗାଁ ବ୍ଲକ ଫୁଫୁଗାଁ ପଂଚାୟତ ଅନ୍ତର୍ଗତ ନାଙ୍ଗାଗୁଡା ଗ୍ରାମରେ। ଏହି ଗାଁ ନିକଟ ଏକ ହରିଡ଼ା ଗଛରେ ଏକ ବିଶାଳକାୟ ଭାଲୁ କୁ ଦେଖି  ଗ୍ରାମବାସୀ ଆତଙ୍କିତ ରହିଥିବା ଜଣାପଡିଛି ।

ଗ୍ରାମବାସୀ ଭାଲୁକୁ ଉଦ୍ଧାର କରିବା ପାଇଁ ଝରୀଗାଁ ବନବିଭାଗକୁ ଖବର ଦେବା ପରେ ଝରୀଗାଁ ବନବିଭାଗର ଏକ ଟିମ ଘଟଣା ସ୍ଥଳରେ ପହଂଚି ଭାଲୁକୁ ଜଗି ରହିଥିବା ସହିତ ଭାଲୁ ରହିଥିବା ଅଂଚଳକୁ ନଯିବା ପାଇଁ ଗ୍ରାମବାସୀଙ୍କୁ ସତର୍କ କରିଛନ୍ତି |ସୁରକ୍ଷିତ ଭାବେ ଭାଲୁକୁ ଉଦ୍ଧାର କରି ଜଙ୍ଗଲକୁ ଛାଡି ଦିଆଯିବ ବୋଲି ବନବିଭାଗ ତରଫରୁ ସୂଚନା ଦେଇଛନ୍ତି। ଭାଲୁଟି ଗାଁରେ ପଶି ବିଭିନ୍ନ ଜିନିଷ ନଷ୍ଟଭ୍ରଷ୍ଟ କରିଛି। ସେପଟେ  ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ